Advertisment

ନୌସେନା ଅଧିକାରୀଙ୍କ ରାମ ପ୍ରେମ...୧୦ହଜାର ଫୁଟ ଉଚ୍ଚରେ ଉଡାଇଲେ ‘ଜୟ ଶ୍ରୀରାମ’ ଧ୍ୱଜା

ଥାଇଲାଣ୍ଡ ଆକାଶର ୧୦ହଜାର ଫୁଟ ଉଚ୍ଚରେ ଯାଇ ସମସ୍ତଙ୍କୁ ଚକିତ କରିଦେଛନ୍ତି। ସ୍କାଏ ଡାଇଭିଂ କରି ‘ ଜୟ ଶ୍ରୀରାମ’ ଲେଖାଥିବା ଏକ ଧ୍ୱଜା ଉଡାଇଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Ex Navy officer skydives with Jai Shree Ram flag

Ex-Navy officer skydives

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ସରିଛି। ଏବେ ବାଲକ ରାମଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମ ହେଉଛି। ଭକ୍ତ କୌଣସି ପ୍ରକାରେ ମନ୍ଦିରରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ବ୍ୟାକୁଳ। ଏହାରି ଭିତରେ ଦେଶର କୋଣ ଅନୁକୋଣରୁ ରାମ ଭକ୍ତଙ୍କର ଭିଡିଓ ସାମନାକୁ ଆସୁଛି। ସେହିପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ରାଜକୁମାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଲେଫ୍ଟନାଣ୍ଟ କମାଣ୍ଡର ରାଜକୁମାର ପ୍ରଭୁ ରାମଙ୍କ ସ୍ୱାଗତ ପାଇଁ ଥାଇଲାଣ୍ଡ ଆକାଶର ୧୦ହଜାର ଫୁଟ ଉଚ୍ଚରେ ଯାଇ ସମସ୍ତଙ୍କୁ ଚକିତ କରିଦେଛନ୍ତି। ସ୍କାଏ ଡାଇଭିଂ କରି ‘ ଜୟ ଶ୍ରୀରାମ’ ଲେଖାଥିବା ଏକ ଧ୍ୱଜା ଉଡାଇଛନ୍ତି। ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓରେ କ୍ୟାପସନ ଲେଖାଯାଇଛି- ‘ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ରାଜକୁମାର ଥାଇଲାଣ୍ଡରେ ୧୦ହଜାର ଫୁଟ ଉଚ୍ଚରେ ଜୟ ଶ୍ରୀ ରାମ ଧ୍ୱଜା ଉଡାଇଛନ୍ତି। ତାମିଲନାଡୁ ଥେନୀ ଜିଲ୍ଲା ନିବାସୀ ରାଜକୁମାର ବର୍ତ୍ତମାନ କ୍ରୀଡା ଓ ସେନା କର୍ମଚାରୀଙ୍କ ପାଇଁ ସ୍କାଏ ଡାଇଭିଂ ଏନାଲିଷ୍ଟ ଓ ଡିଟେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି।’

ତେବେ ରାମଲାଲାଙ୍କୁ ଦର୍ଶନ ପାଇଁ ଶୀତକୁ ଖାତିର ନକରି ପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରୁଛନ୍ତି ଶ୍ରଦ୍ଧାଳୁ। ଭକ୍ତଙ୍କ ସୁବିଧା ପାଇଁ ପ୍ରାୟ ୮ ହଜାରରୁ ଅଧିକ ସୁରକ୍ଷାକର୍ମୀ ଅଯୋଧ୍ୟାରେ ମୁତୟନ ହୋଇଛନ୍ତି । କଡ଼ା ନଜରରେ ରହିଛି ଅଯୋଧ୍ୟା ରାମ ମନ୍ଦିର । ମନ୍ଦିର ଗର୍ଭଗୃହରେ ଆଇନ ଶୃଙ୍ଖଳା ଡିଜି ମନିଟରିଂ କରୁଛନ୍ତି । ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେବା ସହ ସମସ୍ତଙ୍କର ନିରବଚ୍ଛିନ୍ନ ତୀର୍ଥଯାତ୍ରାର ଗ୍ୟାରେଣ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି । ଅସମ୍ଭାଳ ଭିଡ଼ ପାଇଁ ଅଯୋଧ୍ୟା ଆସିବାକୁ ଥିବା ସମସ୍ତ ଗାଡ଼ି ଉପରେ କର୍ତ୍ତୃପକ୍ଷଙ୍କ ତରଫରୁ ନିଷେଧାଦେଶ ଜାରି କରାଯାଇଛି ।

Advertisment

Viral Video Jay Shree Ram
Advertisment
Advertisment