This is PM Modi's fifth visit to Japan in the last 8 years, the MEA said.
ଦୁଇଦିନିଆ ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁତ୍ୱପୂର୍ଣ୍ଣ କ୍ୱାର୍ଡ ବୈଠକରେ ସାମିଲ ହେବା ପାଇଁ ଦୁଇ ଦିନିଆ ଜାପାନ ଗସ୍ତ କରି ଟୋକିଓରେ ପହଞ୍ଚିଛନ୍ତି ପିଏମ୍ ମୋଦି । ସେଠାରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
Landed in Tokyo. Will be taking part in various programmes during this visit including the Quad Summit, meeting fellow Quad leaders, interacting with Japanese business leaders and the vibrant Indian diaspora. pic.twitter.com/ngOs7EAKnU
— Narendra Modi (@narendramodi) May 22, 2022
ତେବେ ଆଜି ଓ ଆସନ୍ତାକାଲି ହେବାକୁ ଥିବା କ୍ୱାର୍ଡ ଦେଶ ସମୂହର ବୈଠକରେ ସାମିଲ ହୋଇ ମୋଦି ଭାରତର ପ୍ରତିନିଧିତ୍ୱ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ନବନିର୍ବାଚିତ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏନ୍ଥେନି ଅଲ୍ବାନୀସ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ବୈଠକରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଏବଂ ପାରସ୍ପରିକ ସ୍ୱାର୍ଥର ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)