/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641555640.jpg)
gold rate today
କମିଛି ସୁନା ଦର । ଗ୍ରାମ୍ ପ୍ରତି ଦାମ୍ ୩୨୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୮୩,୮୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୮୩୦ ଟଙ୍କା ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୬,୮୩୦ ଟଙ୍କା ଓ ୪୮,୮୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭, ୧୦୦ ଟଙ୍କା ଓ ୫୧, ୪୦୦ ଟଙ୍କା ରହିଛି।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୪, ୮୬୦ ଟଙ୍କା ଓ ୪୯, ୨୬ ରହିଛି । ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୫, ୧୯୧ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୪୯, ୩୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟରେ ୪୭, ୦୫୦ ଟଙ୍କା ଓ ୪୯, ୭୫୦ ଟଙ୍କା ରହିଛି ।
ଅନ୍ୟପଟେ ଆଜି ରୁପା ମୂଲ୍ୟ ବଢ଼ିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୩୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି । ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)