Advertisment

ଏତେ ଲୋକ ଚଢ଼ିଲେ ଯେ, ସମ୍ଭାଳି ପାରିଲାନି ମଞ୍ଚ ! ଦେଖନ୍ତୁ ଭିଡିଓ...

ପୂରା ଘଟଣା ସୋମବାର ବିହାରରେ ଆୟୋଜିତ ଲୋକସଭା ନିର୍ବାଚନୀ ସଭାରେ ଘଟିଛି। ପାଟନା ଉପକଣ୍ଠ ପଲିଗଞ୍ଜ ଠାରେ ଆରଜେଡି ନେତ୍ରୀ ମିଶା ଭାରତୀଙ୍କ ପାଇଁ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rahul Gandhi Stage Collapsed In Bihar

Rahul Gandhi Stage Collapsed

ଭାଙ୍ଗିଲା କଂଗ୍ରେସ ମଞ୍ଚ । ଆଉ ମଞ୍ଚରେ ଛିଡ଼ା ହୋଇଥିଲେ ରାହୁଲ ଗାନ୍ଧିଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା । ମଞ୍ଚରେ ଭାଷଣ ଆରମ୍ଭ ହେବା ପୂର୍ବରୁ ଭାଙ୍ଗିଲା ମଞ୍ଚ । ହେଲେ ସୌଭାଗ୍ୟବସତଃ କାହାର କିଛି କ୍ଷତି ହୋଇନାହିଁ । ତେବେ ଏହି ମଞ୍ଚ ଭାଙ୍ଗିବା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଅନେକ ଲେଖିଛନ୍ତି କଂଗ୍ରେସ ନିଜ ମଞ୍ଚ ବାନ୍ଧିବାରେ ବି ଜାଲିଆତି କରିଛି, ତେଣୁ ମଞ୍ଚ ଭାଙ୍ଗିଯାଉଛି । ଆଉ କିଛି ଲେଖିଛନ୍ତି ଗୋଟିଏ ମଞ୍ଚରେ ସମସ୍ତେ ଚଢ଼ିବାରୁ ଏମିତି ହେଲା ।

Advertisment

ତେବେ ଏହି ମଞ୍ଚ ଭୁଶୁଡ଼ିବା ଘଟଣା ବିହାରରୁ ସାମ୍ନାକୁ ଆସିଛି । ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିବା ବେଳେ ରାହୁଲ ଗାନ୍ଧିଙ୍କ ସଭାମଞ୍ଚର କିଛି ଅଂଶ ଦବି ଯାଇଛି। ସେ ଲୋକଙ୍କୁ ହାତ ହଲାଉ ଥିବା ବେଳେ ହଠାତ୍‌ ମଞ୍ଚଟି ଦବି ଯାଇଥିଲା। ରାହୁଲ ଗାନ୍ଧି ଏଥିରେ କୌଣସି ପ୍ରକାରର ଆହତ ହୋଇ ନାହାନ୍ତି। ବରଂ ମଞ୍ଚ ଦବିବା ସତ୍ତ୍ୱେ ସେ ବଚଳିତ ହୋଇ ନଥିଲେ। ପୂର୍ବଭଳି ଲୋକଙ୍କ ଅଭିବାଦନ ଗ୍ରହଣ କରି ମଞ୍ଚରେ ଭାଷଣ ଦେଇଥିଲେ। ତାଙ୍କ ସହ ଏହି ସମୟରେ ଲାଲୁ ପ୍ରାସଦ ଯାଦବଙ୍କ ଝିଅ ମିଶା ଭାରତୀ, ପୁଅ ତେଜସ୍ୱୀ ଯାଦବ ଓ ଅନ୍ୟ ନେତାମାନେ ସଭା ମଞ୍ଚରେ ରହିଥିଲେ।

