• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଶ୍ମୀର ଟିଭି କଳାକାର ଆମରିନ୍ ଭଟ୍ଟଙ୍କୁ ଗୁଳି କରି ହତ୍ୟା । କଶ୍ମୀର ବଡଗାମ ଜିଲ୍ଲାର ଛାଦୁରା ଅଞ୍ଚଳରେ ୩୫ ବର୍ଷିୟ ଆମରିନଙ୍କୁ ଗୁଳି କରାଯାଇଛି । ଆମରିନଙ୍କ ୧୦ ବର୍ଷିୟ ପୁତୁରାଙ୍କୁ ମଧ୍ୟ ଗୁଳି ଲାଗିଛି । ଗୁରୁତର ଅବସ୍ଥାରେ ଆମରିନଙ୍କୁ ହସପିଟାଲ ଅଣାଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ସେପଟେ ଆହତ ୧୦ ବର୍ଷିୟ ପୁତୁରାଙ୍କ ଅବସ୍ଥା ସ୍ଥିର ରହିଛି । ଗତକାଲି ରାତି ପ୍ରାୟ ୮ଟାରେ ୩ ଜଣ ଲସ୍କର-ଏ-ତୋଏବା ଆତଙ୍କବାଦୀ ଆମରିନଙ୍କୁ ତାଙ୍କ ଘର ପାଖରେ ଗୁଳି କରି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ପୁରା ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରାବନ୍ଦୀ କରି ଯାଞ୍ଚ ଆରମ୍ଭ କରିଛନ୍ତି । ଆମରିନ ଭଟ୍ଟ ଜଣେ ଟିଭି କଳାକାର । ଟିକଟକ୍ ଏବଂ ଗୀତ ଦ୍ୱାରା ସେ କାଶ୍ମୀରର ଘରେ ଘରେ ସେ ବେଶ୍‌ ପରିଚିତ ଥିଲେ ।

ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ଏହି ଘଟଣା ପାଇଁ କୌଣସି ଆତଙ୍କବାଦୀ ନିଜକୁ ଦାୟୀ କରିନାହାନ୍ତି। ଗତ କିଛି ମାସ ହେଲା ଜମ୍ମୁ କାଶ୍ମୀରେ ଆତଙ୍କବାଦୀ ହମଲା ଜାରି ରହିଛି। ସେମାନଙ୍କ ଗୁଳି ମାଡ଼ରେ କେତେକ ଅଣସ୍ଥାନୀୟ ଓ କଶ୍ମୀର ପଣ୍ଡିତଙ୍କ ମୃତ୍ୟୁ ଘଟିଲାଣି।