ଗୋଟିଏପଟେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଥିବା ବେଳେ ଅନ୍ୟପଟେ ଆଶ୍ୱସ୍ତି ମିଳିଛି। ଗତକାଲି ଏଲ୍ପିଜି କନେକ୍ସନ ଦର ବୃଦ୍ଧି ପାଇଥିବା ବେଳେ ଖାଇବା ତେଲ ଶସ୍ତା ହୋଇଛି। ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ଦର କମି ଥିବାରୁ ଗ୍ରାହକଙ୍କୁ ମହଙ୍ଗାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।
ଖାଇବା ତେଲ ଉପରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୨ ବର୍ଷ ପାଇଁ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟିକୁ ସରକାର ହଟାଇ ଦେଇଛନ୍ତି।