ଅଧିକ ପଢ଼ନ୍ତୁ: ବିଜେଡିକୁ ଧୋଇଲେ ସ୍ମୃତି: 'ତାମିଲ କଣ୍ଟ୍ରୋଲରେ ଶାସନ ଚାଲିବନି, ଓଡ଼ିଆଙ୍କ ହାତରେ ରହିବ ସରକାର'

Advertisment

ପୂରା ଘଟଣା ସୋମବାର ବିହାରରେ ଆୟୋଜିତ ଲୋକସଭା ନିର୍ବାଚନୀ ସଭାରେ ଘଟିଛି। ପାଟନା ଉପକଣ୍ଠ ପଲିଗଞ୍ଜ ଠାରେ ଆରଜେଡି ନେତ୍ରୀ ମିଶା ଭାରତୀଙ୍କ ପାଇଁ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା। ଆରଜେଡି ବିରୋଧୀ ମେଣ୍ଟ ଇଣ୍ଡିଆରେ ଥିବାରୁ ରାହୁଲ ଆଜି ସେଠାକୁ ପ୍ରଚାର ପାଇଁ ଯାଇଥିଲା। ମିଶା ଭାରତୀ ଏଥର ପାଟିଲପୁତ୍ର ଲୋକସଭା ସିଟ୍‌ରୁ ନିର୍ବାଚନ ଲଢ଼ୁଛନ୍ତି।

ରାହୁଲ ଗାନ୍ଧି ସେଠାରେ ପହଞ୍ଚିବା ପରେ ମିଶା ତାଙ୍କୁ ଷ୍ଟେଜ ଉପରେ ରହିଥିବା ତାଙ୍କ ସିଟ୍‌ ଆଡ଼କୁ ନେଉଥିଲେ। ତାଙ୍କ ପଛରେ ଅସୁସ୍ଥ ଥିବା ତେଜସ୍ୱୀ ଯାଦବ ମଧ୍ୟ ଦୁଇ ଜଣ ସହାୟତାରେ ସିଟ୍‌ ପାଖକୁ ଯାଉଥିଲେ। ରାହୁଲ ଓ ଅନ୍ୟମାନେ ଆଗକୁ ଯାଉଥିବା ବେଳେ ହଠାତ୍‌ ମଞ୍ଚଟିର କିଛ ଅଂଶ ଦବି ଯାଇଥିଲା। ରାହୁଲ ମଧ୍ୟ ସାମାନ୍ୟ ନିୟନ୍ତ୍ରଣ ହରାଇଥିଲେ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ସଭା ଲାଗି ଟ୍ରାଫିକ୍‌ ଜାମ୍‌; ଘଣ୍ଟାଏ କାଳ ଫସିରହିଲା ଆମ୍ୱୁଲାନ୍ସ

ଏହା ଦେଖି ମିଶା ଭାରତୀ ତୁରନ୍ତ ରାହୁଲଙ୍କ ହାତକୁ ଧରି ପକାଇଥିଲେ। ରାହୁଲଙ୍କ ସୁରକ୍ଷାକର୍ମୀମାନେ ମଧ୍ୟ ତାଙ୍କୁ ନିୟନ୍ତ୍ରଣ କରିବାକୁ ଦୌଡ଼ି ଆସିଥିଲେ। ହେଲେ ରାହୁଲ ଓ ମିଶା ଭାରତୀୟ ଆଦୌ ବିଚଳିତ ହୋଇ ନଥିଲେ। ଉଭୟ ଠିକ ଥିବା ସୁରକ୍ଷାକର୍ମୀଙ୍କୁ କହିବା ସହ ସ୍ମିତ ହାସ୍ୟ ଦେଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଏପରି ଘଟଣା ସତ୍ତ୍ୱେ ରାହୁଲ ଗାନ୍ଧି ନିଜର କାର୍ଯ୍ୟକ୍ରମ ଜାରି ରଖିବା ସହ ସେଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିଥିଲେ। ଏଥିସହ ମିଶାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ।

Congress Rahul Gandhi Stage Collapse General Election 2024
Advertisment
Advertisment