Advertisment

4G ନେଟ୍ଓ୍ୱର୍କ ମଣିଷ ଭଳି ଦୌଡ଼ିଲେ, 5G ଚିତା ଭଳି ଧାଇଁବ !

ବିମାନ ଚଳାଚଳ ପାଇଁ କାହିଁକି ବିପଦ 5G? ଆମେରିକାରେ ୩.୭ରୁ ୩.୯ ଗିଗାହର୍ଜ ବ୍ୟାଣ୍ଡ୍‌ରେ 5G ସେବା ଯୋଗାଇ ଦିଆଯାଉଛି।

author-image
Chandan Shishu
ଅଦ୍ୟତନ ହୋଇଛି
5g Network

5g Network

ବୁବନେଶ୍ୱର: ବିମାନ ଚଳାଚଳ ପାଇଁ କେତେ ସୁରକ୍ଷିତ 5G ନେଟ୍ଓ୍ୱର୍କ? ଆମେରିକାରେ ହଇଚଇ ପରେ ଭାରତରେ ବି ଆଶଙ୍କା? ବିମାନଯାତ୍ରାକୁ ବିପଦସଂକୁଳ କରିଦେବନି ତ ସ୍ପିଡ୍ ଇଣ୍ଟରନେଟ୍? ଆମେରିକାରେ AT ଆଣ୍ଡ୍ T ଏବଂ ଭେରାଇଜନ୍ ସଂସ୍ଥାର 5G ୱେରଲେସ୍ ସର୍ଭିସ୍ ଆରମ୍ଭ ପରେ, ବ୍ୟାପକ ପ୍ରଭାବିତ ହୋଇଥିବା ବିମାନ ସେବା ଧିରେ ଧିରେ ସ୍ବାଭାବିକ ହେବାରେ ଲାଗିଛି।  ସୁରକ୍ଷା କାରଣ ଦର୍ଶାଇ ଏୟାର୍ ଇଣ୍ଡିଆ, ଏମିରେଟ୍ସ ଓ ଲୁଫତାନସା ଆଦି ବିମାନସେବା ପ୍ରଦାନକାରୀ ସଂସ୍ଥା ଏକାଧିକ ବୋଇଂ 777 ଉଡ଼ାଣ ଅଚାନକ ରଦ୍ଦ କରିଦେଇଥିଲେ। ଏହାକୁ ନେଇ ବହୁ ବିମାନଯାତ୍ରୀ ନାହିଁ ନଥିବା ସମସ୍ୟାର ସାମ୍ନା କରିଥିଲେ। ତେବେ ବୋଇଂ କଂପାନୀ ଏବଂ ଆମେରିକା ସରକାରଙ୍କ ବିମାନ ଚଳାଚଳ ନିୟାମକ ସଂସ୍ଥା FAAର ଆଶ୍ୱାସନା ପରେ ୮୦ ପ୍ରତିଶତ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ଏବେବି ୨୦ ପ୍ରତିଶତ ବିମାନକୁ ଅନୁମତି ମିଳିନାହିଁ।

Advertisment

ବିମାନ ଚଳାଚଳ ପାଇଁ କାହିଁକି ବିପଦ 5G? ଆମେରିକାରେ ୩.୭ରୁ ୩.୯ ଗିଗାହର୍ଜ ବ୍ୟାଣ୍ଡ୍‌ରେ 5G ସେବା ଯୋଗାଇ ଦିଆଯାଉଛି। ହେଲେ କିଛି ନିର୍ଦ୍ଦିଷ୍ଟ ଧରଣର ବିମାନରେ ଭୂପୃଷ୍ଠରୁ ଉଚ୍ଚତା ଜାଣିବା ପାଇଁ ବ୍ୟବହୃତ ରେଡିଓ ଅଲ୍ଟିମିଟରର ବ୍ୟାଣ୍ଡ୍ ହେଉଛି ୪.୨ରୁ ୪.୪ ଗିଗାହର୍ଜ।  ଏହି ୨ଟି ସ୍ପେକ୍ଟ୍ରମ୍ ମଧ୍ୟରେ ଅନ୍ତର ଅତି ନଗଣ୍ୟ ହୋଇଥିବାରୁ, 5G ନେଟ୍ଓ୍ୱର୍କ ବିମାନ ଅଲ୍ଟିମିଟରର କାର୍ଯ୍ୟକାରିତାକୁ ପ୍ରଭାବିତ କରିପାରେ। ଏୟାରପୋର୍ଟ ନିକଟରେ 5G ଟାଓ୍ୱାର୍ ରହିଲେ, ଲୋ-ଭିଜିବିଲିଟି ସ୍ଥିତିରେ ବିମାନ ଅବତରଣ ଓ ବ୍ରେକିଂ ସିଷ୍ଟମରେ ସମସ୍ୟା ଆସିପାରେ। ଏପରିକି, ବିମାନ ଦୁର୍ଘଟଣାର ମଧ୍ୟ ଶିକାର ହୋଇପାରେ।

ଭାରତରେ ଯଥାଶୀଘ୍ର 5G ନେଟ୍ଓ୍ୱର୍କ ଆରମ୍ଭ କରିବାକୁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ଜିଓ ଏବଂ ଏୟାରଟେଲ୍ ଆଦି କଂପାନୀ ହେଲେ ଆମେରିକାରେ ହଇଚଇ ପରେ ଭାରତରେ ବି 5G ଆରମ୍ଭ ହେଲେ ବିମାନ ଯାତ୍ରା କେତେ ସୁରକ୍ଷିତ ରହିବ, ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ-ଟ୍ରାଇ ପ୍ରାଥମିକ ଭାବେ ଭରସା ଦେଇଛି ଯେ, ଦେଶରେ 5G ସେବା ଆରମ୍ଭ ହେଲେ ବିମାନ ସେବା ପ୍ରତି କୌଣସି ବିପଦ ନାହିଁ। କାରଣ ଭାରତରେ ୩.୩ରୁ ୩.୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ 5G ଚାଲିବ। ଆମେରିକାରେ 5G ଓ ବିମାନ ଅଲ୍ଟିମିଟର୍ ସ୍ପେକ୍ଟ୍ରମ୍ ମଧ୍ୟରେ ୨୨୦ ମେଗାହର୍ଜ ଅନ୍ତର ଥିବା ବେଳେ, ଭାରତରେ ତାହା ୫୩୦ ମେଗାହର୍ଜ ରହିବ।

Advertisment

ରିପୋର୍ଟ: ସଞ୍ଜୀବ ନାୟକ ଓ କପିଳେନ୍ଦ୍ର ପ୍ରଧାନ

TRAI 5G Impact
Advertisment
Advertisment