ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ । ବିଭ୍ରାନ୍ତିକର ବିଜ୍ଞାପନ ଉପରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦିଲ୍ଲୀ ହେଉଛି ବିଶ୍ୱର ସବୁଠୁ ପ୍ରଦୂଷିତ କ୍ୟାପିଟାଲ ସିଟି । ଏହି ରିପୋର୍ଟ ଦେଇଛି ସୁଇଜରଲାଣ୍ଡର ଏକ ସଂସ୍ଥା ଆଇକ୍ୟୁ ଏୟାର୍ ।
ଅପରାଧୀଙ୍କୁ ଧରିବା ପାଇଁ ପୋଲିସର ବଡ଼ ପଦେକ୍ଷପ । ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ, ଏଣିକି ଧରିବ କ୍ରାଇମ୍ ଜିପିଟି ।
ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ପଶୁପତି ନିଜର ଇସ୍ତଫା ଘୋଷଣା କରିଛନ୍ତି। ସେ କହିଛନ୍ତି, 'ମୋର ଏବଂ ମୋ ପାର୍ଟି ପ୍ରତି ଅନ୍ୟାୟ କରାଯାଇଛି ।
ଫ୍ରିରେ କାମ କରିବାକୁ ମନା କରିବାରୁ ଘର ଜାଳିଦେଲେ । ବିନା ପାରିଶ୍ରମିକରେ କାମ କରିବାକୁ କହୁଥିଲେ । କିନ୍ତୁ ଶ୍ରମିକମାନେ ମନା କରିଦେଲେ । ଫଳରେ ପ୍ରାୟ ୧୫ ଜଣ ଶ୍ରମିକଙ୍କର ବ୍ୟବହାର ସାମଗ୍ରୀରେ ନିଆଁ ଲଗାଇ ଦେଇଛନ୍ତି ଜଣେ ଠକାଦାର ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୩୦୦ ଟଙ୍କା ହୋଇଛି।
ଇଲେକଟୋରାଲ ବଣ୍ତ୍ର ତଥ୍ୟ ଷ୍ଟେଟ୍ ବ୍ୟାଙ୍କ୍ ଲୁଚାଇଛି ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା। ଏହା ସହିତ ନିର୍ବାଚନ କମିଶନଙ୍କ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁ ତଥ୍ୟ ଷ୍ଟେଟ ବ୍ୟାଙ୍କ ଦେଇଛି, ତାକୁ ୱେବସାଇଟରେ ପ୍ରକାଶ କର।
ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାରଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ECI।
ପାଣି ଯେ ଜୀବନଧାରଣ ପାଇଁ ନିହାତି ଆବଶ୍ୟକ, ଏହା ପୁଣି ଥରେ ବେଙ୍ଗାଲୁରୁ ମନେ ପକାଇ ଦେଇଛି । ଏପରି ସମୟରେ ଜଳ ସଂରକ୍ଷଣ ଉପରେ ଏକ ଭିଡିଓ ସେୟାର କରିଛନ୍ତି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ।
ରାଜସ୍ଥାନରେ ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର। ଠାକୁରଙ୍କ ଟଙ୍କା ସୁନାଗହଣା ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି। ଚୋରି ପୂର୍ବରୁ କରୁଛନ୍ତି ପ୍ରାର୍ଥନା। ଆଉ ତା’ପରେ ବୁଲାଉଛନ୍ତି କଳାକନା।
ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ । ରାଜ୍ୟପାଳ ପଦରୁ ତାମିଲିସାଇ ସୌନ୍ଦରରାଜନଙ୍କ ଇସ୍ତଫା । ତାମିଲନାଡୁରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଭିତରେ ସେ ଇସ୍ତଫା ଦେଇଛନ୍ତି ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୫,୮୭୦ ଟଙ୍କା ହୋଇଛି।
ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକମାନେ ସେମାନେ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବା ପାଇଁ ସେମାନଙ୍କୁ ନିକଟସ୍ଥ ମନ୍ଦିରକୁ ନେବା ପୂର୍ବରୁ ବିବସ୍ତ୍ର କରାଇ ସର୍ଚ୍ଚ ବି କରିଥିଲେ।
