Advertisment

ହଠାତ୍‌ ଆକାଶରେ ଘୋଟି ଆସିଲା କଳା ବାଦଲ, ଜୋରରେ ବହିଲା ପବନ; ତା’ପରେ...

ଗତ ୨-୩ ଦିନ ଧରି ସନ୍ଧ୍ୟାରେ ଝଡ଼ତୋଫାନ ଓ ବଜ୍ରପାତ ହେଉଥିଲା। ହେଲେ ଆଜି ସକାଳେ ହଠାତ୍‌ ଆକାଶରେ କଳା ବାଦଲ ଘୋଟି ଆସିବା ସହ ବର୍ଷା ଆରମ୍ଭ ହୋଇଥିଲା।

author-image
Rajalaxmi Sahoo
Cloudy Sky

Cloudy Sky

ତାତିରୁ ମିଳିଲା ଆଶ୍ୱସ୍ତି। ଦିଲ୍ଲୀରେ ଆଜି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଫଳରେ ପ୍ରଚଣ୍ଡ ତାତିରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଗତ ୨-୩ ଦିନ ଧରି ସନ୍ଧ୍ୟାରେ ଝଡ଼ତୋଫାନ ଓ ବଜ୍ରପାତ ହେଉଥିଲା। ହେଲେ ଆଜି ସକାଳେ ହଠାତ୍‌ ଆକାଶରେ କଳା ବାଦଲ ଘୋଟି ଆସିବା ସହ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ହେବା ନେଇ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ(IMD) ସତର୍କ ସୂଚନା ଜାରି କରିଥିଲା।

Advertisment

IMD ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି ଯେ, ‘ଆଗାମୀ ୨ ଘଣ୍ଟା ପର୍ଯ୍ୟନ୍ତ ଦିଲ୍ଲୀ-ଏନ୍‌ସିଆର ଓ ଏହାର ଆଖପାଖ ଅଞ୍ଚଳରେ ଘଣ୍ଟା ପ୍ରତି  ୫୦-୮୦ କି.ମି. ବେଗରେ ପବନ ବହିବ। ଏହାସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଜି ଦିଲ୍ଲୀ, ନୋଏଡା ଓ ଗାଜିଆବାଦରେ ବର୍ଷା ହୋଇଛି। ଏହାପୂର୍ବରୁ ଶନିବାର ଦିଲ୍ଲୀର ଅନ୍ୟ କିଛି ସ୍ଥାନରେ ବର୍ଷା ହୋଇଥିଲା। ଏହାସହ ଝଡ଼ ତୋଫାନ ମଧ୍ୟ ହୋଇଥିଲା। 

Advertisment

ଜୋରରେ ପବନ ବହିବା ଯୋଗୁ କିଛି ଅଞ୍ଚଳରେ ଗଛ ଉପୁଡ଼ି ପଡ଼ିଥିବା ନଜର ଆସିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷେ, ଦିଲ୍ଲୀରେ ଖରାପ ପାଗ ଯୋଗୁ ୪୦ଟି ବିମାନ ଉଡ଼ାଣରେ ବିଳମ୍ବ ହୋଇଛି। ଦିଲ୍ଲୀ ବିମାନ ବନ୍ଦରରୁ ଯିବାକୁ ଥିବା ୨ଟି ବିମାନକୁ ବାତିଲ୍‌ କରାଯାଇଥିବା ବେଳେ ଦିଲ୍ଲୀ ଆସିବାକୁ ଥିବା ୧୮ଟି ବିମାନ ଉଡ଼ାଣରେ ବିଳମ୍ବ ହୋଇଛି। 

ମେ’ ୨୪ ପର୍ଯ୍ୟନ୍ତ ଦିଲ୍ଲୀରେ ଝଡ଼ ତୋଫାନ ଓ ବର୍ଷାର ସମ୍ଭାବନା ରହିଛି। ମେ’ ୨୫ରେ ଆକାଶ ମେଘାଚ୍ଛନ୍ନ ରହିବ। ହେଲେ ତାପମାତ୍ରା ବୃଦ୍ଧି ପାଇପାରେ। ତେବେ ପୁଣିଥରେ ମେ’ ୨୬ରେ ତାପମାତ୍ରା ବୃଦ୍ଧି ପାଇ ୪୦ ଡିଗ୍ରୀରେ ପହଞ୍ଚିପାରେ। ମେ’ ୨୮ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ରହିପାରେ।  ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ସପ୍ତାହରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ମେ’ରେ ୨.୨ ମିଲିମିଟର ବର୍ଷା ହୋଇଛି। ଅନ୍ୟ ବର୍ଷ ତୁଳନାରେ ମେ’ରେ ହୋଇଥିବା ଏହି ବର୍ଷା ବହୁତ କମ୍‌ ପରିମାଣର ବୋଲି ଜଣାପଡ଼ିଛି।

Rain In Delhi Delhi Rains Delhi Rain
Advertisment
Advertisment