• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଦେଶର ୩୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଓଡିଶାର ଦୁଇ ବିଶିଷ୍ଟ କଳାକାର ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଓଡ଼ିଶାର ୧୦୫ ବର୍ଷୀୟ ଗୋପୀନାଥ ସ୍ୱାଇଁଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଲୋକନାଟକ କୃଷ୍ଣ ଲୀଳାର ସଂଗୀତକାର ହେଉଛନ୍ତି ଗୋପୀନାଥ ସ୍ୱାଇଁ ।

ଗଞ୍ଜାମର ଗୋପୀନାଥକୃଷ୍ଣ ଲୀଳା ଲୋକନାଟକର ପ୍ରଚାର ଓ ପ୍ରସାର ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି । ଗାଁ ଗାଁରେ ସେ ଅଖାଡା ନିର୍ମାଣ କରି ସେ ଶହ ଶହ କଳାକାରଙ୍କୁ ଏହି ଲୋକକଳାର ପ୍ରଶିକ୍ଷଣ ଦେଇଛନ୍ତି । କଳାକାର ପରିବାରରେ ଜନ୍ମଗ୍ରହଣ କରିଥିବା ଗୋପୀନାଥ ମାତ୍ର ୫ ବର୍ଷ ବୟସରୁ ଲୋକସଙ୍ଗୀତ ଶିକ୍ଷା ଲାଭ ଲରିଥିଲେ ।

ଦକ୍ଷିଣଶ୍ରୀ, ଚିନ୍ତା ଦେଶକ୍ଷ୍ୟ, ତୋଡି, ଭତିଆରୀ ଏବଂ କୁମ୍ଭ କମୋଦୀ ଭଳି ୫ଟି ପୁରାତନ ରାଗର ଗାୟନ ଶୈଳୀରେ ସିଦ୍ଧହସ୍ତ ଥିଲେ ଗୋପିନାଥ ।

ସେହିପରି ଓଡ଼ିଶାର ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ମିଳିବ । ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ହେଉଛନ୍ତି ଭାଗବତ ପ୍ରଧାନ । ବରଗଡର ଭାଗବତ ଦୀର୍ଘ ୫ ଦଶନ୍ଧି ଧରି ଏହି କଳାର ପ୍ରଦର୍ଶନ ସହ ପ୍ରଚାର ଓ ପ୍ରସାର ପାଇଁ ନିଜକୁ ସମର୍ପି ଦେଇଛନ୍ତି ।

ଏହି କଳାକୁ ଲୋକପ୍ରିୟ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ସେହିଭଳି ନିଜ ଜୀବନକାଳରେ ସେ ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ଶିଷ୍ୟଙ୍କୁ ସେ ଏହାର ଶିକ୍ଷାଦାନ କରିଛନ୍ତି ।