/odishatv-khabar/media/post_attachments/uploadimage/library/16_9/16_9_0/BJP_1706098759.jpg)
BJP
ନୂଆ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ବିଜେପିର ବଡ ପ୍ଲାନ। ଆସନ୍ତାକାଲି ନବ ମତଦାତା ସମ୍ମିଳନୀ କରିବ ବିଜେପି। ଜାତୀୟ ଭୋଟର ଦିବସରେ (National Voters Day 2024) ଓଡ଼ିଶାରେ ୨୫୦ ସ୍ଥାନ ସହ ସାରା ଦେଶରେ ୫ ହଜାର ସ୍ଥାନରେ ହେବ ନବ ମତଦାତା ସମ୍ମିଳନୀ। ନୂଆ ଭୋଟରଙ୍କ ସହ ସିଧାସଳଖ ଯୋଡ଼ି ହେବେ ପ୍ରଧାନମନ୍ତ୍ରୀ । ବାର୍ତ୍ତା ରଖିବା ସହ ଯୁବ ଭୋଟରଙ୍କ ସହ କଥା ହେବେ ମୋଦି।
ପ୍ରତି ସ୍ଥାନରେ ପ୍ରାୟ ୧ ହଜାରରୁ ଅଧିକ ନୂଆ ଭୋଟରଙ୍କୁ ସାମିଲ କରିବାକୁ ଯୋଜନା କରିଛି ବିଜେପି। ୨୦୧୪ ଓ ୨୦୧୯ରେ ନୂଆ ଭୋଟର ମୋଦିଙ୍କ ପାଖରେ ଥିଲେ। ୨୦୨୪ରେ ମଧ୍ୟ ପୁଣି ଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପାଇଁ ଯୁବ ବର୍ଗଙ୍କ ମଧ୍ୟରେ ତତ୍ପରତା ଓ ଉତ୍ସାହ ଅଛି । ସେହି ଦୃଷ୍ଟିରୁ ଯୁବ ଭୋଟରଙ୍କୁ ଦଳରେ ସାମିଲ କରିବା ପାଇଁ ବିଜେପି ଯୋଜନା କରିଛି ।
ଏହି ସମ୍ମିଳନୀରେ ୯ ବର୍ଷରେ ମୋଦି ସରକାରଙ୍କ ଯୁବ କଲ୍ୟାଣ ଯୋଜନା ବିଷୟରେ ଯୁବ ବର୍ଗଙ୍କୁ ଅବଗତ କରାଇବ ଦଳ। ଏହା ସହ ନୂତନ ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ବିଷୟରେ ପ୍ରଧାନମନ୍ତ୍ରୀ ଯୁବ ବର୍ଗଙ୍କୁ ଅବଗତ କରାଇବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)