Advertisment

କେମିତି ଶ୍ରଦ୍ଧାଙ୍କୁ ନିର୍ଯାତନା ଦେଉଥିଲା ଅଫତାବ୍‌, ସାମ୍ନାକୁ ଆସିଲା ପ୍ରଥମ ଫଟୋ...

ଅଫତାବ୍‌ ବାରମ୍ବାର ନିଜ ବୟାନ ବଦଳାଉ ଥିବାରୁ ପ୍ରକୃତରେ ସତ କ’ଣ ତାହା ଜାଣିବା ପାଇଁ ପୋଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏସବୁ ଭିତରେ ଅଫତାବ୍‌ କେଉଁ ଭଳି ଭାବେ ଶ୍ରଦ୍ଧାଙ୍କୁ ନିର୍ଯାତନା ଦେଉଥିଲା ତା’ର ଏକ ଫଟୋ ଏବେ ସାମ୍ନାକୁ ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Delhi Shraddha Murder Case

Delhi Shraddha Murder Case: See Old Picture Of Shraddha With Wound Marks

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌ର ଅଭିଯୁକ୍ତ ଅଫତାବ୍ ଅମିନ୍‌ ପୁନାୱାଲା ବାରମ୍ବାର ନିଜ ବୟାନ ବଦଳାଇବା ସହ  ପୋଲିସକୁ ତଦନ୍ତରେ ସହଯୋଗ ମଧ୍ୟ କରୁନାହିଁ। ତେଣୁ ସେ ଚେତାରେ ଥିବାବେଳେ ଯେଉଁ ସତକୁ ନିଜ ଭିତରେ ଚାପି ରଖୁଛି, ତାକୁ ଏକପ୍ରକାର ଅଚେତ ବା ସଂଜ୍ଞାହୀନ କରି ଓଗାଳିବାକୁ ଚେଷ୍ଟା କରିବ ପୋଲିସ୍‌। ଯାହାକୁ ନାର୍କୋ ଟେଷ୍ଟ୍‌ କୁହାଯାଏ। ଅଫତାବ୍‌ ବାରମ୍ବାର ନିଜ ବୟାନ ବଦଳାଉ ଥିବାରୁ ପ୍ରକୃତରେ ସତ କ’ଣ ତାହା ଜାଣିବା ପାଇଁ ପୋଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏସବୁ ଭିତରେ ଅଫତାବ୍‌ କେଉଁ ଭଳି ଭାବେ ଶ୍ରଦ୍ଧାଙ୍କୁ ନିର୍ଯାତନା ଦେଉଥିଲା ତା’ର ଏକ ଫଟୋ ଏବେ ସାମ୍ନାକୁ ଆସିଛି। 

Advertisment

ଅଧିକ ପଢ଼ନ୍ତୁ: ଫ୍ରିଜ୍‌ରେ ପୁରୁଣା ପ୍ରେମିକାର ଶବ, ରୁମରେ ନୂଆ ପ୍ରେମିକା ! ଅଫତାବ କହିଲା.. Yes I Killed Her

ସୂଚନା ଅନୁସାରେ, ସାମ୍ନାକୁ ଆସିଥିବା ଶ୍ରଦ୍ଧାଙ୍କ ଏହି ଫଟୋ ୨୦୨୦ ମସିହାର ବୋଲି ଜଣାପଡ଼ିଛି। ସେହି ସମୟରେ ଅଫତାବ୍‌, ଶ୍ରଦ୍ଧାଙ୍କୁ ମାର୍‌ପିଟ୍‌ କରିଥିଲା। ଏହାପରେ ୩ ଦିନ ପର୍ଯ୍ୟନ୍ତ ହସ୍ପିଟାଲ୍‌ରେ ଶ୍ରଦ୍ଧାଙ୍କ ଚିକିତ୍ସା ଚାଲିଥିଲା। ଏହି ଅଭିଯୋଗ ଶ୍ରଦ୍ଧାଙ୍କ ସାଙ୍ଗମାନେ ଆଣିଥିଲେ। ବର୍ତ୍ତମାନ ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି, ଶ୍ରଦ୍ଧାଙ୍କ ମୁହଁରେ କିଛି କ୍ଷତ ଚିହ୍ନ ରହିଛି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ, କିଭଳି ଭାବେ ଅଫତାବ୍‌ ଶ୍ରଦ୍ଧାଙ୍କୁ ନିର୍ଯାତନା ଦେଉଥିଲା। ଶ୍ରଦ୍ଧା ମଧ୍ୟ କିପରି ଭାବେ ଏତେଦିନ ଧରି ଏହି ନିର୍ଯାତନା ସହୁଥିଲେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment
Delhi Shraddha Walker Murder CaseDelhi Shraddha Walker Murder Case

ଶ୍ରଦ୍ଧାଙ୍କ ସହ ଝଗଡ଼ା କରୁଥିଲା ଅଫତାବ୍‌...

