Advertisment

ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲାରେ ପୋଲିସକୁ ମିଳିଲା ସିସିଟିଭି ଫୁଟେଜ

ଅଭିଯୁକ୍ତ ଅଫତାବ୍ ଅମିନ ପୁନାଓ୍ୱାଲାର ଫ୍ଲାଟରୁ ଏକ ମାରଣାସ୍ତ୍ର ପୋଲିସ ଜବତ କରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Shraddha Murder Case

Shraddha murder Case

ଦିଲ୍ଲୀ ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲାରେ ପୋଲିସ ହାତରେ ଲାଗିଛି ଏକ ସିସିଟିଭି ଫୁଟେଜ, ଯେଉଁଥିରେ ଜହ୍ଲାଦ ପ୍ରେମିକ ତଥା ମୁଖ୍ୟ ଅଭିଯୁକ୍ତ ଅଫତାବ ଏକ ବ୍ୟାଗ୍ ନେଇଥିବାର ଦେଖାଯାଉଛି। ହତ୍ୟା କରିସାରିବା ପରେ ସେ ତାଙ୍କ ପ୍ରେମିକାଙ୍କ ଶରୀରର ଅଙ୍ଗଗୁଡ଼ିକୁ ଫୋଫାଡିବାକୁ ନେଇ ଯାଉଥିବା ପୋଲିସ ସନ୍ଦେହ କରିଛି। ଏଇ ସିସିଟିଭି ଫୁଟେଜ ଅୋବର ୧୮ର ବୋଲି ଜଣାପଡିଛି।

Advertisment

ସମୟ ଅନୁସାରେ ଭୋର ୪ଟାରେ ଅଫତାବ ଏହି ବ୍ୟାଗ ନେଇଥିବା ଜଣାପଡୁଛି। ସେହିଭଳି  ସିସିଟିଭି ଫୁଟେଜ୍ ଆକଳନ କରି ଅଫତାବ ତା ଘରୁ ବାହାରି ଜଙ୍ଗଲ ଆଡକୁ ଯାଉଥିବା  ଜଣାପଡୁଛି।

Advertisment

ସେପଟେ ଅନ୍ୟ ଏକ ଘଟଣା କ୍ରମରେ ଅଭିଯୁକ୍ତ ଅଫତାବ୍ ଅମିନ ପୁନାଓ୍ୱାଲାର ଫ୍ଲାଟରୁ ଏକ ମାରଣାସ୍ତ୍ର ପୋଲିସ ଜବତ କରିଛି। ଆଶଙ୍କା କରାଯାଉଛି, ଏହି ଧାରୁଆ ଅସ୍ତ୍ରରେ ହିଁ ଅଫତାବ୍ ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଥାଇପାରେ। ପ୍ରଥମେ ଭୁଆଁ ବୁଲାଉଥିବା  ଅଫତାବ୍ ଏବେ ପୁଲିସକୁ ସହଯୋଗ କରୁଥିବା ସୂଚନା ମିଳିଛି।

 ଏହି କ୍ରମରେ ପୁଲିସ ଅଫତାବଙ୍କ ଠାରୁ ସୂଚନା ପାଇ ତାର ଫ୍ଲାଟକୁ ଯାଇ ଏକ କଳା ପଲିଥିନରେ ଘୋଡ଼ାଇ ରଖାଯାଇଥିବା ଅବସ୍ଥାରେ ମାରଣାସ୍ତ୍ରକୁ ଜବତ କରିଥିବା ଜଣାପଡିଛି। ପ୍ରମାଣ ଯୋଗାଡ ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ଚାଲିଛି ତନାଘନା। 

Murder Murder Case
Advertisment
Advertisment