Advertisment

ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା

ସାରା ଦେଶରେ ଜାତିଭିତ୍ତିକ ଜନଗଣନା ଦାବିରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଜାତିଭିତ୍ତିକ ଜନଗଣନା ନେଇ ଅନେକ ରାଜ୍ୟ ଦାବି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରି ନାହାନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bharat Bandh Today

Bharat Bandh Today

ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ମୋର୍ଚ୍ଚା(BAMCEF) ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ସାରା ଦେଶରେ ଜାତିଭିତ୍ତିକ ଜନଗଣନା ଦାବିରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଜାତିଭିତ୍ତିକ ଜନଗଣନା ନେଇ ଅନେକ ରାଜ୍ୟ ଦାବି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରି ନାହାନ୍ତି। ଫଳରେ ବନ୍ଦ ଡାକରା ଦିଆଯାଇଛି। 

Advertisment

ଜାତିଭିତ୍ତିକ ଜନଗଣନା ଦାବି ବ୍ୟତୀତ ନିର୍ବାଚନରେ ଇଭିଏମ୍ ବ୍ୟବହାର ନକରିବା, ପ୍ରାଇଭେଟ୍‌ ସେକ୍ଟରରେ SC, ST ଏବଂ OBCଙ୍କୁ ସଂରକ୍ଷଣ ପ୍ରଦାନ, ଚାଷୀଙ୍କୁ MSP ଗ୍ୟାରେଣ୍ଟି,  CAA(Citizenship Amendment Act ) ଓ NRC(National Register of Citizens) କାର୍ଯ୍ୟକାରୀ ନହେବା ଇତ୍ୟାଦି ଦାବି ମଧ୍ୟ ରହିଛି। BAMCEF(Backward and Minority Communities Employees Federation)ର ଏହି ଭାରତ ବନ୍ଦ ଡାକରାକୁ ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚା, ଭାରତ ମୁକ୍ତି ମୋର୍ଚ୍ଚା, ବହୁଜନ ମୁକ୍ତି ମୋର୍ଚ୍ଚା ଓ ଅନ୍ୟ ସଂଘ ସମର୍ଥନ କରୁଛି। 

BAMCEFର ଏହି ଭାରତ ବନ୍ଦ ଡାକରା ପ୍ରଭାବ ଏତେଟା ପଡ଼ି ନଥିବା ଦେଖିବାକୁ ମିଳିଛି। ତଥାପି ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରର ନକଟିଗୁଡ଼ା ଛକରେ ରାସ୍ତା ଅବରୋଧ କରାଯାଇ ଆନ୍ଦୋଳନ କରାଯାଇଛି। ଫଳରେ ଭବାନୀପାଟଣାରୁ ନବରଙ୍ଗପୁର, ଜୟପୁର, ଧର୍ମଗଡ଼କୁ ଯାଉଥିବା ବସ୍ ଅଟକି ରହିଥିବା ଦେଖିବାକୁ ମିଳିଥିଲା। 

Advertisment
Bharat Bandh BAMCEF Bharat Bandh Today
Advertisment
Advertisment