୩ ଜଣ ମହିଳା ଜଙ୍ଗଲକୁ ଯାଇଥିଲେ । ସେଠାରେ କିଛି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସମୟରେ ବାଘ ହାବୁଡ଼ରେ ପଡ଼ିଯାଇଥିଲେ ।
ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲେ । ଏଥିପାଇଁ ଭେଣ୍ଟିଲେଟରରେ ରଖାଯାଇଥିଲା ।
ଆଲଫାବେଟିକ କୋଡ୍ ପୂର୍ବଭଳି ‘AY’ ହିଁ ରହିବ । ସୂଚନା ଯୋଗ୍ୟରେ ଉତ୍ତରପ୍ରଦେଶ ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ଏହି ରେଳ ଷ୍ଟେସନର ନବକଳେବର ହୋଇଛି ।
ଦୁର୍ଘଟଣାକୁ ନେଇ ଜଣେ ପୋଲିସ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସମସ୍ତ ମୃତଦେହକୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାର କାରଣ କ’ଣ ଜଣାପଡ଼ିନାହିଁ । ବର୍ତ୍ତମାନ ଏନେଇ ତଦନ୍ତ ଜାରି ରହିଛି ।
ନବନିର୍ମିତ ରାମମନ୍ଦିରର ସ୍ତମ୍ଭ ଓ କାନ୍ଥରେ ଖୋଦିତ ପ୍ରାୟ ସମସ୍ତ ପାର୍ଶ୍ୱ ଦେବଦେବୀ ରୂପ ପାଇଛନ୍ତି ଓଡ଼ିଆ ଶିଳ୍ପୀଙ୍କ ଅଭିଜ୍ଞ ନିହାଣ ମୁନରେ। କୋଣ ଅନୁକୋଣରେ ଫୁଟି ଉଠୁଛି ଉତ୍କଳୀୟ କଳା ନୈପୂଣ୍ୟର ଅଲିଭା ସ୍ୱାକ୍ଷର
ମନ୍ଦିରର ପ୍ରଥମ ମହଲା, ପୂର୍ବ ଦିଗକୁ ମୁଖ୍ୟ ଦ୍ୱାର, ୩୨ଟି ପାହାଚ ଆଦି ତିଆରି ସରିଥିବା ବେଳେ, କେବଳ ଶେଷସ୍ପର୍ଶ ଦେଉଛନ୍ତି ଶିଲ୍ପୀ ଓ କାରିଗର । ମନ୍ଦିରର ବୈଶିଷ୍ଟ ହେଉଛି- ନାଗର ଶୈଳୀର ବାସ୍ତୁକଳା । ୩୮୦ ଫୁଟ୍ ଲମ୍ବା, ୨୫୦ ଫୁଟ୍ ଓସାର ଓ ୧୬୧ ଫୁଟ୍ ଉଚ୍ଚତା।
ଏପରି ଏକ ଘଟଣା ମଙ୍ଗଳବାର ଦିନ ସାମ୍ନାକୁ ଆସିଛି । ଜାମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ତିନି ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛନ୍ତି । ସନ୍ଦିଗ୍ଧମାନଙ୍କୁ ସେନା ଏବଂ ପୋଲିସ ମିଳିତ ଭାବେ ପଚରାଉଚରା କରୁଛି ।
ଜାନୁଆରି ୨୨ରେ ପ୍ରାଣ ପ୍ରତିଷ୍ଠା ପାଇଁ ଜୋରସୋରରେ ଚାଲିଛି କାମ । ପୁରା ଅଯୋଧ୍ୟା ନଗରୀକୁ ନୂଆ ରୂପ ଦିଆଯାଉଛି। ସହରର ସୌନ୍ଦର୍ଯ୍ୟକରଣ ବି ଜୋରସୋରରେ ଚାଲିଛି।
ଅନେକ ସ୍ଥାନରେ ସେକ୍ସ ଏଜୁକେସନ୍ ନିଷେଧ ରହିଛି । ହେଲେ କର୍ଣ୍ଣାଟକର ଶିକ୍ଷାନୁଷ୍ଠାନଗୁଡ଼ିକ ଏକ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁଛନ୍ତି । ଆଉ ପିଲାମାନଙ୍କ ପାଇଁ ନୂତନ ଆଭିମୁଖ୍ୟର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ।
ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଯାଉଛି ଏହି ଭାରତ ନ୍ୟାୟ ଯାତ୍ରା। ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ। ଏପରି ଭାବେ ରାହୁଲ ଭାରତ ନ୍ୟାୟ ଯାତ୍ରାରେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବାକୁ ଯାଉଛନ୍ତି।
ତାମିଲନାଡୁରେ ସ୍ୱତନ୍ତ୍ର ଭାବେ ନିର୍ମିତ ୪୨ଟି ଘଣ୍ଟିକୁ ଅଯୋଧ୍ୟା ପଠାଯାଇଛି। ନମକ୍କଲ ଜିଲ୍ଲାର ଏକ ଫ୍ୟାକ୍ଟ୍ରିରେ ଏଗୁଡିକୁ ନିର୍ମାଣ କରାଯାଇଛି। ବେଙ୍ଗଲୁରୁର ଜଣେ ଭକ୍ତ ରାଜେନ୍ଦ୍ର ପ୍ରସାଦ ରାମମନ୍ଦିର ଲାଗି ଏହି ବେଲ୍ ଗୁଡିକୁ ତିଆରି କରାଇଛନ୍ତି ।
