Advertisment

ଭିଏତନାମରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ

ସାଇଗନ ଠାରେ ଭାରତର ରାଷ୍ଟ୍ରୀୟ ଗୀତ ଗାଇ ତାଙ୍କର ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Tribute to Netaji

Tribute to Netaji

ଭୁବନେଶ୍ୱର: ନେତାଜୀଙ୍କ ୧୨୫ତମ ଜନ୍ମ ଶତବାର୍ଷିକୀ ଦେଶ ପାଳନ କରୁଛି। ଏହି ଅବସରରେ ଭିଏତନାମର ସାଇଗନସ୍ଥିତ ନୁଏନ ହୁଏ ଷ୍ଟ୍ରିଟରେ ଓଡ଼ିଆ ପୁଅ ସତ୍ୟ ସୁତାର ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାସହ ସେଠାରେ ସେ ରାଷ୍ଟ୍ରୀୟ ସଂଗୀତ ଗାନ କରିଛନ୍ତି। ସେ ଚଳିତ ବର୍ଷ ଠାରୁ ପ୍ରତି ବର୍ଷ ନେତାଜୀ ଯାଇଥିବା ଭିନ୍ନ ଭିନ୍ନ ଦେଶକୁ ଯାଇ ଏଭଳି ଭାବେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବୋଲି ସେ କହିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଫକୀରପୁର ଗ୍ରାମର ଓଡ଼ିଆ ପୁଅ ସତ୍ୟ ସୁତାର। ସିଙ୍ଗାପୁରରେ ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। 

Advertisment

ସେ କହିଛନ୍ତି, 'ମୁଁ ଓଡିଶା ଛାଡି ବିଦେଶ ଆସିବାର ପାଖାପାଖି ଦଶ-ବାର ବର୍ଷ ହୋଇଗଲାଣି। ଆଉ କିଛି ବର୍ଷ ପରେ ସବୁଦିନ ପାଇଁ ମୋ ଜନ୍ମଭୂମିକୁ ଫେରିଯିବି। କିନ୍ତୁ ଓଡିଶା ଫେରିବା ପୂର୍ବରୁ ବିଦେଶରେ ଶେଷ ଇଚ୍ଛାର ପ୍ରଥମ ସୋପାନ ଚଳିତ ବର୍ଷ (୨୦୨୨) ଆରମ୍ଭ କରୁଛି। ଭାରତୀୟ ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ସୁଭାଷ ଚନ୍ଦ୍ର ବୋଷ । ଯାହାଙ୍କର ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧିନତା ଦେବି’ ଏବଂ ‘ଦିଲ୍ଲୀ ଚଲ୍ଲୋ’ ଭଳି ଆହ୍ୱାନରେ ହଜାର ହଜାର ଦେଶପ୍ରେମୀ ନିଜ ଜୀବନକୁ ଦେଶ ମାତୃକା ପାଇଁ ଉତ୍ସର୍ଗ କରିଥିଲେ।

ଯାହାଙ୍କ ନାଁ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ । ସେ ଆମ ପ୍ରିୟ ନେତାଜୀ, ଯିଏକି  ଓଡ଼ିଶା ମାଟିରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କ ଆଦ୍ୟ ଜୀବନ ଓଡିଶାରେ ହିଁ ଅତିବାହିତ ହୋଇଥିଲା । ତାଙ୍କ ଜୀବନର ପ୍ରାରମ୍ଭିକ ବ୍ୟକ୍ତିତ୍ୱ ଓଡିଶାର ସଂଗ୍ରାମୀ ମାଟିରେ ତିଆରି ହୋଇଥିଲା। ଏଥିଲାଗି ନେତାଜୀଙ୍କୁ ସମ୍ମାନ ଜଣାଇବାକୁ ଶ୍ରୀ ସୁତାର ନେତାଜୀ ଯେଉଁ ଦେଶ ଗୁଡିକୁ ଯାଇ ଭାରତକୁ ସ୍ୱାଧୀନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ।''

Advertisment

ସେ ସବୁ ଦେଶ ଗୁଡିକୁ ଯିବାକୁ ଗତ କିଛି ଦିନ ତଳେ ସୋସିଆଲ ମେଡିଆରେ ପୋଷ୍ଟ କରିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ, ଆଜି ନେତାଜୀଙ୍କ ୧୨୫ତମ ଜନ୍ମ ଶତବାର୍ଷିକୀରେ (ଜାନୁଆରୀ-୨୩) ଭିଏତନାମର ସାଇଗନ ଠାରେ ଭାରତର ରାଷ୍ଟ୍ରୀୟ ଗୀତ ଗାଇ ତାଙ୍କର ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବର୍ଷ ୨୦୨୨ ଭିଏତନାମରେ, ୨୦୨୩ ତାଇୱାନରେ, ୨୦୨୪ ବର୍ମାରେ, ୨୦୨୫ ସିଙ୍ଗାପୁରରେ ଓ ୨୦୨୬ ଜର୍ମାନୀକୁ ଯିବେ ବୋଲି ସେ କହିଛନ୍ତି ।  ଓଡ଼ିଶା ଏଭଳି ମହାନାୟକ ଜନ୍ମ ନେଇଥିବାରୁ ସେ ବହୁତ ଗର୍ବିତ କହିଛନ୍ତି।

Netaji Jayanti Netaji Birth Anniversary
Advertisment
Advertisment