• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଛାତରେ କଅଁଳ ଖରା ପୋଉଁଥିବା ବେଳେ ଘଟିଲା ଅଘଟଣ । ଜଣେ ମହିଳା ଘରର ଛାତ ଉପରୁ ତଳେ ଥିବା ପିଲର ଉପରେ ପଡ଼ିଯାଇଥିଲେ । ଫଳରେ ପିଲର୍‌ ଉପରେ ଥିବା ଲୁହା ରଡ୍‌ ତାଙ୍କ ମୁଣ୍ଡର ଏପଟ ସେପଟ ପାର୍ ହୋଇଯାଇଛି । ବିହାରର ଦରଭଙ୍ଗାଠାରେ ଏଭଳି ଦୁର୍ଘଟଣା ଘଟିଛି । ଆଉ ଦୁର୍ଘଟଣାର ଶିକାର ହୋଇଥିବା ମହିଳାଙ୍କୁ ଦେଖିଲେ ଆପଣଙ୍କ ଦେହ ଶୀତେଇ ଉଠିବ । ଏହି ଘଟଣା ପରେ ତୁରନ୍ତି ମହିଳାଙ୍କୁ ଜିଲ୍ଲା ଡାକ୍ତରଖାନା ନିଆଯାଇଛି । ହେଲେ ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପାଟନାକୁ ସ୍ଥାନାନ୍ତର କରାଯାଇଛି । ମହିଳାଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି ।

ଦରଭଙ୍ଗାଙ୍କ ଘନଶ୍ୟାମପୁର ଅଞ୍ଚଳର ବାଉର ଗାଁରେ ଏହି ଅଘଟଣ ଘଟିଛି । ୩୫ ବର୍ଷିୟ ଶାହାଜାହାନ ଖାତୁନ୍‌ ରବିବାର ସକାଳ ସମୟରେ ଘରର ଛାତ ଉପରେ ଖରାରେ ବସିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଛାତ କଡ଼ରେ ବସିଥିବା ଶାହାଜାହାନଙ୍କ ଚେୟାର ହଠାତ୍ ଭାଙ୍ଗି ଯାଇଥିଲା । ଆଉ ସେ ଛାତରୁ ସିଧାସଳଖ ତଳେ ଥିବା ପିଲର ଉପରେ ପଡ଼ି ଯାଇଥିଲେ । ଫଳରେ ପିଲର୍‌ରେ ଥିବା ଏକ ରଡ୍‌ ତାଙ୍କ ମୁଣ୍ଡର ଆରପାର୍‌ ହୋଇଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏହି ଖବର ବ୍ୟାପି ଯାଇଥିଲା । ଘରେ ତାଙ୍କ ଲୋକ ରୁଣ୍ଡ ହୋଇଯାଇଥିଲା । ଶାହାଜାହାନଙ୍କ ଅବସ୍ଥା ଦେଖି ସମସ୍ତଙ୍କ ମୁଣ୍ଡ ଘୂରେଇ ଦେଉଥିଲା ।

ଏହି ଘଟଣା ପରେ ଶାହାଜାନଙ୍କୁ ଡାକ୍ତରଖାନା ପହଞ୍ଚାଇବା ଲୋକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ଅତି ସାବଧାନତାର ସହ ଲୁହା ରଡକୁ ତଳୁ କାଟିଥିଲେ ଲୋକେ, କାରଣ ଟିକିଏ ଏପଟ ସେପଟ ହୋଇଥିଲେ , କିଛି ବି ହୋଇପାରି ନଥାନ୍ତା  । ଏହା ପରେ ମୁଣ୍ଡରେ ରଡ୍‌ ଲାଗିଥିବା ଅବସ୍ଥାରେ ତାଙ୍କୁ ଦରବଙ୍ଗା DMCH କୁ ନିଆଯାଇଥିଲା । ହେଲେ ଶାହାଜାହାନଙ୍କ ଅବସ୍ଥା ଦେଖି ଡାକ୍ତରମାନେ ତାଙ୍କୁ ପାଟନାକୁ ପଠାଇ ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଶାହାଜାହାନଙ୍କ ମୁଣ୍ଡରେ ତିନି ଫୁଟର ଲୁହା ରଡ ପଶିରହିଛି । ତାଙ୍କର ଅବସ୍ଥା ଗୁରୁତର ଥିବା ସହ ଯନ୍ତ୍ରଣାରେ ଛଟପଟ ହେଉଥିବା ସେ କହିଛନ୍ତି ।