/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642921672.jpg)
4-member committee to probe Mumbai building fire incident; report in 15 days
ମୁମ୍ବାଇ କମଲା ବିଲ୍ଡିଂ ଅଗ୍ନିକାଣ୍ଡର ତଦନ୍ତ ହେବ । ବ୍ରିହନ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ପୁରା ଘଟଣାର ତଦନ୍ତ କରାଯିବ । ଡେପୁଟି ମୁନିସିପାଲ୍ କମିଶନର୍ଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଏହି ତଦନ୍ତ କରିବେ ।
୧୫ ଦିନ ଭିତରେ ଘଟଣାର ତଦନ୍ତ କରି ସବିଶେଷ ରିପୋର୍ଟ ଦିଆଯିବ । ବିଲ୍ଡିଂରେ କିପରି ନିଆଁ ଲାଗିଲା ? ଅଗ୍ନିକାଣ୍ଡର କାରଣ କଣ ? ଅଗ୍ନିକାଣ୍ଡ ପରେ ରେସ୍କ୍ୟୁ ଅପରେସନ୍ କିପରି ହୋଇଥିଲା ସେ ସବୁ ଉପରେ ତଦନ୍ତ କରାଯିବ ।
ଗତକାଲି ମୁମ୍ବାଇ ୨୦ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଥିଲା । ଟାର୍ଡେଓ ଅଞ୍ଚଳରେ ଥିବା କମଲା ବିଲ୍ଡିରେ ନିଆଁ ଲାଗିବା ହେତୁ ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୧୫ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ ।
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି । ୨୩ ଜଣଙ୍କ ଅବସ୍ଥା ଏବେ ବି ଗୁରୁତର ରହିଥିବା ଜଣାପଡିଛି । ଅଗ୍ନିକାଣ୍ଡ ପରେ ଧୂଆଁ ଯୋଗୁଁ ଏକାଧିକ ଲୋକେ ଶ୍ୱାସଜନିତ ସମସ୍ୟା ଭୋଗୁଛନ୍ତି ।
ତେବେ କାହିଁକି ଏବଂ କିପରି ଭାବରେ ଏହି ଅଗ୍ନିକାଣ୍ଡ ଘଟିଛି ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାହାର ତଦନ୍ତ କରାଯିବ । ଡେପୁଟି ମୁନିସିପାଲ୍ କମିଶନଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଏହି ତଦନ୍ତ କରି ୧୫ ଦିନ ଭିତରେ ଘଟଣାର ତଦନ୍ତ କରି ସବିଶେଷ ରିପୋର୍ଟ ଦିଆଯିବାର ନିର୍ଦ୍ଦେଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)