• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲେହେଙ୍ଗା ପାଇଁ ଭାଙ୍ଗିଲା ବାହାଘର । ଯୁବତୀ ମନକୁ ପାଇଲାନି ବର ଆଣିଥିବା ପୋଷାକ । ଫଳରେ ଡିଜାଇନର୍ ଲେହେଙ୍ଗା ପିନ୍ଧିବାକୁ ମନ କରିଥିବା କନ୍ୟା ସିଧା ସିଧା ବାହାଘର ପାଇଁ ମନା କରିଦେଇଛି । ଉତ୍ତରାଖଣ୍ଡର ହାଲଦୱାନୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ପୁଅ ଘରେ ଲୋକେ ଶସ୍ତା ଲେହେଙ୍ଗା ଦେଇଥିବା ଅଭିଯୋଗ କରି ବିବାହ କରିବାକୁ ମନା କରିଦେଇଛନ୍ତି । ପୁଅ ଘର ଦେଇଥିବା ଲେଙ୍ଗେର ଦାମ ଥିଲା ୧୦,୦୦୦।

ହାଲଦୱାନୀ ରାଜପୁରା ମୋହଲ୍ଲାର ସଂପୃକ୍ତ ଯୁବତୀଙ୍କର ଗତ ଜୁନ ମାସରେ ନିର୍ବନ୍ଧ ହୋଇଥିଲା । ନଭେମ୍ବର ୫ରେ ବିବାହ ତିଥି ସ୍ଥିର ହୋଇଥିଲା । ଏଥିପାଇଁ ଉଭୟ ପକ୍ଷ ଲୋକେ ପ୍ରସ୍ତୁତି ଶେଷ ମଧ୍ୟ କରିଥିଲେ । ପୁଅ ଘର ଲୋକେ କାର୍ଡ଼ ଛାପି ଛପାଇ ସାରିଥିଲେ । ହେଲେ ଠିକ ବିବାହ ତାରିଖ ପାଖେଇ ଆସିବା ବେଳେ ପୁଅ ପକ୍ଷରୁ ଝିଅ ଘରକୁ ଲେହେଙ୍ଗା ଆସିଥିଲା । ହେଲେ ଲହେଙ୍ଗା ଦେଖି ଚିହିଙ୍କି ଉଠିଥିଲା କନ୍ୟା ,ତା’ର ମନ ମରିଯାଇଥିଲା । କାରଣ ବିବାହରେ ସେ ଡିଜାଇନର୍‌ ଲେହେଙ୍ଗା ପିନ୍ଧିବେ ବୋଲି ମନ କରିଥିଲେ । ହେଲେ ୧୦ ହଜାର ଟଙ୍କିଆ ପୋଷାକରେ ତାଙ୍କ ମନ ମାନିନଥିଲା । ଆଉ ବିବାହ ଭାଙ୍ଗିବା ପର୍ଯ୍ୟନ୍ତ କଥା ଯିବା ବେଳେ ମାମଲା ଥାନାରେ ପହଞ୍ଚି ଥିଲା ।

ପୁଅ ଘରେ ଲୋକେ ଥାନାରେ ଅଭିଯୋଗ କରିଥିଲେ। ସେମାନେ ବିବାହ ପାଇଁ ସବୁ ସମଗ୍ରୀ କିଣି ପ୍ରସ୍ତୁତି ସାରିଥିବା ବେଳେ ବିବାହ ପ୍ରସ୍ତାବ ଭାଙ୍ଗିବାକୁ ବିରୋଧ କରିଥିଲେ । ତେବେ ପୁଲିସ ଏହି ମାମଲାରେ ହସ୍ତକ୍ଷେପ କରି ବୁଝାସୁଝା କରିଥିଲେ ମଧ୍ୟ ସହମତି ହୋଇ ପାରିନଥିଲା । ଶେଷରେ ବାହାଘର ଭାଙ୍ଗି ଯାଇଛି ।