ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୭୫୦ ରହିଛି।
ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଠିକ୍ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଆହତ ଯୁବକଙ୍କୁ ଜେସିବିରେ ହସ୍ପିଟାଲ ନେଇଗଲେ ସ୍ଥାନୀୟ ଲୋକ ।
ବସ୍ଟି କିଛି ଲୋକଙ୍କୁ ନେଇ ସାୱଜିଆନ୍ରୁ ମଣ୍ଡି ଅଭିମୁଖେ ଯାତ୍ରା କରୁଥିବା ବେଳେ ବରେହି ନାଲ୍ଲାହ ନିକଟରେ ଏକ ଗଭୀର ଖାଇରେ ଖସି ପଡ଼ିଥିଲା।
ଗୋଟିଏପଟେ କିଛି ନୂଆ ମେଡିସିନ୍କୁ ଜାତୀୟ ଅତ୍ୟାବଶ୍ୟକ ମେଡିସିନ୍ ତାଲିକାରେ ସାମିଲ କରାଯାଇଥିବା ବେଳେ ଅନ୍ୟପଟେ ଗ୍ୟାସ୍ ଜନିତ ସମସ୍ୟା ଦୂର କରିବା ଭଳି ମେଡିସିନ୍ Ranitidine ଇତ୍ୟାଦିକୁ ଅତ୍ୟାବଶ୍ୟକ ମେଡିସିନ୍ ତାଲିକାରୁ ବାଦ୍ ଦିଆଯାଇଛି।
ବିନା ଦୋଷରେ ଚାରି ସାଧୁ ବାବାଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ଜନତା ।
ବିଜେପିର ନବାନ ଚଲୋ ଅଭିଯାନରେ ଯୋଗ ଦେବା ପାଇଁ ବହୁ ସଂଖ୍ୟାରେ ବିଜେପି କର୍ମୀମାନେ ଟ୍ରେନ୍ ଯୋଗେ କୋଲକତା ଅଭିମୁଖେ ଆସିଥିଲେ ।
ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ମାମଲା ପରେ କପ୍ପନଙ୍କୁ ଗିରଫ କରାଯାଇଥିଲା ।
ଗତ ରାତିରେ ଲଜ୍ ତଳେ ଥିବା ଇଲେକ୍ଟ୍ରିକ୍ ସ୍କୁଟି ସୋରୁମ୍ରେ ଲାଗିଥିଲା ନିଆଁ ।
ତାମିଲନାଡୁର ଏହି ଦମ୍ପତି ହେଉଛନ୍ତି ହରିପ୍ରସାଦ ଓ ପୂଜା। ଗତ ରବିବାର ଥିଲା ବିବାହ । ବାହାଘରର ସବୁ ଆୟୋଜନ ସରିଥାଏ। ବିବାହ ମଣ୍ଡପକୁ ଆସିଲେ ବର-କନ୍ୟା। ଏହି ସମୟରେ ହରିପ୍ରସାଦଙ୍କର ସାଙ୍ଗମାନେ ଏକ ଫାଇଲ ନେଇ ଆସିଲେ। ୨୦ ଟଙ୍କିଆ ଷ୍ଟାମ୍ପ ପେପର ଲାଗିଥିବା ଏକ କାଗଜରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିବା ପାଇଁ ସେମାନେ ପୂଜାଙ୍କୁ କହିଥିଲେ। ଏପରିକି ବିବାହ ପୂର୍ବରୁ ସ୍ୱାକ୍ଷର କରିବାକୁ ପଡିବ ବୋଲି ପୂଜାଙ୍କୁ କହିଥିଲେ।
ପୁଣି ଚର୍ଚ୍ଚାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଦାମୀ କାର୍ଠୁ ଜୀବନ ଅଧିକ ମୂଲ୍ୟବାନ ବୋଲି ଜଣେ ବ୍ୟକ୍ତିଙ୍କୁ ପରାମର୍ଶ ଦେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କୃଷିମନ୍ତ୍ରୀ ସୁଧାକର ସିଂ କହିଛନ୍ତି ଯେ, ‘ମୋ ଉପରେ ମଧ୍ୟ ଆହୁରି ଅନେକ ସର୍ଦ୍ଦାର ଅଛନ୍ତି। ଯଦିଓ ସରକାର ବଦଳିଛନ୍ତି, ହେଲେ କାର୍ଯ୍ୟ କରିବା ଶୈଳୀ ସମାନ ରହିଛି।’
