• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରାଣପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ବାଳ ଶ୍ରୀରାମ । ପଥରରେ ପ୍ରାଣ ସଂଚାର ପରେ ବଦଳି ଯାଇଛି ମୁଖମଣ୍ଡଳ । ବଦଳି ଯାଇଛି ସୌନ୍ଦର୍ଯ୍ୟ, ବଦଳିଯାଇଛି ରୂପକାନ୍ତି । ପରିବର୍ତ୍ତନ ଏମିତି, ଯେ ଖୋଦ୍ ବିଗ୍ରହ ନିର୍ମାତା ବି ଆଶ୍ଚର୍ଯ୍ୟ । ନିଜ ନିର୍ମାଣର ଏ ପରିବର୍ତ୍ତିତ ରୂପରେ ନିଜେ ଚକିତ ନିର୍ମାତା । ଏମିତିକି ନିଜ ହାତରେ ଗଢ଼ିଥିବା ମୂର୍ତ୍ତିକୁ ଏବେ ଚିହ୍ନିବାକୁ ବି ଅସମର୍ଥ ବୋଲି କହିଛନ୍ତି ସ୍ଥପତି ଅରୁଣ ଯୋଗୀରାଜ ।

ଅରୁଣ ଯୋଗୀରାଜ କହିଛନ୍ତି, ୭ ମାସ ଧରି ବିଗ୍ରହକୁ ନିର୍ମାଣ କଲି, ବିଗ୍ରହ ଗର୍ଭଗୃହରେ ସ୍ଥାନିତ ହେବା ପୂର୍ବରୁ ଏବଂ ସ୍ଥାନିତ ହେବାଯାଏଁ ୧୦ ଦିନ ବିତାଇଲି । ହେଲେ ପ୍ରାଣପ୍ରତିଷ୍ଠା ପରେ ରାମଲାଲାଙ୍କ ଚାହାଣୀ, ଆକୃତି, ମୁଖର ଭାବରେ ଏତେ ପରିବର୍ତ୍ତନ ହୋଇଛି ଯେ ମୁଁ ଚିହ୍ନି ପାରିଲିନି ବୋଲି କହିଛନ୍ତି ଯୋଗୀରାଜ ।

ରାମକଥା ବାଚକଙ୍କ ମତରେ ମୂର୍ତ୍ତିକାର ତ ପଥରକୁ ମୂର୍ତ୍ତିର ରୂପ ଦେଇଛନ୍ତି । ହେଲେ ପ୍ରାଣ ପ୍ରତିଷ୍ଠା ପରେ ସେ ଚାହିଁଛନ୍ତି ବୋଲି ଏମିତି ଦିବ୍ୟ ରୂପରେ ଝଲସୁଛନ୍ତି, ସେ ଇଚ୍ଛା କରିଛନ୍ତି ବୋଲି ଅଦ୍ଭୂତ ମନମୋହକ ରୂପ ଧାରଣ କରିଛନ୍ତି । ଏପଟେ ପ୍ରାଣ ପ୍ରତିଷ୍ଠା ପର ଦିନଠୁ ନବନିର୍ମିତ ମନ୍ଦିରରେ ବାଳ ଶ୍ରୀରାମଙ୍କ ଦର୍ଶନ ପାଇଁ ଅଯୋଧ୍ୟାକୁ ଭକ୍ତଙ୍କ ସୁଅ ଛୁଟୁଛି ।

ଆକାଳନ ବାହାରେ ପ୍ରତ୍ୟେହ ଭକ୍ତ ଭିଡ଼କୁ ଦେଖି ସାଧାରଣ ଦର୍ଶନ ସମୟକୁ ବଢ଼ାଇଛି ସ୍ଥାନୀୟ ପ୍ରଶାସନ । ଭକ୍ତ ଏଣିକି ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିପାରିବେ ବୋଲି ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।