• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Surat
ନିଜେ ଚାଲିଗଲେ କିନ୍ତୁ ୫ ଜଣଙ୍କୁ ଦେଇଗଲେ ନୂଆ ଜୀବନ

ମୃତ୍ୟୁ ପୂର୍ବରୁ ୫ ଜଣଙ୍କୁ ନୂଆ ଜୀବନ ଦେଇଗଲେ ଜଣେ ଓଡ଼ିଆ। ନାଁ ସୁଶୀଲ ସାହୁ ଆଉ ଘର ଗଞ୍ଜାମ ବେଲଗୁଣ୍ଠା ବ୍ଳକ୍ ଅଲାଡିରେ। ପରିବାର ପୋଷଣ ପାଇଁ କାମ କରିବାକୁ ସୁରଟ ଯାଇଥିଲେ ସୁଶୀଲ

amit shah
ଡୋର୍‌ ଟୁ ଡୋର କ୍ୟାମ୍ପେନ୍ ବନ୍ଦ କଲେ ଅମିତ ଶାହ ! କରୋନା ପାଇଁ ୫ ମିନିଟରେ ସାରିଦେଲେ ୨୫ ମିନିଟର କାର୍ଯ୍ୟକ୍ରମ

ସଂକ୍ରମଣ ଭୟ ଥିବାରୁ ବନ୍ଦ କରିଦେଲେ କ୍ୟାମ୍ପେନ୍ । ରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହା ଡୋର୍‌ ଟୁ ଡୋର କ୍ୟାମ୍ପେନ୍ ବନ୍ଦ କରି ଦେଇଛନ୍ତି ।

Gold Rate Today
କମିଲା ସୁନା ଦର,ଜାଣନ୍ତୁ କେତେ ରହିଛି ସୁନାର ଦାମ୍

ପୁଣି କମିଲା ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୮୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୯୨୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

State Bank Of India
SBIକୁ ଦିଲ୍ଲୀ ମହିଳା କମିଶନଙ୍କ ନୋଟିସ୍

SBIକୁ ଦିଲ୍ଲୀ ମହିଳା କମିଶନ ନୋଟିସ୍ କରିଛନ୍ତି। ୩ ମାସରୁ ଅଧିକ ଗର୍ଭବତୀଙ୍କୁ କାର୍ଯ୍ୟରେ ଯୋଗ ଦେବାରେ ଅଟକାଇବା ଓ ସାମୟିକ ଅଯୋଗ୍ୟ ଘୋଷଣାକୁ ନେଇ ଏହି ନୋଟିସ୍ ଜାରି ହୋଇଛି।

Marital Rape
ମାରିଟାଲ୍ ରେପ୍ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧ

ମାରିଟାଲ ରେପ୍‌କୁ ଅପରାଧ ଶ୍ରେଣୀକୁ ଆଣିବା ପାଇଁ ହେଲେ ଭାରତରେ ଏହାକୁ ଅତି ଯତ୍ନର ସହ ବିଚାର ବିମର୍ଷ କରିବାକୁ ପଡ଼ିବ । ଅନେକ ଦେଶରେ ଏହାକୁ ଅପରାଧ ଭାବେ ବିବେଚନା କରାଯାଉଥିଲେ ବି ଆମେ ଅନ୍ଧ ଭାବେ ପାଶ୍ଚାତ୍ୟ ଦେଶଙ୍କୁ ଅନୁସରଣ କରିପାରିବା ନାହିଁ ବୋଲି କୋର୍ଟଙ୍କୁ ଜଣାଇଛି କେନ୍ଦ୍ର ।

Minor Boy Killed His Mother & Three Siblings
‘ପବ୍‌ଜୀ’ ପାଇଁ ପୁରା ପରିବାର ସଫା: ମା’ ଓ ଭାଇ,ଭଉଣୀଙ୍କୁ ଗୁଳି କରି ହତ୍ୟା କଲା ନାବାଳକ

‘ପବ୍‌ଜୀ’ ପାଇଁ ପୁରା ପରିବାର ସଫା। ଜଣେ ୧୪ ବର୍ଷୀୟ ନାବାଳକ ‘ପବ୍‌ଜୀ’ ଗେମ୍‌ ପ୍ରଭାବରେ ଆସି ନିଜ ମା’, ଭାଇ ଓ ୨ ନାବାଳିକା ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି।

Fire Mishap On Train
ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ଲାଗିଲା ନିଆଁ

ଟ୍ରେନ୍‌ରେ ଅଗ୍ନିକାଣ୍ଡ ନେଇ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । 

Woman Killed Her Husband
ସ୍ୱାମୀଙ୍କୁ ହତ୍ୟା କରି ସମସ୍ତଙ୍କୁ ଜଣାଇଲେ, ହେଲେ ଗିରଫ ପରେ ମହିଳାଙ୍କୁ ଛାଡ଼ି ଦେଲା ପୋଲିସ୍‌...

