Advertisment

କୁତବ ମିନାର ପରିସର ଖନନ ନେଇ ASIକୁ ନାହିଁ ଅନୁମତି, ସ୍ପଷ୍ଟ କଲେ ମନ୍ତ୍ରୀ

କୁତବ ମିନାର ଖନନ ପାଇଁ ସଂସ୍କୃତି ମନ୍ତ୍ରାଳୟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିବା ନେଇ ଯେଉଁ ଖବର ପ୍ରସାରଣ ହେଉଛି, ତାହା ମିଛ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶାନ ରେଡ୍ଡି ।

author-image
Satyendu Shekher Mishra
Qutab Minar

Qutab Minar

ଦିଲ୍ଲୀର କୁତବ ମିନାର ପରିସରରେ ଖନନ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା- ଏଏସ୍‌ଆଇକୁ ଅନୁମତି ମିଳି ନାହିଁ । ଏନେଇ ସ୍ପଷ୍ଟ କରିଛ କେନ୍ଦ୍ର ସଂସ୍କୃତିମନ୍ତ୍ରୀ । କୁତବ ମିନାର ଖନନ ପାଇଁ ସଂସ୍କୃତି ମନ୍ତ୍ରାଳୟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିବା ନେଇ ଯେଉଁ ଖବର ପ୍ରସାରଣ ହେଉଛି, ତାହା ମିଛ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶାନ ରେଡ୍ଡି । ହାଇଦ୍ରାବାଦ ଗସ୍ତରେ ଥିବା କିଶାନ କହିଛନ୍ତି ଯେ, ମନ୍ତ୍ରାଳୟ ପକ୍ଷରୁ ଏପରି କିଛି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ ।

Advertisment

କୁତବ ମିନାର ପରିସରରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ମିଳିବା ପରେ ଓ ଏହା ରାଜା ବିକ୍ରମାଦିତ୍ୟଙ୍କ ଦ୍ୱାରା ନିର୍ମାଣ ହୋଇଥିଲା ବୋଲି ଦାବି ହୋଇ ଆସୁଛି । କୁତବ ଅଲଦିନ୍ ଏବାକ ନୁହନ୍ତି, ବରଂ ସୂର୍ଯ୍ୟଙ୍କ ଗତିବିଧି ଜାଣିବା ଲାଗି ରାଜା ବିକ୍ରମାଦିତ୍ୟ ସେତେବେଳେ ଏହାକୁ ନିର୍ମାଣ କରିଥିଲେ ବୋଲି ଏଏସ୍ଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ସିଂହ କହିଥିଲେ । ଏହାପରେ କୁତବ ମିନାରକୁ ନେଇ ବିବାଦ ଦେଖାଦେଇଥିଲା । ଏହାକୁ ବିଚାରକୁ ନେଇ ସଂସ୍କୃତି ମନ୍ତ୍ରାଳୟ କୁତବ ମିନାର ପରିସର ଖନନ ପାଇଁ ସଂସ୍କୃତି ବିଭାଗ, ଏଏସ୍‌ଆଇକୁ ଅନୁମତି ଦେଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।

Delhi Qutab Minar
Advertisment
Advertisment