Advertisment

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପଛରେ ଖାଲିସ୍ତାନର ହାତ !

ଏହାରି ଭିତରେ ସାମନାକୁ ଆସିଛି ଖଲିସ୍ତାନୀ ସଂଗଠନର ଏକ ଭିଡିଓ। ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଭାରତ ପ୍ରସାରିତ ଖବର ଅନୁସାରେ ଏହି ଭିଡିଓ ପିଏମ୍‌ ଗସ୍ତର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୩ରେ ରିଲିଜ୍ ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
PM Security Breach

PM Security Breach

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିରେ ଆତଙ୍କୀ ସଂଗଠନର ହାତ ରହିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ହେବା ନେଇ ଷଡ଼ଯନ୍ତ୍ର କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଯେଭଳି ଘଟଣା ଘଟିଲା, ଏହା ପଛରେ ଖଲିସ୍ତାନୀ ଗ୍ରୁପ୍‌ର ହାତ ରହିଥିବା କୁହାଯାଉଛି। ଶିଖ୍ ଫୌଜ ଅଫ୍‌ ଜଷ୍ଟିସ୍‌ ନାମକ ଏକ ଆତଙ୍କୀ ସଂଗଠନର ଭିଡିଓ ଭାଇରାଲ ହେବା ପରେ ଷଡ଼ଯନ୍ତ୍ରର ଗୁମର ଫିଟିବାରେ ଲାଗିଛି। 

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବୁଧବାର ପଂଜାବ ଗସ୍ତ କରିଥିଲେ। କିନ୍ତୁ ହୁସନିୱାଲାରେ ଥିବା ସହିଦ ସ୍ମାରକୀକୁ ଗସ୍ତ ସମୟରେ ପଞ୍ଜାବ ସରକାରଙ୍କ ସାଂଘାତିକ ସୁରକ୍ଷା ତ୍ରୁଟି ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ରାଲି ବାତିଲ ହୋଇଥିଲା। ୨୦ ମିନିଟ କାଳ ଏକ ଫ୍ଲାଇଓଭର ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ କେଡ୍ ଫସିଥିଲା। କିଛି ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଥିବାରୁ ମୋଦିଙ୍କ କାର ଫସିଥିଲା। ତେବେ ଏହା କେବଳ ପ୍ରଦର୍ଶନ ଥିଲା ନା ଜାଣିଶୁଣି ଷଡ଼ଯନ୍ତ୍ର ରଚାଯାଇଥିଲା। ଆନ୍ଦୋଳନ ପଛ ବଡ଼ ଷଡ଼ଯନ୍ତ୍ରକାରୀ କିଏ? କିନ୍ତୁ ଏହା ପଛରେ ଦେଶ ବିରୋଧୀ ଶକ୍ତିର ସାଜିସ୍ ରହିଥିଲା।  ଏହାରି ଭିତରେ ସାମନାକୁ ଆସିଛି ଖାଲିସ୍ତାନୀ ସଂଗଠନର ଏକ ଭିଡିଓ।

ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଭାରତ ପ୍ରସାରିତ ଖବର ଅନୁସାରେ ଏହି ଭିଡିଓ ପିଏମ୍‌ ଗସ୍ତର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୩ରେ ରିଲିଜ୍ ହୋଇଥିଲା। ଭିଡିଓରେ ଯେଉଁ ନେତା ଜଣକ କହୁଛନ୍ତି, ତାଙ୍କ ନାଁ ଗୁରୁପତୱନ୍ତସିଂହ ପନ୍ନୁ। ପନ୍ନୁ ଜଣେ ଖଲିସ୍ତାନୀ ନେତା, ସେ ଭାରତ ବାହାରେ ରୁହନ୍ତି। କିନ୍ତୁ ଭାରତ ବିଶେଷ କରି ପଂଜାବରେ ଦେଶ ବିରୋଧୀ କାର୍ଯ୍ୟକଳାପ କରିଥାଏ ପନ୍ନୁ।

Advertisment

ଏହି ଭିଡିଓରେ ପିଏମ୍‌ଙ୍କ ଗସ୍ତକୁ ଅଟକାଇବା ପାଇଁ ପନ୍ନୁ ପୁରସ୍କାର ରାଶି ଦେବା କଥା କହିଛି। ଯିଏ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବାଧା ଦେବ, ହଜାରେ କି ୨ ଲକ୍ଷେ ନୁହେଁ, ୮୦ ଲକ୍ଷ(୧ ଲକ୍ଷ ଡଲାର) ପୁରସ୍କାର ଘୋଷଣା କରିଛି ପନ୍ନୁ।

PM Modi Security Breach Khalistan
Advertisment
Advertisment