/odishatv-khabar/media/post_attachments/uploadimage/library/16_9/16_9_0/Punjab_CM_1653385652.jpg)
Punjab CM
ମହଙ୍ଗା ପଡିଲା ଲାଞ୍ଚ ନେବା । ପଞ୍ଜାବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବିଜୟ ସାଙ୍ଗଲାଙ୍କୁ କ୍ୟାବିନେଟରୁ ବହିସ୍କୃତ କଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ । ସ୍ବାସ୍ଥ୍ୟ ବିଭାଗର ବିଭନ୍ନ ଚୁକ୍ତି ପାଇଁ ୧ ପ୍ରତିଶତ କମିଶନ ମାଗୁଥିବା ନେଇ ଠୋସ୍ ପ୍ରମାଣ ପାଇବା ପରେ ସାଙ୍ଗଲାଙ୍କୁ କ୍ୟାବିନେଟ୍ରୁ ବହିସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ।
ଏନେଇ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ନିଜେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
ଦେଖନ୍ତୁ ସେହି ଟ୍ୱିଟ୍ :-
आम आदमी पार्टी का जन्म ईमानदार सिस्टम कायम करने के लिए हुआ है...@ArvindKejriwal जी ने हमेशा कहा है कि भ्रष्टाचार को बर्दाश्त नहीं करेंगे चाहे कोई अपना हो या बेगाना
स्वास्थ्य मंत्री के खिलाफ भ्रष्टाचार के सबूत मिलते ही तुरंत बर्खास्त किया...साथ ही FIR के आदेश दिए pic.twitter.com/0g9nqGteHb
— Bhagwant Mann (@BhagwantMann) May 24, 2022
ପଞ୍ଜାବରେ ଆପ ସରକାର ଆସିବା ପୂର୍ବରୁ ଦୁର୍ନୀତି ହଟାଇବାକୁ ଆପ୍ ମୁଖ୍ୟ ମୁଦ୍ଦା କରି ସରକାରକୁ ଆସିଥିଲା । ତେବେ କେଜ୍ରିୱାଲଙ୍କ କଡ଼ା ଆଭିମୁଖ୍ୟ ପଞ୍ଜାବକୁ ଦୁର୍ନୀତି ମୁକ୍ତ କରିବା ସ୍ଲୋଗାନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହା ସହ ଯଦି ଆଗକୁ କେହି ଲାଞ୍ଚ ମାଗେ ତେବେ ଜମା ଚୁପ ନ ରହି ସରକାରଙ୍କୁ ଏ ବିଷୟରେ ଖବର ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପଞ୍ଜାବାସୀଙ୍କୁ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)