ଶ୍ରଦ୍ଧା ମର୍ଡର କେସ୍‌ରେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ପୋଲିସ୍‌ର ଛାନ୍‌ଭିନ୍‌ ଜାରି ରହିଛି। ମୁମ୍ବାଇରେ ଭଡ଼ାରେ ଫ୍ଲାଟ୍‌ ନେବା ବେଳେ ଅଫତାବ୍‌ ଓ ଶ୍ରଦ୍ଧା ନିଜକୁ ସ୍ୱାମୀ-ସ୍ତ୍ରୀ କହି ଏଗ୍ରିମେଣ୍ଟ କରିଥିଲେ। ଫ୍ଲାଟ୍‌ ମାଲିକଙ୍କ କହିବା ଅନୁସାରେ, ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡ଼ା ଲାଗି ରହୁଥିଲା। ଏପରିକି ଉଭୟ ବିଲ୍ଡିଂ ବାହାରେ ମଧ୍ୟ ଝଗଡ଼ା କରୁଥିଲେ। ଏସମ୍ପର୍କରେ ସୋସାଇଟି ଲୋକ ମଧ୍ୟ ଅବଗତ ଥିଲେ।

ଘରେ ପ୍ରମାଣ ଖୋଜୁଛି ପୋଲିସ୍‌...

ଏସବୁ ଭିତରେ ଶ୍ରଦ୍ଧା ହତ୍ୟାକାଣ୍ଡର ପ୍ରମାଣ ଯୋଗାଡ଼ରେ ଦିଲ୍ଲୀ ପୋଲିସ୍‌ର ଅନେକ ଟିମ୍‌ ଲାଗିଛନ୍ତି। ଜଙ୍ଗଲ ସହ ଘରେ ମଧ୍ୟ ତଲାସ କରାଯାଉଛି। ଏଥିପାଇଁ ଫରେନସିକ୍‌ ଟିମ୍‌ ମଧ୍ୟ ଘରେ ଛାନ୍‌ଭିନ୍‌ କରିଛି। ଯେଉଁ ବାଥରୁମ୍‌ରେ ଶ୍ରଦ୍ଧାଙ୍କ ମୃତଦେହକୁ ପିସ୍‌ ପିସ୍‌ କରାଯାଇଥିଲା, ସେଠାରୁ କିଛି ମିଳି ନାହିଁ। ହେଲେ ରୋଷେଇ ଘରେ ରକ୍ତର କିଛି ଡବା ମିଳିଛି। ଅଫତାବ୍‌ର ଘର ଛାନ୍‌ଭିନ୍‌ ବେଳେ ରୋଷେଇ ଘରେ ଗ୍ୟାସ୍‌ ସିଲିଣ୍ଡର ରଖାଯିବା ସ୍ଥାନରେ ରକ୍ତଛିଟା ମିଳିଛି। ତେଣୁ ଘରେ ଆଉ କିଛି ପ୍ରମାଣ ମିଳିପାରେ ବୋଲି ପୋଲିସ୍‌ ଆଶଙ୍କା କରୁଛି। 

ସେପଟେ ପୋଲିସ୍‌ର ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିଛି ଅଫତାବ୍‌। ଏହାସହ ନିଜର ଅଭ୍ୟାସ ସମ୍ପର୍କରେ ମଧ୍ୟ ବଡ଼ ଖୁଲାସା କରିଛି। ଦିଲ୍ଲୀ ପୋଲିସ୍‌ ସୂଚନା ଅନୁସାରେ, ଅଫତାବ୍‌ ଜେରା ବେଳେ କହିଛି ଯେ, ଗଞ୍ଜେଇ ସମେତ ଅନ୍ୟ ନିଶାଦ୍ରବ୍ୟ ସେ ସେବନ କରନ୍ତି। ସବୁବେଳେ ଗଞ୍ଜେଇ ଟାଣୁ ଥିବାରୁ ଶ୍ରଦ୍ଧା ତାଙ୍କୁ ଗାଳି କରୁଥିଲେ। 

Murder Murder Case
Advertisment
Advertisment