ସ୍ୱାମୀଙ୍କୁ ହତ୍ୟା କରିବା ପରେ ପଡ଼ୋଶୀଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇଲେ। ଖବରପାଇ ପୋଲିସ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗିରଫ କରିଥିଲା। ହେଲେ କିଛି ଘଣ୍ଟା ପରେ ମହିଳାଙ୍କୁ ଛାଡ଼ି ଦେଇଥିଲା ପୋଲିସ୍‌।

 BS Yediyurappa granddaughter Soundarya Death
ଡିପ୍ରେସନରେ ଥିଲେ ୟେଦୁରପ୍ପାଙ୍କ ଡାକ୍ତର ନାତୁଣୀ,୪ ମାସ ଛୁଆର ଭଲ ପାଇବା ମଧ୍ୟ ବଦଳାଇ ପାରିଲାନି ନିଷ୍ପତ୍ତି...

ଝୁଲନ୍ତା ଅବସ୍ଥାରେ ବେଙ୍ଗାଲୁରୁର ଏକ ଫ୍ଲାଟ୍‌ରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୌନ୍ଦର୍ଯ୍ୟା ମାନସିକ ଅବସାଦ(ଡିପ୍ରେସନ୍‌)ରେ ରହୁଥିବାବେଳେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

brahmos missile
ଫିଲିପାଇନ୍ସକୁ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଜାଇଲ ବିକିବ ଭାରତ

ଚୀନର ବିସ୍ତାରବାଦୀ ନୀତିକୁ ବିରୋଧ କ୍ଷେତ୍ରରେ ଭାରତର କୁଟନୈତିକ ଷ୍ଟ୍ରାଟେଜି ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି । ତଟ ସୁରକ୍ଷା ଲାଗି ଫିଲିପାଇନ୍ସ ନୌସେନା ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର କିଣିବ ।

ADR
ଚମକାଇ ଦେଲା ADR ରିପୋର୍ଟ: ସମାଜବାଦୀ ପାର୍ଟି ସବୁଠୁ ଧନୀ

୨୦୧୯-୨୦ ଆର୍ଥିକ ବର୍ଷରେ ଦେଶ ଏବଂ ରାଜ୍ୟର ରାଜନୈତିକ ଦଳ ମାନଙ୍କର ଜମା ସହ ସଂପତ୍ତିର ତାଲିକା ପ୍ରକାଶ କରିଛି ଆସୋସିଏସନ୍ସ ଫର ଡେମୋକ୍ରାଟିକ୍-ଏଡିଆର୍ ।

TRAI
ଏଣିକି ୨୮ ନୁହେଁ ରିଚାର୍ଜ ପ୍ଲାନର ବୈଧତା ରହିବ ୩୦ ଦିନ

ମୋବାଇଲରେ ରିଚାର୍ଜ ପ୍ଲାନ ଗୁଡ଼ିକ ସାଧାରଣ ଭାବରେ ୨୮ ଦିନ ହିଁ ରହିଥାଏ କିନ୍ତୁ କମ୍ପାନୀମାନେ କହନ୍ତି ଏହା ସେମାନଙ୍କର ମାସିକ ପ୍ଲାନ। ଅନେକ ଥର ଗ୍ରାହକମାନେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କମ୍ପାନୀ ଏନେଇ କର୍ଣ୍ଣପାତ କରିନଥିଲେ

