Advertisment

ନୂଆ ଭୋଟରଙ୍କୁ ସ୍ୱାଗତ ସହ ଭୋଟ ପରିଚୟ ପତ୍ର ପ୍ରଦାନ

ଜାତୀୟ ଭୋଟର ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ନମୋ ନବ ମତଦାତା ସମ୍ମିଳନୀରେ ମୋଦିଙ୍କ ସମ୍ବୋଧନ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
PM Modi On National Voters Day 2024

Narendra Modi

ଆସନ୍ତା ୨୫ ବର୍ଷ ଆପଣମାନେ ନିର୍ଦ୍ଧାରଣ କରିବେ ଦେଶର ଭାଗ୍ୟ । ତେଣୁ ବୁଝି ବିଚାରି ଭୋଟ୍ ଦିଅନ୍ତୁ। ଜାତୀୟ ଭୋଟର ଦିବସ ଅବସରରେ ଆଜି ନମୋ ନବ ମତଦାତା ସମ୍ମିଳନୀକୁ ସମ୍ବୋଧନ ବେଳେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଗଣତନ୍ତ୍ର ସିଷ୍ଟମରେ ସମସ୍ତ ଭୋଟର ହେଉଛନ୍ତି ଜଣେ ଜଣେ ମୁଖ୍ୟ । ଅମୃତ କାଳରେ ଯେଉଁ ମାନଙ୍କର ଯୋଗ୍ୟତା ହୋଇଗଲାଣି ସେମାନେ ନିଜ ନାମକୁ ଭୋଟର ଲିଷ୍ଟରେ ସାମିଲ କରନ୍ତୁ । ୨୦୪୭ ବେଳକୁ ଭାରତକୁ ଶୀର୍ଷରେ ପହଞ୍ଚାଇବା ଲାଗି ଆମ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସାରା ଦେଶରେ ୫ ହଜାରରୁ ଅଧିକ ସ୍ଥାନରେ ସିଧାସଳଖ ମୋଦିଙ୍କ କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ ଭୋଟର ଓ ବିଜେପି କର୍ମୀ ।

ଅଧିକ ପଢ଼ନ୍ତୁ: ଆପଣ ଯଦି ଜଣେ ଭାରତୀୟ ଭୋଟର୍ ତେବେ ଜାଣିନିଅନ୍ତୁ ୫ ଅଧିକାର

ଏପଟେ ଆଜି ଜାତୀୟ ଭୋଟର ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀର ଜାଗମରା ସ୍ଥିତ ସାଇ ଆଙ୍ଗନ ମଣ୍ଡପରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେପଟେ ବୌଦ୍ଧରେ କୋର୍ଟ ଛକରୁ ଟାଉନ ହଲ୍ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ନୂତନ ଭୋଟରଙ୍କୁ ସ୍ୱାଗତ କରାଯିବା ସହିତ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।

Advertisment

PM Narendra Modi
Advertisment
Advertisment