Advertisment

ଫ୍ଲାଟ୍‌ରୁ ମିଳିଲା ହୋଟେଲ୍‌ ମାଲିକଙ୍କ ଝୁଲନ୍ତା ମୃତଦେହ

ଶନିବାର ଦିନ ପୂର୍ବ ଦିଲ୍ଲୀ ସ୍ଥିତ କମନ୍‌ୱେଲଥ୍‌ ଗେମ୍ସ(CWG) ଭିଲେଜ୍‌ ପ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ଅମିତ ଜୈନଙ୍କ ମୃତଦେହ ମିଳିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

author-image
Rajalaxmi Sahoo
Owner Of Raddison Blu Hotel Dies By Suicide

Owner Of Raddison Blu Hotel Dies By Suicide

ଉତ୍ତରପ୍ରଦେଶ ଗାଜିଆବାଦର କୌଶମ୍ବି ସ୍ଥିତ ରାଡିସନ୍‌ ବ୍ଲୁ ହୋଟେଲ୍‌(Radisson Blu Hotel) ମାଲିକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଶନିବାର ଦିନ ପୂର୍ବ ଦିଲ୍ଲୀ ସ୍ଥିତ କମନ୍‌ୱେଲଥ୍‌ ଗେମ୍ସ(CWG) ଭିଲେଜ୍‌ ପ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ଅମିତ ଜୈନଙ୍କ ମୃତଦେହ ମିଳିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତଦେହ ମିଳିଥିବା ସ୍ଥାନରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳି ନାହିଁ।

Advertisment

ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଅମିତ ନୋଏଡାରେ ଥିବା ନୂଆ ଘରେ ବ୍ରେକ୍‌ଫାଷ୍ଟ କରି ଶନିବାର ସକାଳେ CWG ଭିଲେଜ୍‌ ସ୍ଥିତ ପ୍ଲାଟ୍‌କୁ ଫେରିଥିଲେ। ତେବେ ଫ୍ଲାଟ୍‌ରେ ଅମିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପ୍ରଥମେ ତାଙ୍କ ପୁଅ ଅମିତଙ୍କ ଝୁଲନ୍ତା ମୃତଦେହ ଦେଖି ତୁରନ୍ତ ତାଙ୍କୁ ମାକ୍ସ ପ୍ରତାପଗଞ୍ଜ ହସ୍ପିଟାଲ୍‌ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ମୃତ୍ୟୁର କାରଣ ଜଣାପଡ଼ିନି। ସେ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି କାରଣ ରହିଛି ତାହା ଅସ୍ପଷ୍ଟ ରହିଛି। ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। 

Advertisment

ଖବର ଲେଖାଯିବା ସୁଦ୍ଧା ବର୍ତ୍ତମାନ ସୁଦ୍ଧା ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇ ନାହିଁ। ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି। ପରିବାର ସହ ନୋଏଡାକୁ ଶିଫ୍ଟ ହେବା ପାଇଁ ଅମିତ ଯୋଜନା କରିଥିଲେ ବୋଲି ସୂଚନା ମିଳିଛି।

Deadbody Found
Advertisment
Advertisment