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୧୦୦ ରହିଛି।
ପ୍ରଜାଙ୍କ ଘରେ ରାଜା କରିଲେ ଭୋଜନ। ସାଧାରଣ ଲୋକଟିଏ ପାଇଁ ଏହାଠାରୁ ବଡ ଖବର ଆଉ କ’ଣ ହୋଇପାରେ ! ଖୁସିରେ ଉଛୁଳୁ ଥିଲା ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନିଙ୍କ ଘର। ସକାଳୁ ସକାଳୁ ରୋଷେଇରେ ଲାଗି ପଡିଥିଲେ ପୂରା ପରିବାର। ତାଙ୍କ ଘରେ ଭୋଜନ କରିବେ ନିଜେ ମୁଖ୍ୟମନ୍ତ୍ରୀ।
ନିଆଁ ଲାଗିବା ଫଳରେ ଜୀବନ ବଞ୍ଚାଇବା ପାଇଁ ଲୋକମାନେ ବିଲ୍ଡିଂର ଉପର ମହଲାରୁ ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି। ଆହତ ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ବିଡିଓଙ୍କ ମହାନତା । ପିଲାଙ୍କ ଭବିଷ୍ୟତ ପାଇଁ ଯୋଗାଇ ଦେଲେ ମାଗଣା କୋଚିଂ ସେଣ୍ଟର ।
ତିନି ମାସର ନିମ୍ନଗାମୀ ଟ୍ରେଣ୍ଡ ପରେ ପୁଣି ଊର୍ଦ୍ଧ୍ୱମୁଖା ହୋଇଛି ଖୁଚୁରା ମୁଦ୍ରାସ୍ଫୀତି ହାର ।
ବହୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦେଶ ସମେତ ବିଦେଶ ତଥା ଭାରତୀୟ ଜେଲରେ ଥାଇ ବି ବାହାରେ ନିଜ ଅପରେସନକୁ ଜୋରଦାର କରୁଛନ୍ତି । ଏହାକୁ ଦମନ କରିବାକୁ NIA ରେଡ କରିଛି ।
ଆବେଦନ ଗ୍ରହଣ କରି ଶୁଣାଣି ଅନୁମତି ଦେଲେ
ବିଳମ୍ବ ହେଉଥିବା ଦେଖି ଗୁଗଲ ମ୍ୟାପ୍ ଚେକ୍ କରିବା ପରେ ରାସ୍ତା ଉପରେ କାର୍ ଛାଡି ଦୀର୍ଘ ୩ କିଲୋମିଟର ରାସ୍ତା ଦୌଡି ଥିଲେ ଡାକ୍ତର ଗୋବିନ୍ଦ।
ଏହାର ଭିଡିଓ ଗିନିଜ୍ ୱାର୍ଲଡ୍ ରେକର୍ଡ(GWR) ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୧୫୦ ରହିଛି।
ପୁଣେର ଶିରୁର ତାଲୁକାର ଶିକ୍ରାପୁର ନିକଟ ପୁଣେ-ନାଗର ରାଜପଥରେ ଭୟଙ୍କର ଦୁର୍ଘଟଣା ।
ରାମ ମନ୍ଦିର ନିର୍ମାଣକୁ ନେଇ ରବିବାର ଦିନ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ସିଏଏକୁ ଚ୍ୟାଲେଞ୍ଜ କରି ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ୨୦୧୯ ଡିସେମ୍ବର ୧୮ରେ ଶୁଣାଣି କରିଥିଲେ।
ଉତ୍ତରାଖଣ୍ଡର ପିଥୁରାଗଡ଼ ଜିଲ୍ଲାର ଧାରଚୁଲାରେ ସ୍ଥିତି ସଙ୍ଗୀନ। ବାଦଲ ଫଟା ବର୍ଷା ହେବାରୁ ଅଧ ରାତିରେ ଭାସିଲେ ଲୋକେ, ଭାଙ୍ଗିଲା ଘର। ପାର୍କିଂରେ ଥିବା କାର କୁଆଡେ ଗଲା ମିଳୁନି ଖବର।