ଯାତ୍ରୀମାନେ କହିଛନ୍ତି ଯେ ରାତି ପ୍ରାୟ ଗୋଟାଏ ସମୟରେ ଏହି ଘଟଣା ଘଟିଛି। ହଠାତ୍ ଏକ ଜୋରରେ ଶବ୍ଦ ଶୁଣି ସେମାନଙ୍କର ନିଦ ଭାଙ୍ଗିଯାଇଥିଲା। ଦେଖିବା ବେଳରୁ ଟ୍ରେନଟି ଟ୍ରାକ ତଳକୁ ଖସିଯାଇଛି।
ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖାଗରିଆ ଜିଲ୍ଲାରେ ଏକ କାର ବିବାହ କାର୍ଯ୍ୟକ୍ରମରୁ ଫେରୁଥିଲା । ଏହି ସମୟରେ ଏକ ଟ୍ରାକ୍ଟର ଧକ୍କା ହେବା ଫଳରେ ସାତଜଣଙ୍କର ମୃତ୍ୟୁ ଘଟିଛି ।
ଚାହୁଁ ଚାହୁଁ ଭୁଶୁଡ଼ିଗଲା ୫ ମହଲା କୋଠା । କୋଲାକାତା ଗାର୍ଡେନ୍ ରିଚ୍ ଅଞ୍ଚଳରେ ଏକ ନିର୍ମାଣଧୀନ ବିଲଡିଂ ଭୁଶୁଡ଼ି ଯାଇଛି । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଗତକାଲି ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ପାଲନାଡୁରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। NDAରେ ସାମିଲ ହୋଇଥିବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କ ସହ ମେଗା ରାଲି କରିଛନ୍ତି ମୋଦି।
ଦୀର୍ଘ ୪୯୫ ବର୍ଷର ସଂଘର୍ଷ ପରେ ନବନିର୍ମିତ ଭବ୍ୟ ମନ୍ଦିରରେ ପ୍ରଥମ ଥର ପାଇଁ ହୋଲି ଖେଳିବେ ରାମଲାଲା ।
ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲ୍ଲଂଘନ ମାମଲାରେ ଗିରଫ ହୋଇଛନ୍ତି ଏଲଭିଶ। ନୋଏଡାର ସେକ୍ଟର-୨୦ ପୋଲିସ ୟୁଟ୍ୟୁବର୍ ଏଲଭିଶଙ୍କୁ ଗିରଫ କରିଛି।
ସୁପ୍ରିମକୋର୍ଟଙ୍କଠାରୁ ପାଇଥିବା ନିର୍ବାଚନୀ ବଣ୍ଡ ତଥ୍ୟକୁ ସାର୍ବଜନୀନ କରିଛନ୍ତି କମିଶନ। ଏହି ଡାଟା ସବୁ କମିଶନ ଏକ ବନ୍ଦ ଲଫାପାରେ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଥିଲେ।
ସିକ୍କିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଅପ୍ରେଲ୍ ୧୯ରେ ଭୋଟ୍ ଗ୍ରହଣ ହେବ। ଲୋକସଭା ନିର୍ବାଚନ ପାଇଁ ମଧ୍ୟ ସେହି ଦିନ ଭୋଟ୍ ଗ୍ରହଣ ହେବ।
୨୧ ମାର୍ଚ୍ଚରେ ହାଜର ହେବାକୁ ନବମ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି ଇଡି ।
ଅଭିଜିତ୍ ଇଞ୍ଜିନିୟରିଂ ସିଟ୍ ପାଇବା ପରେ ବୋଷ୍ଟନ୍ ୟୁନିଭରସିଟିରେ ନାମ ଲେଖାଇଥିଲେ। ଆମେରିକାରେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ କାରରେ ନେଇ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି। ପୋଲିସ ତାଙ୍କର ମୃତଦେହ ଜବତ କରିଛି।
ପ୍ରତୀକ୍ଷାର ଅନ୍ତ। ଘୋଷଣା ହୋଇଛି ବହୁ ପ୍ରତୀକ୍ଷିତ ସାଧାରଣ ନିର୍ବାଚନ ତାରିଖ। ଏପ୍ରିଲ୍ ୧୯ରୁ ଜୁନ୍ ୧ ମଧ୍ୟରେ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ।
ବାଜିଲା ନିର୍ବାଚନୀ ବିଗୁଲ୍। ଗଣତନ୍ତ୍ରର ମହାପର୍ବ ପାଇଁ ଆରମ୍ଭ ହୋଇଗଲା ପ୍ରକ୍ରିୟା। ୨୪ ସାଧାରଣ ନିର୍ବାଚନ ଲାଗି ଆଜି ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍। ଭୋଟ୍ ଗ୍ରହଣ ପ୍ରକ୍ରିୟା ମୋଟ୍ ୭ଟି ପର୍ଯ୍ୟାୟରେ ଏପ୍ରିଲ୍ ୧୯ରୁ ଆରମ୍ଭ ହୋଇ ଜୁନ୍ ୧ରେ ଶେଷ ହେବ। ଜୁନ୍ ୪ ତାରିଖରେ ହେବ ଭୋଟ୍ ଗଣତି। ଓଡ଼ିଶାରେ ମେ ୧୩ରୁ ଜୁନ୍ ୧ ମଧ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ।