• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜସ୍ଥାନ ପୋଲିସ ଶନିବାର ଜଣେ ଭାରତୀୟ ଯବାନ ପ୍ରଦୀପ କୁମାରଙ୍କୁ ଗିରଫ କରିଛି । ଏହି ଯବାନଙ୍କ ବିରୋଧରେ ରହିଛି ସଂଙ୍ଗୀନ ଅଭିଯୋଗ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ସମ୍ପର୍କରେ ଆସି ଉକ୍ତ ଯବାନ ଭାରତୀୟ ସେନା ବାହିନୀର ଗୁପ୍ତ ତଥ୍ୟ ପ୍ରଦାନ କରିଛନ୍ତି ।

ପୋଲିସର କହିବାନୁସାରେ ପ୍ରଦୀପ କୁମାର ୩ ବର୍ଷ ପୂର୍ବେ ଭାରତୀୟ ସେନା ବାହିନୀରେ ଭର୍ତ୍ତୀ ହୋଇଥିଲେ । ତାଙ୍କୁ ଅତ୍ୟନ୍ତ ସମ୍ବେଦନଶୀଳ, ଜୋଧପୁର ରେଜିମେଣ୍ଟରେ ନିଯୁକ୍ତି କରାଯାଇଥିଲା । ତାଙ୍କୁ ଇଣ୍ଟର ସର୍ଭିସେସ୍‌ର ଜଣେ ମହିଳା ଏଜେଣ୍ଟ ହନିଟ୍ରାପ୍‌ ଉପାୟରେ ଫସାଇ ଦେଇଛନ୍ତି ।

ପୋଲିସ ଅନୁମାନ କରୁଛି ଯେ, ଭାରତୀୟ ସେନା ବାହିନୀର ସାମରିକ ଶକ୍ତି ତଥା ଗୋପନୀୟ ତଥ୍ୟ ଗୁଡ଼ିକୁ ସେ ଏହି ମହିଳା ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଦେଇଥାଇପାରନ୍ତି ।

ଉକ୍ତ ମହିଳାଙ୍କ ସହ ଭାରତୀୟ ଯବାନ ପ୍ରଦୀପ କୁମାର, ଫେସ୍‌ବୁକ ଜରିଆରେ ଗତ ୬ ମାସ ପୂର୍ବେ ପରସ୍ପର ସହ ସମ୍ପର୍କରେ ଆସିଥିଲେ । ମହିଳା ଜଣକ ମଧ୍ୟ ପ୍ରଦେଶରେ ରହୁଥିବା କହିବା ସହ ନିଜର ଛଦ୍ମ ପରିଚୟ ସୃଷ୍ଟି କରି ଭାରତୀୟ ଯବାନଙ୍କୁ ଟ୍ରାପ୍‌ରେ ପକାଇଥିଲେ । ଖାଲି ସେତିକି ନୁହେଁ ମହିଳା ଜଣଙ୍କ ପ୍ରଦୀପ କୁମାରଙ୍କୁ ବିବାହର ପ୍ରଲୋଭନ ମଧ୍ୟ ଦେଖାଇ ଭାରତୀୟ ସେନାର ଗୁପ୍ତ ତଥ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ । ଅନ୍ୟପଟେ ଉକ୍ତ ମହିଳା ବେଙ୍ଗାଲୁରୁର ଏକ କମ୍ପାନୀରେ ଚାକିରି କରୁଥିବା କଥା ମଧ୍ୟ ପ୍ରଦୀପଙ୍କୁ କହିଥିଲେ ।

ଡିଜି ଉମେଶ ମିଶ୍ରା କହିଛନ୍ତି ଯେ, ପ୍ରଦୀପ କୁମାରଙ୍କୁ ପାକିସ୍ତାନ ପାଇଁ ଜାସୁସି କରୁଥିବା ଆଶଙ୍କାରେ ହେଫାଜତକୁ ନିଆଯାଇଛି । ଏବେ ତାଙ୍କୁ ପଚରାଉଚରା କରାରାଉଛି । ଖୁବ୍‌ଶୀଘ୍ର ସତ ସାମ୍ନାକୁ ଆସିବ ।