Advertisment

ଭାରସାମ୍ୟ ହରାଇ ଏକାଧିକ ଗାଡ଼ି ଉପରେ ଚଢ଼ିଗଲା ଟ୍ରକ୍‌ ! ୩୦ରୁ ଅଧିକ ଆହତ

ପୁଣେ-ବେଙ୍ଗଲୁରୁ ହାଇେଓ୍ୱରେ ଏହି ଦୁର୍ଘଟଣା ଘଟିଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
Road Accident in Pune

accident

ମହାରାଷ୍ଟ୍ର ପୁଣେରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଟ୍ରକ୍ ଭାରସାମ୍ୟ ହରାଇ ଏକାଧିକ ଗାଡ଼ି ଉପରେ ଚଢ଼ି ଯାଇଛି । ଦୁର୍ଘଟଣାରେ ପ୍ରାୟ ୪୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ପୁଣେ-ବେଙ୍ଗଳୁରୁ ହାଇେଓ୍ୱର ନାଭାଲେ ବ୍ରିଜରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା ।

Advertisment

ସୂଚନା ଅନୁଯାୟୀ ବ୍ରିଜରେ ଟ୍ରାଫିକ୍ ଜାମ୍ ଯୋଗୁଁ ଶତାଧିକ ଗାଡ଼ି ପଛକୁ ପଛ ଅଟକି ରହିଥିଲା । ଏହି ସମୟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାରେ ଥିବା ଅନ୍ୟ ଗାଡ଼ି ଉପରେ ଚଢ଼ି ଯାଇଥିଲା । ଫଳରେ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଛି । ସୌଭାଗ୍ୟ ବଶତଃ ଏଥିରେ କାହାରି ମୃତ୍ୟୁ ହୋଇନାହିଁ ।

Advertisment

ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । କିଛି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଭଳି ସ୍ଥିତିରେ ଦୁର୍ଘଟଣା ଘଟିଲା ତାର ଯାଞ୍ଚ କରାଯାଉଥିବା ଟ୍ରାଫିକ୍ ଡିସିପି କହିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଏକ ଟ୍ରକ୍‌ର ବ୍ରେକ୍ ଫେଲ୍ ହୋଇଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବ୍ରେକ୍ ଫେଲ୍ ହେବା ପରେ ଟ୍ରକ୍‌ଟି ଅନେକ ଗାଡି ଉପରେ ଚଢ଼ି ଯାଇଥିଲା। ପୁଲିସ କହିବା ଅନୁସାରେ ଏହି ଦୁର୍ଘଟଣା ଗତକାଲି ରାତି ୯ଟାରେ ଘଟିଛି।

Road Accident Accident
Advertisment
Advertisment