/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706175423.jpg)
Anti-Corruption Bureau Raid
ସରକାରୀ ବାବୁଙ୍କ ଅମାପ ସଂପତ୍ତି। ଟଙ୍କାରେ ଅୟଶ କରୁଥିଲେ କୁବେର ସରକାରୀ ବାବୁ। ତେଲେଙ୍ଗାନାର ଜଣେ ସରକାରୀ ଅଧିକାରୀଙ୍କ ସଂପତ୍ତି ଦେଖି ଟେରା ହୋଇଯାଇଛନ୍ତି ଚଢାଉକାରୀ ଟିମ। ଚଢାଉ ବେଳେ ବାବୁଙ୍କ ଘରୁ ବାହାରିଛି ପୁଳା ପୁଳା ନଗଦ ଟଙ୍କା, ସୁନା ଅଳଙ୍କାର ଓ ଟଙ୍କାଗଣା ମେସିନ। ଜବତ ସମ୍ପତ୍ତିର ମୂଲ୍ୟ ଶହେ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।
ରାଜ୍ୟ ରିଅଲ ଇଷ୍ଟେଟ ନିୟାମକ ପ୍ରାଧିକରଣ ବିଭାଗର ସଚିବ ଓ ମେଟ୍ରୋ ରେଳ ଯୋଜନା ଅଧିକାରୀ ଏସ୍ ବାଲକୃଷ୍ଣଙ୍କ ଘରେ ରେଡ୍ କରାଯାଇଛି।ତେଲେଙ୍ଗାନା ଦୁର୍ନୀତି ନିରୋଧକ ବ୍ୟୁରୋ ବା ଏସିବି ପକ୍ଷରୁ ଏହି ରେଡ ଚାଲିଛି। ଗତକାଲି ୧୬ଟି ସ୍ଥାନରେ ଚଢାଉ କରାଯାଇଥିଲା। ୧୮ଟି ଟିମ୍ ବାଲକୃଷ୍ଣଙ୍କ ବିଭିନ୍ନ ଠିକଣା ଉପରେ ରେଡ୍ କରିଥିଲେ। ବାସଭବନ, କାର୍ଯ୍ୟାଳୟ ଓ ସଂପର୍କୀୟଙ୍କ ଘରେ ଚଢାଉ କରିଥିଲା ଏସିବି। ବାବୁଙ୍କ ଅପର୍ଯ୍ୟାପ୍ତ ସଂପତ୍ତି ଦେଖି ତାଜୁବ ହୋଇଯାଇଛନ୍ତି ଚଢାଉ କରିଥିବା ଟିମ। ଏଯାଏ ପ୍ରାୟ ୪୦ ଲକ୍ଷ ଟଙ୍କା ନଗଦ, ୨ କେଜି ସୁନା, ୬୦ଟି ମହଙ୍ଗା ଘଡ଼ି, ୧୪ଟି ଦାମୀ ମୋବାଇଲ ଫୋନ୍, ୧୦ଟି ଲାପଟପ୍ ଠାବ ହୋଇଛି।
ବାଲକୃଷ୍ଣଙ୍କ ଘରୁ ନଗଦ ଟଙ୍କା ଗଣିବା ମେସିନ ବି ମିଳିଛି। ଆଜି ବି ଚଢାଉ ଜାରି ରହିଛି। ଏଯାଏ ତଦନ୍ତକାରୀ ଟିମ୍ ବାଲକୃଷ୍ଣଙ୍କ ୪ଟି ଲକର୍ ଠାବ କରିଛନ୍ତି ତେବେ ଲକର ଖୋଲା ଯାଇନଥିବା ସୂଚନା ମିଳିଛି। ଆଜି ବି ଏହି ଚଢ଼ାଉ ଜାରି ରହିବ ବୋଲି ଜଣାଯାଇଛି। ଏସ୍ ବାଳକୃଷ୍ଣ ପୂର୍ବରୁ ହାଇଦ୍ରାବାଦ ମେଟ୍ରୋପଲିଟାନ ଅଥରିଟିରେ ଟାଉନ ପ୍ଲାନିଂ ନିର୍ଦ୍ଦେଶକ ଭାବେ କାମ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)