• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଧ୍ୟପ୍ରଦେଶ ଛିନ୍ଦୱାଡ଼ା ସହରର ଗଳିକନ୍ଦିରେ ଭିକ ମାଗି ଗୁଜୁରାଣ ମେଣ୍ଟାଉଥିବା ଜଣେ ଭିକାରୀ ଏବେ ଖୁବ୍‌ ଚର୍ଚ୍ଚାରେ । କାରଣ ସେ ଯେଉଁ କାମ କରିଛି ତାହା ବୋଧ ହୁଏ କୌଣସି ଭିକ୍ଷୁକ କରିଥିବେ ବା କରିବାକୁ ସାହସ କରିଥିବେ । ସେ ପ୍ରମାଣ କରିଦେଇଚନ୍ତି ପ୍ରେମ ଆଗରେ ଟଙ୍କା ପଇସା କିଛି ମାଇନା ରଖେନା । ମଣିଷର ପରିସ୍ଥିତି କିଭଳି ରହିଛି ତାହା ପ୍ରେମ ପାଇଁ କିଛି ଫରକ ପକାଏ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଏହି ଭିକ୍ଷୁକ ।

କାରଣ ଗତ ଚାରି ବର୍ଷ ଧରି ଟଙ୍କେ ଟଙ୍କେ ଯୋଡ଼ି ସେ ସଂଗ୍ରହ କରିଥିଲେ ୯୦ ହଜାର ଟଙ୍କା । ଆଉ ସେହି ଟଙ୍କାରେ ଏକ ସୁନ୍ଦର ଉପହାର କଣି ନିଜ ପତ୍ନୀଙ୍କୁ ଦେଇଛନ୍ତି । ଯାହାକୁ ନେଇ ଏବେ ଢ଼େର ଚର୍ଚ୍ଚା । ଆଉ ତାଙ୍କ ପତ୍ନୀ ସେହି ଉପହାର ପାଇ ବେଶ ଖୁସି ହୋଇଛନ୍ତି । ଦୀର୍ଘ ଦିନ ଧରି ସ୍ୱାମୀଙ୍କୁ ଟ୍ରଲିରେ ଠେଲି ଠେଲ ଏଣେ ତେଣେ ନେବାକୁ କଷ୍ଟ ଅନୁଭବ କରୁଥିଲେ ପତ୍ନୀ ।

ଆଉ ପତ୍ନୀଙ୍କର ଏହି ଦୁଃଖ ବୁଝି ପାରିଥିଲେ ସ୍ୱାମୀ । ସେଥିପାଇଁ ୯୦ ହଜାର ଟଙ୍କାରେ ଏକ ତିନି ଚକିଆ ମୋଟର ଗାଡ଼ି କିଣି ପତ୍ନୀଙ୍କୁ ଦେଲେ ଉପହାର । ଏବେ ଉଭୟ ଯୁଆଡ଼େ ଯାଉଛନ୍ତି ସେହି ତିନି ଚକିଆ ଗାଡ଼ି ନେଇ ଯାଉଛନ୍ତି । ଗାଡ଼ି କିଣିବା ପରେ ପ୍ରଥମେ ପତ୍ନୀଙ୍କୁ ବସାଇ ପୁରା ଅଞ୍ଚଳ ବୁଲାଇଥିଲେ ସ୍ୱାମୀ ।

 

ସ୍ୱାମୀଙ୍କ ଏଭଳି ପ୍ରେମକୁ ସଲାମ୍ କରୁଛନ୍ତି ଲୋକେ

ଏହି ହୃଦୟ ସ୍ପର୍ଶୀ କାହାଣୀଟି ଛିନ୍ଦୱାଡ଼ାର ଦିବ୍ୟାଙ୍ଗ ଭିକାରୀ ସାନ୍ତୋଷ ସାହୁଙ୍କର । ଯିଏ କି ଶନିବାର ୯୦ ହଜାର ଟଙ୍କା ମୂଲ୍ୟର ଏକ ମୋପେଡ୍ କିଣି ପତ୍ନୀଙ୍କୁ ଉପହାର ଦେଇଛନ୍ତି । ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରାଯାଇଛି । ଯାହାକୁ ୟୁଜର୍ସ ଖୁବ୍‌ ପସନ୍ଦ କରିଛନ୍ତି ଏବଂ ସେୟାର କରିଛନ୍ତି । ଏମିତିକି ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସନ୍ତୋଷଙ୍କର ଦୁଇଟି ଯାକ ଗୋଡ଼ କାମ କରୁ ନାହିଁ । ପନୀଙ୍କ ସାହାଯ୍ୟରେ ସେ ଯାଆ ଆସ କରନ୍ତି ।