Narendra Modi At NCC
‘ଦେଶରେ ଏହା ବଡ଼ ପରିବର୍ତ୍ତନ’ NCC ରାଲିରେ ଯୋଗଦେଇ କହିଲେ ମୋଦି

ହେଲିକପ୍ଟରରୁ ଯୁଦ୍ଧ କଳା ପ୍ରଦର୍ଶନ ହେଉ କି ପାରାଚ୍ୟୁଟ୍‌ରୁ ଅବତରଣ ଭଳି ଦୁଃସାହସିକ ରଣ କୌଶଳ ପ୍ରଦର୍ଶନ । ସମସ୍ତ ଏହା ଦେଖି ଆତ୍ମ ବିଭୋର ହୋଇଥିଲେ । ସେନା ଭଳି ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ NCC କ୍ୟାଡେଟ୍ ମାନେ । NCC କ୍ୟାଡେଟ୍‌ଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନମୋହିଥିଲା ।

push up
ଆଙ୍ଗୁଳି ଟିପରେ ୧୦୯ ଥର ପୁଶ୍ ଅପ୍ କରି ରେକର୍ଡ କଲେ ୨୪ ବର୍ଷର ଯୁବକ

ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି କ୍ରୀଡାବିତ୍ ସମସ୍ତେ ମାରନ୍ତି ପୁଶ୍ ଅପ୍। ଆପଣ ଏମିତି ଅନେକ ପୁଶ୍ ଅପ୍ ଦେଖିଥିବେ। ହେଲେ ଦେଖି ନଥିବେ ଆଙ୍ଗୁଳି ଟିପରେ ନନଷ୍ଟପ ପୁଶ୍ ଅପ୍। ଆମ ଦେଶର ଏହି ଯୁବକ ମାତ୍ର ଏକ ମିନିଟରେ ୧୦୯ ଥର ପୁଶ ଅପ୍ କରି ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ।

PM Modi at NCC rally in Delhi
ଏନସିସି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭିନ୍ନ ଅନ୍ଦାଜ ! ପଗଡ଼ି ଓ କଳା ଚଷମାରେ ନଜର ଆସିଲେ ନରେନ୍ଦ୍ର ମୋଦି

ଏନସିସିର କାର୍ଯ୍ୟକ୍ରମରେ ମୋଦି ଶିଖ ଲୁକ ସହ ଗାଢ଼ ସବୁଜ ରଙ୍ଗର ପଗଡି ପିନ୍ଧିଛନ୍ତି । ଏହା ବ୍ୟତୀତ ସେ କଳା ଚଷମା ମଧ୍ୟ ପିନ୍ଧିଛନ୍ତି ।

Advisory On Reopening Schools Soon
ଖୋଲିବ କି ସ୍କୁଲ୍‌ ? ଖୁବ୍‌ଶୀଘ୍ର ଜାରି ହୋଇପାରେ ଆଡଭାଇଜରି 

ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୁଣି ଥରେ ସ୍କୁଲ୍‌ ଖୋଲିବାକୁ ବିଚାର କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାର ଖୁବ ଶୀଘ୍ର ଏକ ସ୍ୱତନ୍ତ୍ର ଆଡଭାଇଜରି ଜାରି କରିପାରନ୍ତି ବୋଲି ଜଣାପଡ଼ିଛି।

crime
ବିଶ୍ୱାସରେ ବିଷ ଦେଲା ଧୂର୍ତ୍ତ ସ୍ୱାମୀ, ଅନ୍ତ ହେଲାନି ଆଠ ବର୍ଷର ଅପେକ୍ଷା

ବିଦେଶରେ ଦ୍ୱିତୀୟ ବିବାହ କଲେ, ଆସନ୍ତା ଥର ଆସିଲେ ସାଥୀରେ ନେଇଯିବି କହି ଠକୁଥିଲା ସ୍ୱାମୀ ,ଏବେ ଖୋଲିଲା ପୋଲ୍

Youth Man Assaulted As He Didn't Say 'Bhai'
‘ଭାଇ’ ନଡାକିବାରୁ ବେଲ୍ଟରେ ପିଟିଲେ, ତଳେ ପଡ଼ିଥିବା ବିସ୍କୁଟ୍‌ ଖାଇବାକୁ ବାଧ୍ୟ କଲେ...

‘ଭାଇ’ ବୋଲି ନଡାକିବାରୁ ନିଧୂର୍ମ ପିଟି ଚାଲିଲେ। ଏପରିକି ତଳେ ପଡ଼ିଥିବା ବିସ୍କୁଟ ଖାଇବାକୁ ମଧ୍ୟ ବାଧ୍ୟ କଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

Ghulam Nabi Azad, Jayram Ramesh
ଗୁଲାମ ନବି ଆଜାଦଙ୍କୁ ପଦ୍ମ ପୁରସ୍କାର ଦେବା ନେଇ ତେଜିଲା ବିବାଦ

କଂଗ୍ରେସରେ ତେଜିଲା ପଦ୍ମ ସମ୍ମାନ ଝଡ଼ । ପୁରୁଖା ରାଜନେତା ତଥା ଜାମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦଙ୍କୁ ପଦ୍ମ ଭୂଷଣ ସମ୍ମାନ ନେଇ କଂଗ୍ରେସରେ ଝଡ଼ । କପିଲ ସିବଲ, ଶଶୀ ଥରୁର, ଆନନ୍ଦ ଶର୍ମା ଓ ରାଜ ବବର୍ଙ୍କ ଭଳି ବରିଷ୍ଠ ନେତା ଆଜାଦଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ, ଗାନ୍ଧୀ ପରିବାର ଅନୁଗତ ଜୟରାମ ରମେଶ କଟାକ୍ଷ କରିଛନ୍ତି ।

Coronavirus
ସାବଧାନ ! ଏବେ ବି ଦେଶରେ ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ ରହିଛି

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଦେଶରେ ଏବେ ବି ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ ଥିବା ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ୍ କଣ୍ଟ୍ରୋଲ(NCDC) ପକ୍ଷରୁ ସୂଚନା ଦିଆଯାଇଛି।   

Centre Extends COVID-19 Guidelines
ଆଉ ମାସେ ବଢ଼ିଲା କୋଭିଡ୍‌ କଟକଣା, କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ

ଆଉ ମାସେ ଅର୍ଥାତ୍‌ ଫେବୃଆରୀ ୨୮ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି କରି ଜଣାଇଛନ୍ତି।

Tata Air India
ଟାଟା ହାତକୁ ଗଲା ଏୟାର ଇଣ୍ଡିଆ, ବିଶ୍ୱସ୍ତରୀୟ ସେବା ଯୋଗାଇବାକୁ ଟାଟାର ପ୍ରତିଶ୍ରୁତି

ଏୟାର ଇଣ୍ଡିଆର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ଏହାର ସମସ୍ତ ସେୟାର ଟାଲାସ୍ ପ୍ରାଇଭେଟ ଲିମିଟେଡ୍‌କୁ ଟ୍ରାନ୍ସଫର୍ କରାଯାଇଛି । ଏହି କମ୍ପାନି ବର୍ତ୍ତମାନଠାରୁ ଏୟାର ଇଣ୍ଡିଆର ନୂଆ ମାଲିକ ବୋଲି କହିଛନ୍ତି ତୁହିନକାନ୍ତ ।

biggest cycle
ପିଲଭିତ ରାସ୍ତାରେ ସ୍ୱତନ୍ତ୍ର ସାଇକେଲ ! ଯିଏ ଦେଖୁଛି, ସେଲ୍ଫି ନେଉଛି . .

ହୁସେନ୍‌ଙ୍କ ସାଇକେଲ୍‌ ଗଡ଼ିଲେ ତାଙ୍କ ଉପରେ ସମସ୍ତଙ୍କ ଆଖି ଲାଖି ରହୁଛି । ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାଙ୍କୁ ଚାହିଁ ରହୁଛନ୍ତି ।

Arunachal boy
ଭାରତ ଫେରିଲେ ମିରାମ ! ଅରୁଣାଚଳ ପ୍ରଦେଶରୁ ନିଖୋଜ ଯୁବକଙ୍କୁ ଫେରାଇଲା ପିଏଲଏ

ଅରୁଣାଚଳ ପ୍ରଦେଶର ନିଖୋଜ ଯୁବକ ମିରାମଙ୍କୁ ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି ଭାରତୀୟ ସେନାକୁ ହସ୍ତାନ୍ତର କରିଛି ।

gold rate today
ସାମାନ୍ୟ ବଢିଛି ସୁନା ଦର, ଜାଣନ୍ତୁ କେତେ ରହିଛି ସୁନାର ଦାମ୍

କମିଛି ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୭୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୮୬୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୦୦ ଟଙ୍କା କମି ୬୪,୨୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।