• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି, ଭାରତକୁ ଲୋକତନ୍ତ୍ରର ଜନନୀ କୁହାଯାଏ । ଆମ ଦେଶକୁ ନୂଆ ଉଚ୍ଚକୁ ନେବାର ସୁବର୍ଣ୍ଣ ସୁଯୋଗ ମିଳିଛି । ଦେଶକୁ ଆଗକୁ ନେବାରେ ସବୁ ଦେଶବାସୀଙ୍କ ଭୂମିକା ରହିଛି । ବିକଶିତ ଭାରତ ପାଇଁ ସବୁ ଦେଶବାସୀଙ୍କ ଦାୟିତ୍ୱ ରହିଛି । ଗଣତନ୍ତ୍ର ଦିବସ ଆମ ମୂଲ୍ୟବୋଧକୁ ମନେ ପକାଇବାର ଅବସର ।’

ଏହା ସହ ସେ କହିଛନ୍ତି, ‘ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ହୋଇଛି । ଉଚିତ ନ୍ୟାୟିକ ପ୍ରକ୍ରିୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ନ୍ୟାୟିକ ପ୍ରକ୍ରିୟା ଉପରେ ଦେଶବାସୀଙ୍କ ଅଗାଧ ବିଶ୍ୱାସ ପ୍ରମାଣିତ ହେଲା । ନାରୀ ଶକ୍ତି ବନ୍ଦନ ଅଧିନିୟମ ନାରୀ ସଶକ୍ତୀକରଣର ଏକ ମାଇଲଖୁଣ୍ଟ। ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ଅବତରଣ ବଡ଼ ଉପଲବ୍ଧି ଆଣିଛି । ଆଦିତ୍ୟ ଏଲ୍‌-୧ର ସଫଳତା ଆମକୁ ନୂଆ ସୋପାନକୁ ନେଇଛି । ଅନ୍ତରୀକ୍ଷ ବିଜ୍ଞାନରେ ଭାରତର ସଫଳତା ଯୁବଶକ୍ତିଙ୍କୁ ଉତ୍ସାହିତ କରିଛି ।

ଖାଲି ସେତିକି ନୁହେଁ ଆଜିର ଭାରତ ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି । ସୁଦୃଢ଼ ଆର୍ଥିକ ସ୍ଥିତି ଏହି ଆତ୍ମବିଶ୍ୱାସର ପ୍ରମୁଖ ଆଧାର ପାଲଟିଛି । ୮୧ କୋଟିରୁ ଅଧିକ ଲୋକଙ୍କୁ ଆଗାମୀ ୫ ବର୍ଷ ଯାଏ ମାଗଣା ରାସନ ମିଳିବ । ଏଭଳି ଜନକଲ୍ୟାଣକାରୀ ଯୋଜନା ସମ୍ଭବତଃ ବିଶ୍ୱରେ ସର୍ବବୃହତ୍ତ ବୋଲି କହିଛନ୍ତି ରାଷ୍ଟ୍ରପତି ।

ଅନ୍ୟପଟେ ଆୟୁଷ୍ମାନ ଭାରତ କଥା ବି କହିଛନ୍ତି । ଯୋଜନାରେ ସବୁ ଲାଭାର୍ଥୀଙ୍କୁ ସାମିଲ କରିବା ଲକ୍ଷ୍ୟ । ଏହାସହ ଆମ ଖେଳାଳିମାନେ ପାରଦର୍ଶିତା ଲାଭ କରି ଦେଶର ସମ୍ମାନ ବଢ଼ାଇଛନ୍ତି । ଆଗାମୀ ପ୍ୟାରିସ ଅଲିମ୍ପିକରେ ଆମ ଖେଳାଳି ଅଧିକ ସଫଳ ହେବା ଆଶା । ଜଳବାୟୁ ପରିବର୍ତ୍ତନ ଚାଲେଂଜକୁ ସାମ୍ନା କରିବାକୁ ବ୍ୟକ୍ତିଗତ ପ୍ରଚେଷ୍ଟା ଲୋଡ଼ା । ଏଆଇକୁ ନେଇ ଯୁବବର୍ଗ ମଧ୍ୟରେ ନୂଆ ସମ୍ଭାବନା, ଉତ୍ସାହ ଦେଖାଦେଇଛି । ନିରବରେ ପରିଶ୍ରମ କରିଚାଲିଥିବା । କୃଷକ ବର୍ଗଙ୍କୁ ସମ୍ମାନ ଜଣାଇଲେ ରାଷ୍ଟ୍ରପତି । କୃଷକ, ସୈନିକଙ୍କୁ ସମ୍ମାନ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।