Advertisment

ଚୀନ୍‌ରୁ ଉଦ୍ଧାର ହେଲା ଅରୁଣାଞ୍ଚଳ ପ୍ରଦେଶର ନିଖୋଜ ଯୁବକ

ଅରୁଣାଚଳ ପ୍ରଦେଶ ସୀମାରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଇଷ୍ଟ ଅରୁଣାଚଳ ପ୍ରଦେଶ ସାଂସଦ ତାପିର ଗାଓ ଅଭିଯୋଗ କରିଥିଲେ । ଏପରିକି ତାଙ୍କୁ ଉଦ୍ଧାର କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ ମଧ୍ୟ କରିଥିଲେ । ଏବେ ଯୁବକଙ୍କୁ ଭାରତକୁ ଫେରାଇବା ପାଇଁ ଔପଚାରିକ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ତେଜପୁରରେ ପିଆର୍‌ଓ ଡିଫେନ୍ସ ଲେଫ୍ଟିନେଣ୍ଟ କର୍ଣ୍ଣଲ ହର୍ଷବର୍ଦ୍ଧନ ପାଣ୍ଡେ ସୂଚନା ଦେଇଛନ୍ତି।

author-image
Otv Khabar Bureau
Missing Boy Found

Missing Boy Found

ନିଖୋଜର ୪ ଦିନ ପରେ ମିଳିଲା ଅରୁଣାଚଳପ୍ରଦେଶ ସୀମାରୁ ନିଖୋଜ ହୋଇଥିବା ଯୁବକଙ୍କ ପତ୍ତା । ଚୀନ ସେନା ପକ୍ଷରୁ ଯୁବକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଏନେଇ ଚୀନ ସେନା ପକ୍ଷରୁ ଜଣାଇ ଦିଆଯାଇଛି । ଉଦ୍ଧାର କରାଯାଇଥିବା ଯୁବକଙ୍କୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

Advertisment

ଅରୁଣାଚଳ ପ୍ରଦେଶ ସୀମାରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଇଷ୍ଟ ଅରୁଣାଚଳ ପ୍ରଦେଶ ସାଂସଦ ତାପିର ଗାଓ ଅଭିଯୋଗ କରିଥିଲେ । ଏପରିକି ତାଙ୍କୁ ଉଦ୍ଧାର କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ ମଧ୍ୟ କରିଥିଲେ । ଏବେ ଯୁବକଙ୍କୁ ଭାରତକୁ ଫେରାଇବା ପାଇଁ ଔପଚାରିକ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ତେଜପୁରରେ ପିଆର୍‌ଓ ଡିଫେନ୍ସ ଲେଫ୍ଟିନେଣ୍ଟ କର୍ଣ୍ଣଲ ହର୍ଷବର୍ଦ୍ଧନ ପାଣ୍ଡେ ସୂଚନା ଦେଇଛନ୍ତି।

ଗତ କିଛି ଦିନ ତଳେ ଭାରତ ସୀମା ଭିତରେ ପଶି ପିଏଲ୍‌ଏ ଉକ୍ତ ଯୁବକୁ ବଳ ପୂର୍ବକ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ଅରୁଣାଚଳ ପ୍ରଦେଶର ସିୟୁଙ୍ଗଲାର ଲୁଙ୍ଗଟା ଜୋର ଅଞ୍ଚଳରେ ରହୁଥିବା ଉକ୍ତ ୧୭ ବର୍ଷୀୟ ଯୁବକ ଜାନୁଆରୀ ୧୮ରୁ କଥିତ ରୂପେ ନିଖୋଜ ଥିଲେ। ଯୁବକଙ୍କ ନିଖୋଜ ହୋଇଥିବା ଖବରକୁ ଅରୁଣାଚଳ ପ୍ରଦେଶ ସାଂସଦ ତାପିର ଗାଓ ଉଠାଇଥିଲେ।

Advertisment

ଚୀନ୍‌ ସେନା ଉକ୍ତ ଯୁବକକୁ ବନ୍ଦି ବନାଇ ନେଇଯାଇଥିବା ସେ ଦାବି କରିଥିଲେ। ଏହା ପରେ ଭାରତୀୟ ସେନା ଏହି ଯୁବକକୁ ଖୋଜିବା ଆରମ୍ଭ କରି ଚାଇନା ସୈନିକଙ୍କୁ ଏହା ବିଷୟରେ ସୂଚନା ମାଗିଥିଲା। ପ୍ରଥମେ ଚୀନ୍ ସୈନିକମାନେ କହିଥିଲେ ଯେ ଏହି ଯୁବକଙ୍କ ବିଷୟରେ ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ, କିନ୍ତୁ ଆଜି ଚୀନ୍ ସୈନିକମାନେ ଭାରତୀୟ ସେନାକୁ କହିଛନ୍ତି ଯେ ସେମାନଙ୍କ ଅଞ୍ଚଳରେ ଜଣେ ଯୁବକ ମିଳିଛି।

ଆସାମର ତେଜପୁରରେ ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟନେଣ୍ଟ କର୍ଣ୍ଣଲ ହର୍ଷବର୍ଦ୍ଧନ ପାଣ୍ଡେ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶର ଏକ ନିଖୋଜ ଯୁବକ ସେମାନଙ୍କୁ ମିଳିଥିବା ନେଇ ଚୀନ୍ ସେନା ସୂଚନା ଦେଇଛି। ଏହି ଯୁବକଙ୍କୁ ଭାରତ ହସ୍ତାନ୍ତର କରିବା ପାଇଁ ଉପଯୁକ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି।

Advertisment
Advertisment