• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟାସିନ ମଲିକକୁ ଆଜୀବନ ଜେଲ୍ ଦଣ୍ଡାଦେଶ । ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ସ୍ପେଶାଲ NIA କୋର୍ଟ ।ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏହି ଶୁଣାଣି କରାଯାଇଛି । ଏହା ସହିତ କୋର୍ଟ ୧୦ ଲକ୍ଷ ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ NIA, ୟାସିନ ମଲିକକୁ ମୃତ୍ୟୁ ଦେବା ପାଇଁ ଦାବି କରିଥିଲା । 

ମେ ୧୯ରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ମାମଲାରେ ୟାସିନ ମଲିକ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସ୍ପେଶାଲ NIA କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । ଏହାପୂର୍ବରୁ ମେ’ ୧୦ରେ ମଲିକ କୋର୍ଟଙ୍କୁ କହିଥିଲେ ଯେ ‘ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଚ୍ୟାଲେଞ୍ଜ କରିବାକୁ ଚାହୁଁ ନାହାଁନ୍ତି । ସେ ନିଜ ଅପରାଧ ସ୍ୱୀକାର କରୁଛନ୍ତି ।

ସ୍ୱାଧିନତା ସଂଗ୍ରାମ ନାଁରେ ଜାମ୍ମୁ କାଶ୍ମୀର ସହ ବିଶ୍ୱର ଅନ୍ୟ ସ୍ଥାନରେ ମଧ୍ୟ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିଲେ ୟାସିନ୍‌ । ଏମିତିକି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ମଧ୍ୟ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ୟାସିନ ମଲିକ କଶ୍ମୀର ରାଜନୀତିରେ ବେଶ୍‌ ସକ୍ରିୟ ଥିଲେ। ଯୁବପିଢ଼ିଙ୍କୁ ଉସ୍‌କାଇବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ୟାସିନ ମଲ୍ଲିକ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (JKLF) ସହିତ ଜଡିତ ।

ସ୍ୱାଧିନତା ସଂଗ୍ରାମ ନାଁରେ ଜାମ୍ମୁ କାଶ୍ମୀର ସହ ବିଶ୍ୱର ଅନ୍ୟ ସ୍ଥାନରେ ମଧ୍ୟ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିଲେ ୟାସିନ୍‌ । ଏମିତିକି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ମଧ୍ୟ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ୨୦୧୭ରେ ୟାସିନ ମଲ୍ଲିକ କଶ୍ମୀର ଘାଟିରେ ଅଶାନ୍ତି ସୃଷ୍ଟି କରିବା ଏବଂ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହ ଜଡିତ ଥିବା ଏକ ମାମଲାରେ ଦିଲ୍ଲୀ କୋର୍ଟରେ ହାଜର ହୋଇଥିଲେ । ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ସେ ସ୍ୱୀକାର କରିଥିଲେ ।

୨୦୧୯ରେ କେନ୍ଦ୍ର ସରକାର JKLF ଉପରେ ପ୍ରତିବନ୍ଧକ ଲଗାଇଥିଲେ । ୟାସିନ ମଲ୍ଲିକଙ୍କ ବିରୋଧରେ ୧୯୯୦ରେ ୪ଜଣ ବାୟୁସେନା କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି, ଯାହାକୁ ସେ ସ୍ୱୀକାର କରି ସାରିଛିନ୍ତି । କେବଳ ସେତିକି ନୁହେଁ ୟାସିନଙ୍କ ନାଁରେ ମୁଫତି ମହମ୍ମଦ ସୟିଦଙ୍କ ଝିଅ ରୁବିଆ ସୟିଦଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି ।