• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାପା ! କେବଳ ଏକ ଶବ୍ଦରେ ସୀମିତ ନୁହେଁ । ସେ ଜୀବନ ନାଟକର ଅସଲି ନାୟକ । ଏ ସ୍ୱାର୍ଥପର ଦୁନିଆରେ ବଞ୍ଚିବାର କୌଶଳ ଶିଖାଉଥିବା ମଣିଷ । ପିଲାଙ୍କ ସୁଖ ପାଇଁ ତଥା ହିତ ପାଇଁ କେତେ ଯେ ତ୍ୟାଗ କରନ୍ତି ବାପା । ତେବେ କୁହାଯାଏ, ପୁଅ ତୁଳନାରେ ଝିଅକୁ ଟିକିଏ ଅଧିକ ସ୍ନେହ ଆଦର କରନ୍ତି ବାପା । ଏମିତି ଜଣେ ବାପା ହେଲେ ଆଇଆଇଟିରେ ପାଠ ପଢ଼ିଥିବା ଅଙ୍କିତ୍‌ ଯୋଶୀ । ନବଜାତ ଝିଅର ଦେଖାଶୁଣା କରିବା ପାଇଁ ସେ ଚାକିରି ବି ଛାଡ଼ି ଦେଇଛନ୍ତି ।

ଅଙ୍କିତ ଯୋଶୀ ଏବେ ଏକ କମ୍ପାନୀରେ ଭାଇସ୍‌ ପ୍ରେସିଡେଣ୍ଟ୍‌ ଅଛନ୍ତି । ମୋଟା ଅଙ୍କର ଦରମା ସାଙ୍ଗକୁ ସମସ୍ତ ସୁବିଧା ସୁଯୋଗ ମିଳୁଛି । ହେଲେ ଝିଅ ଜନ୍ମ ହେବା ପରେ ସେ ଚାକିରି ଛାଡ଼ିଦେଇଛନ୍ତି । କିଛି ଦିନ ପରେ ତାଙ୍କର ପଦୋନ୍ନତି ହେବାର ଥିଲା, ଆଉ ପ୍ରମୋସନ୍‌ ପରେ ତାଙ୍କୁ ଅଧିକରୁ ଅଧିକ ସମୟ ଅଫିସ୍‌ରେ ବିତାଇବାକୁ ପଡ଼ିଥାଆନ୍ତା । ହେଲେ ସେ ଏବେ ବାପାର କର୍ତ୍ତବ୍ୟ ନିର୍ବାହ କରିବା ପାଇଁ ଚାହୁଁଛନ୍ତି । ନିଜର ସବୁତକ ସମୟ ନିଜର କୁନି ପରୀ ସହ ବିତାଇବାକୁ ସେ ଚାହୁଁଛନ୍ତି । ତେଣୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Humans of Bombay (@officialhumansofbombay)

ତେବେ ଅଙ୍କିତ ଯୋଶୀଙ୍କ ଏଭଳି ନିଷ୍ପତ୍ତିରେ ଅନେକ ଲୋକ ଅସନ୍ତୋଷ ଜାହିର କରିଛନ୍ତି । ଚାକିରି ଛାଡ଼ିବା ବୁଦ୍ଧିମତାର ପରିଚୟ ନୁହେଁ ବୋଲି ପରାମର୍ଶ ଦେଉଛନ୍ତି । ହେଲେ ତାଙ୍କର ଏହି ନିଷ୍ପତ୍ତିକୁ ତାଙ୍କ ପତ୍ନୀ ଆକାଂକ୍ଷା ସମର୍ଥନ ଜଣାଇଛନ୍ତି ।

ଅଙ୍କିତ କହିଛନ୍ତି ଯେ, ମୁଁ ଯେଉଁ ଚାକିରି କରୁଥିଲି, ସେଥିରେ ନିତି ଦିନ ବିଭିନ୍ନ ସ୍ଥାନକୁ ଯିବାକୁ ପଡ଼ୁଥିଲା । କାମ ସାଙ୍ଗକୁ ଟୁର୍‌ ଥିବାରୁ ଝିଅକୁ ଦେଖିବା ପାଇଁ ସମୟ ମିଳୁନଥିଲା । କମ୍ପାନୀ ପକ୍ଷରୁ ପୈତୃକ ଛୁଟି ଦିଆଯାଇଥିଲେ, ସୁଦ୍ଧା ତାହା ସୀମିତ ସମୟ ମାତ୍ର । ସେଥିପାଇଁ ଝିଅ ଜନ୍ମ ହେବା ପରେ ତା’ ସହ ସମୟ ଅତିବାହିତ କରିବା ପାଇଁ ଅଧିକ ବେତନ ପାଉଥିବା ଚାକିରି ଛାଡିଛି । ମୋର ଏହି ନିଷ୍ପତ୍ତି ଅନେକଙ୍କୁ ବିଚିତ୍ର ଲାଗୁଛି ହେଲେ ମୁଁ ଏଥିପାଇଁ ଆଦୌ ଅବଶୋଷ କରୁନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି, ଏପରି ନିଷ୍ପତ୍ତି ନେବା ଆଦୌ ସହଜ ନୁହେଁ । ହେଲେ ଏବେ ମୁଁ ବହୁତ ଖୁସି । ଅଧିକରୁ ଅଧିକ ସମୟ ଝିଅ ସହ କଟୁଛି । ଏଥିରେ ପତ୍ନୀକୁ ମଧ୍ୟ ସାହାଯ୍ୟ ମିଳୁଛି । ବାପା ହେବା ସମ୍ପୂର୍ଣ୍ଣ ଏକ ଭିନ୍ନ ଅନୁଭବ କରୁଛି । ଝିଅ ଟିକିଏ ବଡ଼ ହେଲେ ପୁଣି ଥରେ ଚାକିରି ଖୋଜିବା ଆରମ୍ଭ କରିବେ ବୋଲି ସେ କହିଛନ୍ତି ।