ସାଧାରଣତନ୍ତ୍ର ଦିବସ ପୂର୍ବରୁ ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ପୁରସ୍କାର ଘୋଷଣା । ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ବର୍ଗରେ ଉଲ୍ଲେଖନୀୟ ସେବା, ସାହସିକତା ଆଦି ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ ।
ଓଡ଼ିଶାର ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ । ଓଡ଼ିଶାରୁ ଗୃହ ବିଭାଗ ସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ । ସେହିପରି ସାହସିକତା ପୁରସ୍କାର ପାଇଁ ଦେଶରୁ ମୋଟ ୨୭୭ ଜଣଙ୍କୁ ମଧ୍ୟରୁ ଓଡ଼ିଶାରୁ ୧୫ ଜଣଙ୍କ ନାଁ ରହିଛି । ଏଥିମଧ୍ୟରେ ଏସଆଇ ଅରୁଣ କୁମାର ଭୋଇ, ହାବିଲଦାର ମୋତିରାମ ସାହୁ, କମାଣ୍ଡୋ ପ୍ରକାଶ ମାଝି, ନିରଞ୍ଜନ ସାହୁ, ଯଦୁମଣୀ ଭୋଇ, ଉମେଶ ସେଠ, ବୁବୁନ କୁମ୍ଭାର, ସଂଜୟ କୁମାର ଗୁରୁ, ବିଶ୍ୱଜିତ ଦାସ ପ୍ରମୁଖଙ୍କ ନାଁ ରହିଛି।
Also Read
ଅଧିକ ପଢ଼ନ୍ତୁ: ସାଧାରଣତନ୍ତ୍ର ଦିବସ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି...କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ

ଏପଟେ ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ନେଇ ମଧ୍ୟ ନାଁ ଘୋଷଣା ହୋଇଛି । ତାଲିକାରେ ପୂର୍ବାଞ୍ଚଳ IG ସତ୍ୟବ୍ରତ ଭୋଇଙ୍କ ନାଁ ସହ ସ୍ଥାନ ପାଇଛନ୍ତି ୩ ଜଣ ଡିଏସ୍ ପି ରାଙ୍କ ଅଧିକାରୀ । ଏନେଇ ବିସ୍ତୃତ ଭାବେ ତାଲିକା ପ୍ରକାଶ କରିଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ।