Advertisment

ସୁନା ଶସ୍ତା...ରୂପା ମହଙ୍ଗା

ଭାରତୀୟ ସର୍ରାଫା ବଜାରରେ ଆଜି ସୁନା ଦର ହ୍ରାସ ପାଇଥିବା ବେଳେ ରୂପା ଦରରେ ବୃଦ୍ଧି ଘଟିଛି। ଗତ କିଛିଦିନ ସୁନା ଦର ବୃଦ୍ଧି ପାଇଥିବା ବେଳେ ଆଜି ହ୍ରାସ ପାଇଛି।

author-image
Rajalaxmi Sahoo
Gold Price Today

Gold Price Today

ଭାରତୀୟ ସର୍ରାଫା ବଜାରରେ ଆଜି ସୁନା ଦର ହ୍ରାସ ପାଇଥିବା ବେଳେ ରୂପା ଦରରେ ବୃଦ୍ଧି ଘଟିଛି। ୯୯୯ ପ୍ୟୁରିଟି ସୁନା ପ୍ରତି ୧୦ ଗ୍ରାମକୁ ଆଜି ୫୧, ୨୧୭ ଟଙ୍କାରେ ବିକ୍ରି ହେଉଛି। ସେହିପରି ରୂପା ଦର ବୃଦ୍ଧି ପାଇ ୯୯୯ ପ୍ୟୁରିଟି ୧ କିଲୋକୁ ୬୧,୭୫୭ ଟଙ୍କାରେ ପହଞ୍ଚିଛି। ଗ୍ଲୋବାଲ୍‌ ମାର୍କେଟ୍‌ରେ ସୁନା ଦର ହ୍ରାସ ପାଇଥିବାରୁ ଭାରତୀୟ ବଜାରରେ ମଧ୍ୟ ଦର ହ୍ରାସ ପାଇଛି। 

Advertisment

ଗତ କିଛିଦିନ ସୁନା ଦର ବୃଦ୍ଧି ପାଇଥିବା ବେଳେ ଆଜି ହ୍ରାସ ପାଇଛି। ହେଲେ ରୂପା ଦରରେ ବୃଦ୍ଧି ଘଟିଛି। Multi Commodity Exchange(MCX)ରେ ସୁନା ଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୧,୦୭୫ ଟଙ୍କାର ପହଞ୍ଚିଛି। ରୂପା ଦର ବୃଦ୍ଧି ପାଇ ୬୧,୯୮୬ ଟଙ୍କାରେ ପହଞ୍ଚିଛି। 

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୨,୨୫୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୨,୦୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୯୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୨,୨୫୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Silver Price Gold Price Today
Advertisment
Advertisment