ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜି ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ASI ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି। ଓ୍ୱାଲର୍ଡ ହେରିଟେଜ୍ ଓ୍ୱିକ୍ ବା ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ASI ପକ୍ଷରୁ ଏହି ଘୋଷଣା କରାଯାଇଛି।
ଫଳରେ ତାଜମହଲ, କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଦେଶରେ ASI ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ପର୍ଯ୍ୟଟକମାନେ ବିନା ଟିକେଟ୍ରେ ଯାଇପାରିବେ। ତେବେ ତାଜମହଲ ଓ ଆଗ୍ରାରେ ଥିବା ମୁଖ୍ୟ କବର ପାଇଁ ପର୍ଯ୍ୟଟକଙ୍କୁ ଟିକେଟ୍ ଲାଗିବ।
Entry will be free for all at @ASIGoI monuments on 19th Nov to mark the commencement of #WorldHeritageWeek.
— Archaeological Survey of India (@ASIGoI) November 18, 2022
Note- Entry to Taj Mahal,Agra shall also remain free on 19 Nov except the main Mausoleum. Visitors will be allowed to visit main Mausoleum only with requisite entry ticket. pic.twitter.com/I70OfAsolB
ସେହିପରି ଓଡ଼ିଶାରେ ମଧ୍ୟ ASI ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳରେ ଆଜି ଟିକେଟ୍ ଫ୍ରି କରାଯାଇଛି। କୋଣାର୍କ ମନ୍ଦିର ସହ ରାଜାରାଣୀ ମନ୍ଦିର ଭଳି ଐତିହ୍ୟ ସ୍ଥଳ ପରିଦର୍ଶନ ପାଇଁ ଆଜି ପର୍ଯ୍ୟଟକଙ୍କୁ ଆଉ ଟିକେଟ୍ କରିବାକୁ ପଡ଼ିବନାହିଁ। ଏନେଇ ASI ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।