Advertisment

ରାସନ୍‌ କାର୍ଡରେ ଦତ୍ତା ବଦଳରେ ‘କୁତ୍ତା’, ବିଡିଓଙ୍କୁ ଦେଖି ଭୁକିଲେ ଏହି ବ୍ୟକ୍ତି...

‘ମିଷ୍ଟର ଦତ୍ତା(Mr. Dutta) ବଦଳରେ ସମ୍ପୃକ୍ତ ବ୍ୟଙ୍କିଙ୍କ ନାଁ ରାସନ୍‌ କାର୍ଡରେ ‘କୁତ୍ତା’ ଲେଖା ଯାଇଥିଲା। ଏହାପରେ ଡ୍ରାମା ଆରମ୍ଭ ହୋଇଯାଇଥିଲା ଓ ବ୍ୟକ୍ତି ଜଣକ ଅଭିନବ ପ୍ରତିବାଦ କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Unique Protest By Man As Mr. Dutta’s name misspelt as ‘Kutta’ on ration card

Unique Protest By Man As Mr. Dutta’s name misspelt as ‘Kutta’ on ration card

ସାର୍ଟିଫିକେଟ୍‌ ଓ ଡକ୍ୟୁମେଣ୍ଟରେ ଭୁଲ୍‌ ବନାନ କିଛି ନୂଆ କଥା ନୁହେଁ। ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଅନେକ ବ୍ୟକ୍ତିଙ୍କ ନାଁ ଭୁଲ୍‌ ବନାନ କରାଯାଇ ଲେଖାଯାଇଥାଏ। ହେଲେ ଥରେ ନୁହେଁ କି ଦୁଇ ଥର ନୁହେଁ ଯଦି ତିନି ତିନି ଥର କୌଣସି ବ୍ୟକ୍ତିଙ୍କ ନାଁ ଭୁଲ୍‌ ଲେଖାଯାଏ, ତା’ହେଲେ ଯେକେହିବି ଏହାର ପ୍ରତିବାଦ କରିବେ। ଏମିତି କିଛି ଘଟଣା ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିଙ୍କ ସହ ଘଟିଛି। 

Advertisment

‘ମିଷ୍ଟର ଦତ୍ତା(Mr. Dutta) ବଦଳରେ ସମ୍ପୃକ୍ତ ବ୍ୟଙ୍କିଙ୍କ ନାଁ ରାସନ୍‌ କାର୍ଡରେ ‘କୁତ୍ତା’ ଲେଖା ଯାଇଥିଲା। ଏହାପରେ ଡ୍ରାମା ଆରମ୍ଭ ହୋଇଯାଇଥିଲା ଓ ବ୍ୟକ୍ତି ଜଣକ ଅଭିନବ ପ୍ରତିବାଦ କରିଥିଲେ। ଏଥିପାଇଁ ସେ ଅଧିକାରୀମାନଙ୍କୁ ଦାୟୀ କରିବା ସହ କୁକୁର ଯେଭଳି ଭୁକନ୍ତି, ଠିକ୍‌ ସେହିପରି ଭୁକି ଭୁକି ଉକ୍ତ ବ୍ୟକ୍ତି ଏହାର ପ୍ରତିବାଦ କରିଥିଲେ। ତାଙ୍କର ଏହି ଅଭିନବ ପ୍ରତିବାଦର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Advertisment

ଶ୍ରୀ ଦତ୍ତାଙ୍କ କହିବା ଅନୁସାରେ, ପ୍ରଥମେ ତାଙ୍କ ନାଁ ଶ୍ରୀକାନ୍ତି ମଣ୍ଡଳ ଲେଖା ଯାଇଥିଲା। ଭୁଲ୍‌ ସଂଶୋଧନ ପାଇଁ ସେ ଆବେଦନ କରିଥିଲେ। ହେଲେ ପୁଣି ଥରେ ତାଙ୍କ ନାଁ ଭୁଲ୍‌ ଲେଖା ଯାଇଥିଲା। ତେଣୁ ତୃତୀୟ ଥର ସଂଶୋଧନ ପାଇଁ ସେ ଆବେଦନ କରିଥିଲେ। ହେଲେ ଏଥର ସବୁ ସୀମା ଟପି ଯାଇଥିଲା। ଅଧିକାରୀମାନେ ତାଙ୍କ ନାଁ ଶ୍ରୀକାନ୍ତି କୁମାର ଦତ୍ତା ବଦଳରେ ଶ୍ରୀକାନ୍ତି କୁମାର କୁତ୍ତା ଲେଖିଥିଲେ। ଯାହାକି ଏକ ପ୍ରକାର ନିର୍ଯାତନା ଥିଲା ଓ ଏହାକୁ ସେ ସହ୍ୟ କରିପାରି ନଥିଲେ ବୋଲି କହିଛନ୍ତି। ଶେଷରେ ଭୁକି ଭୁକି ଶ୍ରୀ ଦତ୍ତା ଏହାର ପ୍ରତିବାଦ କରିଥିଲେ।

ରାସନ୍‌ କାର୍ଡରେ ଲେଖା ଯାଇଥିବା ଭୁଲ୍‌ ନାଁକୁ ସଂଶୋଧନ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନଥିଲେ।। ଶ୍ରୀ ଦତ୍ତା ଏଭଳି ଅଭିଯୋଗ ଆଣିଛନ୍ତି। ଭୁଲ୍‌ ନାଁକୁ ସଂଶୋଧନ ପାଇଁ ସେ ସ୍ଥାନୀୟ ବିଡିଓଙ୍କ ପାଖକୁ ମଧ୍ୟ ଯାଇଥିଲେ। ହେଲେ ବିଡିଓ ତାଙ୍କ କଥାକୁ ଗୁରତ୍ୱର ସହ ନେଇ ନଥିଲେ। ହେଲେ ତାଙ୍କର ଏହି ଅଭିନବ ପ୍ରତିବାଦ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କିଛିଦିନ ମଧ୍ୟରେ ନାଁକୁ ସଂଶୋଧନ ପାଇଁ କର୍ତ୍ତୃପକ୍ଷ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। 

Viral Video
Advertisment
Advertisment