Advertisment

ହଠାତ୍‌ ଅଟୋରେ ହେଲା ଭୟଙ୍କର ବିସ୍ଫୋରଣ, ଭୟଭୀତ ନହେବା ପାଇଁ ପରାମର୍ଶ...

ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ମାଙ୍ଗାଲୁରୁ ପୋଲିସ୍‌ ମୁଖ୍ୟ ଏନ୍‌ ଶଶିକୁମାର କହିଛନ୍ତି। ଘଟଣା ପରେ ଅଟୋ ଡ୍ରାଇଭର ଓ ଜଣେ ଯାତ୍ରୀ ଆହତ ହୋଇଛନ୍ତି।

author-image
Rajalaxmi Sahoo
Autorickshaw Explodes In Mangaluru

Autorickshaw Explodes In Mangaluru

ହଠାତ୍‌ ଅଟୋରେ ହେଲା ଭୟଙ୍କର ବିସ୍ଫୋରଣ। ଗତକାଲି କର୍ଣ୍ଣାଟକର ମାଙ୍ଗାଲୁରୁ ସହରରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି। ତେବେ ଘଟଣାକୁ ନେଇ କୌଣସି ପ୍ରକାର ଗୁଜବ ସୃଷ୍ଟି ନକରିବାକୁ ପୋଲିସ୍‌ ଲୋକମାନଙ୍କୁ ପରାମର୍ଶ ଦେବା ସହ ଶାନ୍ତ ରହିବାକୁ କହିଛି।

Advertisment

ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ମାଙ୍ଗାଲୁରୁ ପୋଲିସ୍‌ ମୁଖ୍ୟ ଏନ୍‌ ଶଶିକୁମାର କହିଛନ୍ତି। ସେ କହିଛନ୍ତି, ‘ଘଟଣା ପରେ ଅଟୋ ଡ୍ରାଇଭର ଓ ଜଣେ ଯାତ୍ରୀ ଆହତ ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲି ଥିବାରୁ ଘଟଣା ସମ୍ପର୍କରେ କହିବା ମୁସ୍କିଲ୍‌। ଘଟଣାକୁ ନେଇ କୌଣସି ପ୍ରକାର ଗୁଜବ ସୃଷ୍ଟି ନକରିବାକୁ ଲୋକମାନଙ୍କୁ ପରାମର୍ଶ ଦେଉଛୁ। ଲୋକମାନେ ଭୟଭୀତ ନହୋଇ ଶାନ୍ତ ରୁହନ୍ତୁ।’

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଅଟୋଟି ରାସ୍ତାକଡ଼ରେ ରହିବା ପରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏକ ନିର୍ମାଣାଧୀନ ବିଲ୍ଡିଂ ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ଅଟୋରେ ଯାତ୍ରା କରୁଥିବା ଯାତ୍ରୀ ଜଣକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଧରିଥିଲେ, ଯେଉଁଥିରେ ନିଆଁ ଲାଗି ଅଟୋରେ ବିସ୍ଫୋରଣ ହୋଇଥିଲା। ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବ୍ୟାଗ୍‌ରେ କ’ଣ ଥିଲା ସେନେଇ ମଧ୍ୟ ଛାନ୍‌ଭିନ୍‌ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ଫରେନସିକ୍‌ ଟିମ୍‌ ପହଞ୍ଚି ସାମ୍ପଲ ସଂଗ୍ରହ କରିଛି। 

Fire Mishap
Advertisment
Advertisment