/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706090591.jpg)
Assam Rifles jawan fires at colleagues
ଆସାମ ରାଇଫଲ୍ର ଯବାନଙ୍କ ଗୁଳିରେ ୬ ଜଣ ସହକର୍ମୀ ଆହତ । ସହକର୍ମୀମାନଙ୍କୁ ଗୁଳି ପରେ ନିଜକୁ ଗୁଳି ମାରି ଦେଇଛନ୍ତି ଯବାନ। ଦକ୍ଷିଣ ମଣିପୁର ସାଜିକ୍ ଚମ୍ପକ ଅଞ୍ଚଳର ଏହି ଘଟଣା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆହତମାନଙ୍କ ମଧ୍ୟରୁ କେହି ବି ମଣିପୁରର ନୁହଁନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ମିଲିଟାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପୋଲିସ ସୂଚନା ଦେଇଛି।
ମଣିପୁରରେ ଚାଲିଥିବା ହିଂସା ଯୋଗୁଁ ଏହି ଘଟଣା ଘଟିନି ବୋଲି ପୋଲିସ ସ୍ପଷ୍ଟ କରିଛି। ପୋଲିସ କହିଛି, ‘ମଣିପୁରରେ ଚାଲିଥିବା ଜାତିଆଣ ହିଂସା ପାଇଁ ଏହା ଘଟିନି। କୌଣସି ଗୁଜବ ପ୍ରଚାର କରନ୍ତୁନି। ନିଶ୍ଚିତ ଭାବେ ଘଟଣା ଦୁର୍ଭାଗ୍ୟଜନକ। ମାତ୍ର ପୋଲିସ ଘଟଣାର ତଦନ୍ତ କରୁଛି’। ଆସାମ ରାଇଫଲ୍ସ ବାଟାଲିୟନରେ ମଣିପୁରର ବିଭିନ୍ନ ସମ୍ପ୍ରଦାୟର ଲୋକ ଅଛନ୍ତି।ତେବେ ଏପରି ଘଟଣା କାହିଁକି ଘଟିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଗତ ବର୍ଷ ଅକ୍ଟୋବରରେ ଜାମ୍ମୁ କାଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ନିକଟରେ ଥିବା ଏକ ଫରୱାର୍ଡ ବେସରେ ଜଣେ ଆର୍ମି ମେଜର ତାଙ୍କ ସାଥୀ ସୈନିକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ କିଛି ସୈନିକ ଆହତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)