Advertisment

ଚଳନ୍ତା କାର୍‌ରେ ମଡେଲ୍‌ଙ୍କୁ ଗଣଦୁଷ୍କର୍ମ ! ପବ୍‌ରୁ ଘରକୁ ଫେରୁଥିଲେ...

ଚଳନ୍ତା କାର୍‌ରେ ୧୯ ବର୍ଷୀୟ ମଡେଲ୍‌ଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ରାତିରେ କେରଳର କୋଚିରେ ଏହି ଘଟଣା ଘଟିଛି।

author-image
Rajalaxmi Sahoo
Model Gang Raped In Moving Car In Kochi

Model Gang Raped In Moving Car In Kochi

ଚଳନ୍ତା କାର୍‌ରେ ୧୯ ବର୍ଷୀୟ ମଡେଲ୍‌ଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ରାତିରେ କେରଳର କୋଚିରେ ଏହି ଘଟଣା ଘଟିଛି। ଏହି ଘଟଣାରେ ଇର୍‌ନାକୁଲାମ୍‌ ପୋଲିସ୍‌ ୩ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ହେପାଜତକୁ ନେଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ମଡେଲ୍‌ ଜଣକ କୋଚି ଶିପ୍‌ୟାର୍ଡ ନିକଟ ଏକ ପବ୍‌କୁ ଯାଇଥିଲେ ଓ ସେଠାରେ ମଦ୍ୟପାନ କରିଥିଲେ। ଅଭିଯୁକ୍ତମାନେ କାକ୍କନାଡ୍‌ ସ୍ଥିତ ତାଙ୍କ ଘରେ ଛାଡ଼ି ଦେବା ପାଇଁ କହିଥିଲେ। ହେଲେ ବାଟରେ ମଡେଲ୍‌ଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ମଡେଲ୍‌ଙ୍କୁ ତାଙ୍କ ଘରେ ଛାଡ଼ିବା ପୂର୍ବରୁ ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 

କଲାମାସେରୀ ମେଡିକାଲ୍‌ କଲେଜରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି। ସେ ଆହତ ହୋଇଥିବା ଚିକିତ୍ସାରୁ ଜଣାପଡ଼ିଛି। ଘଟଣା ପରେ, ଅଭିଯୁକ୍ତମାନେ ପୀଡ଼ିତାଙ୍କୁ କାକ୍କନାଡ୍‌ରେ ଛାଡ଼ି ଦେଇଥିଲେ। ହସ୍ପିଟାଲ୍‌ ପକ୍ଷରୁ ପୋଲିସ୍‌କୁ ସୂଚନା ଦିଆଯାଯିବା ପରେ ଘଟଣା ସାମ୍ନାକୁ ଆସିଥିଲା। 

Advertisment

ଘଟଣାକୁ ନେଇ ପୋଲିସ୍‌ ସୂଚନା ଦେଇଛି, ଏହି ଘଟଣାରେ ୪ ଜଣ ସମ୍ପୃକ୍ତ ଅଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତେବେ ପୀଡ଼ିତାଙ୍କୁ ଡ୍ରଗ୍ସ ଦିଆଯାଇଥିଲା କି ନାହିଁ, ମେଡିକାଲ୍‌ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ। ଘଟଣାକୁ ଗଭୀର ନିନ୍ଦା କରାଯାଇଛି। ଏହାସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି। ଏହାସହ ପୀଡ଼ିତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। 

Gang Rape
Advertisment
Advertisment