Advertisment

ଏଥର ପୋଲିଂ ଅଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା, ଯେଉଁଠି ଡ୍ୟୁଟି ସେଇଠି ଭୋଟ

ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ନୂଆ ବ୍ୟବସ୍ଥା । ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଦେବେ ଭୋଟ୍ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
New Guidlines for polling Officers

VOTE

ସାଧାରଣ ନିର୍ବାଚନରେ ପୋଲିଂ ଅଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା। ପୋଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ନିର୍ବାଚନ ଆୟୋଗକଙ୍କ ପକ୍ଷରୁ ସ୍ୱତନ୍ତ୍ର ଭୋଟିଂ କେନ୍ଦ୍ର କରାଯିବ। ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ଓ ୪୦ ବର୍ଷରୁ କମ ବୟସ୍କ ଦିବ୍ୟାଙ୍ଗ ଓ ଅସୁସ୍ଥ ହୋଇ ଘରେ ପଡ଼ି ରହିଥିଲେ ସେମାନଙ୍କ ପାଇଁ ହୋମ ଭୋଟିଂ ବ୍ୟବସ୍ଥା କରାଯାଇଛି।

Advertisment

୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଟାଇମ୍ ଲାଇନ୍ ଅନୁସାରେ ଚାଲିଛି। ସମସ୍ତ ଜିଲ୍ଲାରେ ଇଭିଏମ୍ ପହଞ୍ଚିବା ସହ ଟେଷ୍ଟିଂ ସରିଛି। ନିର୍ବାଚନ ପାଇଁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ସରିଛି, ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ଚାଲିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । 

Polling General Election 2024 Vote
Advertisment
Advertisment