Advertisment

କର୍କଟ ରୋଗୀଙ୍କୁ ନୂଆ ଜୀବନ ଦେବ ଭାଇରସ୍‌ ! ଆରମ୍ଭ ହେଲା ହ୍ୟୁମାନ୍‌ ଟ୍ରାଏଲ୍‌

କର୍କଟ ରୋଗୀଙ୍କୁ ନୂଆ ଜୀବନ ଦେଇପାରେ ଏକ ଭୂତାଣୁ। କୌଣସି ଔଷଧ ନୁହେଁ, ବରଂ ଗୋଟିଏ ଭୂତାଣୁ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇପାରେ ବୋଲି ଆଶା କରାଯାଉଛି।

author-image
Rajalaxmi Sahoo
For The First Time  Cancer Killing Virus Oncolytic Gets Human Trial

For The First Time Cancer Killing Virus Oncolytic Gets Human Trial

କର୍କଟ ବା କ୍ୟାନ୍ସର ନାଁ ଶୁଣିଲେ ଛାନିଆ ଲାଗେ।  କାରଣ ଏଯାଏ ଏହାର କୌଣସି ବି ଶତ ପ୍ରତିଶତ ସଫଳ ଚିକିତ୍ସା ପଦ୍ଧତି ବାହାରି ନାହିଁ। ହେଲେ ଏଣିକି  କର୍କଟ ରୋଗୀଙ୍କୁ ନୂଆ ଜୀବନ ଦେଇପାରେ ଏକ ଭୂତାଣୁ। ଏହା ଶୁଣିଲା ପରେ ହୁଏତ ଆପଣଙ୍କୁ ଟିକେ ଅଜବ ଲାଗିବ, ହେଲେ ଘଟଣାଟି ସତ। କୌଣସି ଔଷଧ ନୁହେଁ, ବରଂ ଗୋଟିଏ ଭୂତାଣୁ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇପାରେ ବୋଲି ଆଶା କରାଯାଉଛି। ସବୁଠାରୁ ଖୁସିର କଥା, ଜୀବଜନ୍ତୁଙ୍କ କ୍ଷେତ୍ରରେ ଉପାଦେୟ ସାବ୍ୟସ୍ତ ହେବା ପରେ ଏହାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। 

Advertisment

ଅଙ୍କୋଲିଟିକ୍ ଭାଇରସ୍(Oncolytic Virus) CF33-hNIS ଓରଫ୍ ଭ୍ୟାକ୍ସିନିଆ କର୍କଟ ଆକ୍ରାନ୍ତ ଜୀବକୋଷକୁ ନଷ୍ଟ କରିବାରେ ସକ୍ଷମ ବୋଲି ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ଏହାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ମଣିଷ ଶରୀରରେ ଏହି ଭୂତାଣୁକୁ ପ୍ରୟୋଗ କରାଯାଇଛି। ଏହି ଭୂତାଣୁକୁ ପ୍ରଥମ ପର୍ଯ୍ୟାୟରେ ଆମେରିକା ଓ ଅଷ୍ଟ୍ରେଲିଆର ୧୦ଟି ସ୍ଥାନରେ ୧୦୦ ଜଣ କର୍କଟ ଆକ୍ରାନ୍ତଙ୍କ ଶରୀରରେ କ୍ଲିନିକାଲ୍ ଟ୍ରାଏଲ୍ କରାଯିବ।  ଏହା ୨ ବର୍ଷ ଧରି ଚାଲିବ। 

ପ୍ରାରମ୍ଭିକ ପରୀକ୍ଷଣରେ ଅଳ୍ପ ଡୋଜ୍ ଭୂତାଣୁକୁ ଶରୀରରେ କିମ୍ବା ସିଧାସଳଖ ଟ୍ୟୁମର୍‌ରେ ଇଞ୍ଜେକ୍ସନ ଆକାରରେ ଦିଆଯିବ। ଏହା ସୁରକ୍ଷିତ ପ୍ରମାଣିତ ହେଲେ ଡୋଜ୍ ମାତ୍ରା ବଢ଼ିବ ବୋଲି ସୂଚନା ମିଳିଛି। ମଣିଷ ଶରୀରରେ ପ୍ରୟୋଗ ପୂର୍ବରୁ ଏହା ଜୀବଜନ୍ତୁଙ୍କ ଠାରେ ଉପାଦେୟ ସାବ୍ୟସ୍ତ ହୋଇଥିଲା। ଜୀବଜନ୍ତୁଙ୍କ ଶରୀରରେ ପ୍ରୟୋଗ ପରେ ଏହା ବଂଶବୃଦ୍ଧି କରି କର୍କଟ ସହ ଲଢ଼ୁଥିବା ଏବଂ କଲୋନ୍ ବା ବୃହଦନ୍ତ୍ର, ଫୁସ୍‌ଫୁସ୍‌, ସ୍ତନ, ଡିମ୍ବାଶୟ ବା ଓଭାରିକୁ ସଙ୍କୁଚିତ କରିପାରୁଥିବା ଦେଖିବାକୁ ମିଳିଥିଲା।

Advertisment

ଜିନ୍ ଏଡିଟିଂ ପଦ୍ଧତିରେ ସୃଷ୍ଟି କରାଯାଇଥିବା ଏହି ଭୂତାଣୁ ସୁସ୍ଥ ଜୀବକୋଷର ଏହା କୌଣସି କ୍ଷତି କରୁନାହିଁ।  ଆଉ ଏକ ଉତ୍ସାହପ୍ରଦ ଦିଗ ହେଉଛି, ଏହି ଭୂତାଣୁ କର୍କଟ ଆକ୍ରାନ୍ତଙ୍କ ଶରୀରକୁ ଇମ୍ୟୁନୋଥେରାପି ପାଇଁ ମଧ୍ୟ ଅନୁକୂଳ କରିପାରିବ ବୋଲି ଗବେଷକ ଆଶା କରୁଛନ୍ତି।  ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ପ୍ରକାର କର୍କଟ କ୍ଷେତ୍ରରେ ଇମ୍ୟୁନୋଥେରାପି ସମ୍ଭବ ହେଉନଥିଲା।

Cancer Patients Cancer Cancer Killing Virus Oncolytic Virus
Advertisment
Advertisment