ବିସ୍ଫୋରଣରେ କୌଣସି ଧନଜୀବନ କ୍ଷତି ହୋଇନଥିଲେ ମଧ୍ୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଅଂଚଳରେ ବିସ୍ଫୋରଣ ହୋଇଥିବାରୁ ଦିଲ୍ଲୀ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।
ନୂଆ ଆଡହକ୍ କମିଟି ଗଠନ ପାଇଁ ଭାରତୀୟ ଅଲିମ୍ପିକ ସଂଘକୁ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି। ଏହାପରେ ବି ରେସଲରଙ୍କ ପ୍ରତିବାଦ ଜାରି ରହିଛି।
କେନ୍ଦ୍ର ଅର୍ଥମନ୍ତ୍ରୀ, RBI ଗଭର୍ଣ୍ଣର, କିଛି ଉଚ୍ଚପଦସ୍ଥ ବ୍ୟାଙ୍କ୍ ଅଧିକାରୀ ଏବଂ ଦେଶର କିଛି ଖ୍ୟାତନାମା ମନ୍ତ୍ରୀ ସଂପୃକ୍ତ ଅଛନ୍ତି ।
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।
ନିକଟରେ ଆରବ ସାଗରରେ ତେଲ ଧରି ଆସୁଥିବା ଜାହାଜ ଏମଭି ଚେମ୍ ପ୍ଲୁଟୋ ଉପରେ ଆକ୍ରମଣ ଘଟଣାକୁ ଭାରତ ଗୁରୁତର ସହ ନେଇଛି ।
ରାଜନୈତିକ ବୟାନବାଜୀ ମଧ୍ୟରେ ଏବେ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି ବିରୋଧୀଙ୍କ କୋଟକୁ ବଲ ଗଡ଼ାଇ ଦେଇଛନ୍ତି ।
ଅନ୍ୟପଟେ ଏହି ତାଲିକାର ଦ୍ୱିତୀୟରେ ଅଛନ୍ତି ବ୍ରାଜିଲର ପୂର୍ବ ରାଷ୍ଟ୍ରପତି ଜାୟର ବୋଲ୍ସନୋରା । ଯାହାଙ୍କର ମାତ୍ର ୬୪ ଲକ୍ଷ ସବ୍ସ୍କ୍ରାଇବର ରହିଛନ୍ତି । ଏହି ସଂଖ୍ୟା ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲର ଏକ ତୃତୀୟାଂଶରୁ ବି କମ୍।
ବରଯାତ୍ରୀମାନେ ମଟନ କାହିଁକି ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ । ପରେ ଧୀରେ ଧୀରେ ଏହା ବଚସାରେ ପରିଣତ ହୋଇଥିଲା । ବରପକ୍ଷର ଲୋକମାନଙ୍କୁ କନ୍ୟା ଘର ଲୋକ ବୁଝାଇବାକୁ ଚେଷ୍ଟା କରିଥିଲେ ।
୨୦୨୩ ବର୍ଷଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବେଶ୍ ଗର୍ବିତ ଓ ସ୍ମରଣୀୟ ବର୍ଷ । କାହିଁକି ନା ଏହି ବର୍ଷ ଆମ ଦେଶର ଚମକ ସାରା ବିଶ୍ୱ ଦେଖିଛି । ଆମର ପରାକାଷ୍ଠାକୁ ସାରା ବିଶ୍ୱ ପ୍ରଶଂସା କରିଛି । ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ବେଶ୍ ଆଗକୁ ବଢ଼ିଛି ।
ବାଘଟି ସାରାରାତି ପାଚେରୀ ଉପରେ ଶୋଇରହିଥିଲା । ସକାଳର ସୂର୍ଯ୍ୟ କିରଣ ପଡ଼ିବା ପରେ ମଧ୍ୟ ସେ ସେପରି ବିଶ୍ରାମ ନେଉଥିବା ଦେଖିବାକୁ ମିଳିଥିଲା ।
ଭାରତୀୟ ନୌସେନା ତାର P-8I ଦୂରଗାମୀ ପାଟ୍ରୋଲ ଏୟାରକ୍ରାଫଟ ସର୍ଭେଲାନସରେ ନିୟୋଜିତ ହୋଇଛି । ଆଉ ଏପଟେ ଯେଉଁ ଜାହାଜ ଉପରେ ଆକ୍ରମଣ ହୋଇଥିଲା, ନୌସେନାର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ତାର ତଦନ୍ତ କରୁଛି ।
ନୂଆ ଭାରତକୁ ସାଲ୍ୟୁଟ କରୁଛି ସାରା ବିଶ୍ୱ । ଆଉ ଦେଶ ଭିତରେ ଅନେକ ରାଜ୍ୟରେ ବଦଳିଛି ରାଜନୈତିକ ପାଣିପାଗ । ସେମିତି କିଛି ବଡ଼ ଘଟଣାକୁ ପୁଣି ମନେ ପକାଇବା ।
ଚନ୍ଦ୍ର ନଦୀରେ ଏକ ମହିନ୍ଦ୍ରା ଥର୍ ଏସୟୁଭି ଚଳାଉଥିବା ଦେଖିବାକୁ ମିଳୁଛି । ସୌଭାଗ୍ୟବଶତଃ, ନଦୀରେ ଜଳସ୍ତର ସେତେ ଅଧିକ ନଥିଲେ ବି ନଦୀରେ ସ୍ରୋତ ଥିଲା।
ସମସ୍ତ ୩୦୩ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଫ୍ରାନ୍ସର ଶରଣ ନେଇଥିବାବେଳେ, ୨୭୬ ଜଣଙ୍କୁ ଧରି ବିମାନଟି ଭାରତ ଅଭିମୁଖେ ଆସିଛି । ସେଥିରେ ଅଭିଭାବକ ବିହୀନ ୧୧ ନାବାଳକ ଥିବା ମଧ୍ୟ ସୂଚନା ମିଳିଛି ।