• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବାଚନ ନିରାଶ କଲା, ଗାଁ ଲୋକଙ୍କ ସମ୍ମାନ ଦେଖି ପ୍ରାର୍ଥୀଙ୍କ ଛାତି କୁଣ୍ଢେମୋଟ । ହାରି ଯାଇଥିବା ସରପଞ୍ଚ ପ୍ରାର୍ଥୀଙ୍କୁ କୋଟି କୋଟି ଟଙ୍କାର ଉପହାର ଦେଲେ ଗ୍ରାମବାଦୀ । ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଭୋଟ୍ ହାତେଇବା ପାଇଁ ଟଙ୍କା, ଉପହାର ଆଦି ବାଣ୍ଟିବା ଖବର ଆପଣ ଶୁଣିଥିବେ । କିନ୍ତୁ ହାରିଥିବା ପ୍ରାର୍ଥୀକୁ ଉପହାର ଦେବା ଘଟଣା ପୂରା ନୂଆ । ହରିୟାଣାର ରୋହତକର ଚେରି ଗାଁରେ କିଛି ଏଭଳି ଦେଖିବାକୁ ମିଳିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭାଇଚାରାର ଭାବ ରଖି ଗାଁ ଲୋକ ପ୍ରାର୍ଥୀକୁ ଉପହାର ଦେଇଥିବା ବେଳେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।

ରୋହତକ ଜିଲ୍ଲାର ଚେରି ଗାଁର ଧର୍ମପାଲ । ସେ ନିକଟରେ ହୋଇଥିବା ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ହେଲେ ପ୍ରତିଦ୍ୱନ୍ଦି ଠାରୁ ମାତ୍ର ୬୬ଟି ଭୋଟରେ ହାରି ଯାଇଥିଲେ । ଗାଁ ଲୋକ ଚାହୁଁଥିଲେ, ଧର୍ମପାଳ ହିଁ ପଞ୍ଚାୟତର ସରପଞ୍ଚ ହୁଅନ୍ତୁ । ଏଥିପାଇଁ ଜୋରସୋରରେ ପ୍ରଚାର,ପ୍ରସାର ମଧ୍ୟ କରାଯାଇଥିଲା । ଆଉ ସେ ହାରିଯିବା ପରେ ନଭେମ୍ବର ୧୨ ରେ ତାଙ୍କୁ ବାଜା ତାଙ୍କୁ ବଜାଇ ସମ୍ମାନିତ କରାଯାଇଛି, ଯାହାକି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଏହାସହ ତାଙ୍କୁ ୨ କୋଟି ୧୧ ଲକ୍ଷ ଟଙ୍କା ଏବଂ ଏକ ବଡ ଏସୟୁଭି ଉପହାର ଦେଇଛନ୍ତି । ପରାଜିତ ହୋଇଥିବା ଭାଇର ମନୋବଳ ବଢ଼ାଇବା ସହ ତାଙ୍କୁ ଫୁଲ ଏବଂ ନୋଟର ଫୁଲମାଳ ସହିତ ଡ୍ରମ ବଜାଇ ସମ୍ମାନିତ କରିଛନ୍ତି । କେବଳ ଏତିକି ନୁହେଁ ପଞ୍ଚାୟତରେ ସଂପୃକ୍ତ ସରପଞ୍ଚ ପ୍ରାର୍ଥୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବାକୁ ଘୋଷଣା କରିଛନ୍ତି ।

ଜଣେ ଗ୍ରାମବାସୀ କହିଛନ୍ତି, ନିର୍ବାଚନରେ ମଧ୍ୟ ଗାଁରେ ଭାଇଚାରା ବଜାୟ ରହିବା ଉଚିତ । କାଳରେ ପରାଜିତ ପ୍ରାର୍ଥୀଙ୍କ ମନୋବଳ ଭାଙ୍ଗିଯିବ, ସେଥିପାଇଁ ତାଙ୍କୁ ଏପରି ସମ୍ମାନିତ କରାଯାଇଛି ।

ଅନ୍ୟପକ୍ଷରେ ନିର୍ବାଚନ ​​ହାରି ଯାଇଥିବା ଧର୍ମପାଲ କହିଛନ୍ତି, ଗାଁ ଲୋକଙ୍କ ଠାରୁ ଏପରି ସମ୍ମାନ ଆଶା କରି ନଥିଲା । କୌଣସି ପଦପଦବୀ ଠାରୁ ଏହା ମୋ ପାଇଁ ଖୁବ୍‌ ବଡ଼ । ବିଜୟୀ ହୋଇଥିବା ପ୍ରାର୍ଥୀଙ୍କୁ ଶୁଭକାମନା ଜଣାଇବା ସହ ଗାଁରେ ବିକାଶ ହେଉ ବୋଲି ସେ କହିଛନ୍ତି ।