Advertisment

ଇଏ ଜେଲ୍‌ ନା ମସାଜ୍‌ ସେଣ୍ଟର ! ମନ୍ତ୍ରୀଙ୍କୁ ଚାଲିଛି ଘଷାମୋଡ଼ା,ଭିଡିଓ ଭାଇରାଲ..

ଜେଲ ପରିସରରେ ଆପ୍ ମନ୍ତ୍ରୀଙ୍କୁ ମାଲିସ କରାଯାଉଥିବା ଭିଡିଓ ଭାଇରାଲ ହୋଇଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
Massage in Tihar Jail

Massage in Tihar Jail

ତିହାର ଜେଲରେ ମନ୍ତ୍ରୀଙ୍କୁ ମାଲିସ । ଦିଲ୍ଲୀର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଏଭଳି ମାଲିସ ମିଳୁଛି । ଅର୍ଥ ହେରଫେର ମାମଲାରେ ଗିରଫ ହୋଇ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଏବେ ତିହାର ଜେଲରେ ରହିଛନ୍ତି । କିନ୍ତୁ ତାଙ୍କୁ ଯେପରି ସୁବିଧା ସୁଯୋଗ ମିଳୁଛି, ତାହା ଦେଖିଲେ ଆପଣ ତାଜୁବ ହୋଇଯିବେ ।

Advertisment

ଜେଲ ପରିସରରେ ମନ୍ତ୍ରୀଙ୍କୁ ମାଲିସ କରାଯାଉଥିବା ଭିଡିଓ ଭାଇରାଲ ହୋଇଛି । ପଞ୍ଚତାରକା ହୋଟେଲ ଭଳି ତାଙ୍କୁ ମିଳୁଛି ସୁବିଧାସୁଯୋଗ । ଜଣେ ବ୍ୟକ୍ତି ତାଙ୍କୁ ମାଲିସ କରୁଥିବା ବେଳେ ସେଠାରେ ଆଉକିଛି ବ୍ୟକ୍ତି ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଏନେଇ ଆପ୍ ସରକାରକୁ ଟାର୍ଗେଟ କରିଛି ବିଜେପି ଓ କଂଗ୍ରେସ ।

ତେବେ ଏହି ଘଟଣା ଭାଇରାଲ ହେବା ପରେ ଜେଲ୍‌ ସୁପରିଟେଣ୍ତେଣ୍ଟ ଅଜିତ୍‌ କୁମାରଙ୍କୁ ସସ୍‌ପେଣ୍ତ କରାଯାଇଛି । ତିହାର ଜେଲରୁ ମିଳିଥିବା ସୂଚନାନୁଯାୟୀ ଏହି ଭିଡିଓଟି ପୁରୁଣା ଅଟେ । ଜେଲ କର୍ତ୍ତୃପକ୍ଷ ସମ୍ପୃକ୍ତ ଅଧିକାରୀ ଏବଂ ଜେଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛନ୍ତି ।

Advertisment

ଏହି ଭିଡିଓକୁ ନେଇ ବିଜେପି ଆମ୍ ଆଦମୀ ପାର୍ଟି ଉପରେ ଜୋରଦାର ବର୍ଷିଛି। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆପ୍ ସରକାର ଜେଲ୍ ନିୟମର ଉଲ୍ଲଙ୍ଘନ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଜେଲ୍ ଭିତରେ ସତ୍ୟେନ୍ଦ୍ର ଜୈନ୍‌କୁ ପୂରା ଭିଆଇପି ସୁବିଧା ଦିଆଯାଉଥିବା ସେ କହିଛନ୍ତି।

ଏହା ପୂର୍ବରୁ ସତ୍ୟେନ୍ଦ୍ର ଜୈନ୍‌ଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ନିଜ ଅଭିଯୋଗ ଦାଖଲ କରିଥିଲା। ସତ୍ୟେନ୍ଦ୍ର ଜୈନଙ୍କୁ ତିହାର ଜେଲ୍‌ରେ ସ୍ପେଶାଲ ଟ୍ରିଟ୍‌ମେଣ୍ଟ ଦିଆଯାଉଥିବା ଇଡି ନିଜ ଅଭିଯୋଗରେ କହିଥିଲା। ସତ୍ୟେନ୍ଦ୍ର ଜୈନଙ୍କ ସହ ସମ୍ବନ୍ଧିତ ସମସ୍ତ ଡାଟା ଗୃହମନ୍ତ୍ରାଳୟକୁ ମଧ୍ୟ ପଠାଇଥିଲା ଇଡି।

Viral Video CCTV Footage Satyendar Jain
Advertisment
Advertisment