Advertisment

ରୋଡ୍‌ ଡିଭାଇଡର ଉପରେ ଚଲାଇଲେ ବାଇକ୍‌, ଭାଇରାଲ ହେଲା ଭିଡିଓ

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଯୁବକ ତ୍ରିଚେର କୋଲିଡାମ ନଦୀ ବ୍ରିଜ୍‌ ଉପରେ ଥିବା ରୋଡ୍‌ ଡିଭାଇଡର ଉପରେ ବାଇକ୍‌ ଚଲାଉଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Viral Video: Drive on Road Divider

Drive on Road Divider

ନିୟମ ଭାଙ୍ଗିଲେ, ରୋଡ୍‌ ଡିଭାଇଡର ଉପରେ ଗାଡ଼ି ଚଲାଇଲେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ତ୍ରିଚେର ଅଞ୍ଚଳରେ । ଏହି ଅଞ୍ଚଳରେ ଜଣେ ଯୁବକ ରୋଡ୍‌ ଡିଭାଇଡର ଉପରେ ଗାଡ଼ି ଚଲାଉଥିବାର ଦେଖିବାକୁ ମିଳୁଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ତେବେ ନିହାତି ବିପଦସଂକୁଳ ଭାବେ ଯୁବକ ଜଣକ ବାଇକ୍ ଚଲାଉଥିବାରୁ ତାଙ୍କ ପାଖ ଦେଇ ଯାଉଥିବା ଯାତ୍ରୀମାନେ ଭୟଭୀତ ହୋଇ ପାଟି କରୁଥିବା ଦେଖିବାକୁ ମିଳୁଛି।

Advertisment

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଯୁବକ ତ୍ରିଚେର କୋଲିଡାମ ନଦୀ ବ୍ରିଜ୍‌ ଉପରେ ଥିବା ରୋଡ୍‌ ଡିଭାଇଡର ବାଇକ୍‌ ଚଲାଉଛନ୍ତି । ସେ ନିଜ ଜୀବନ ବାଜିରେ ଲଗାଇବା ସହ ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ଜୀବନକୁ ମଧ୍ୟ ଖାତିର ନ କରି ଏଭଳି ବିପଦଜ୍ଜନକ ଭାବେ ଗାଡ଼ି ଚଲାଇଥିଲେ।

ଅଧିକ ପଢ଼ନ୍ତୁ: ଉଚ୍ଚ ବେଗରେ ଯାଉଛି ବାଇକ୍, ସର୍ବସାଧାରଣରେ ବାଇକ୍ ଉପରେ ଚାଲିଛି ରୋମାନ୍ସ

Advertisment

ସୂଚନା ଅନୁସାରେ ମେ ୨୩ରେ ପେରୁମ୍ବିଡୁଗୁ ମୁଥୁରାୟରଙ୍କ ଜନ୍ମ ବାର୍ଷିକୀ ଅବସରରେ ତାଙ୍କ ସମ୍ପ୍ରଦାୟର ଅନେକ ଯୁବକ ତ୍ରିଚେରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେମାନେ ଏକ ମୋଟରସାଇକେଲ ଶୋଭାଯାତ୍ରା ମଧ୍ୟ କରିଥିଲେ । ତେବେ ଏହି ଶୋଭାଯାତ୍ରାରେ ଅନେକ ଯୁବକ ଦ୍ରୁତ ବେଗରେ ଗାଡ଼ି ଚଳାଉଥିବା ବେଳେ ଏହି ଯୁବକ ଜଣକ ସବୁ ସୀମା ଟପିଯାଇଥିଲେ।

ସେ ଗହଳିକୁ ଏଡାଇ ଆଗକୁ ଯିବାକୁ ସିଧା ଡିଭାଇଡର ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ଏବଂ ବିପଦସଂକୁଳ ଭାବେ ବାଇକ୍ ଚଳାଇବା ଜାରି ରଖିଥିଲେ। ଏହି ଦୃଶ୍ୟ ଦେଖି ଅନ୍ୟମାନେ ପାଟି କରୁଥିଲେ ମଧ୍ୟ ତାଙ୍କର ଆଦୌ ଖାତିର ନଥିଲା। ଦୃଶ୍ୟ ଦେଖି ଲାଗୁଥିଲା ସତେଯେମିତି ସେ ଖୋଲା ରାସ୍ତାରେ ଖୁବ୍ ଆରାମ୍‌ରେ ଗାଡ଼ି ଚଳାଉଥିଲେ ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତି ତାଙ୍କର ଟିକେ ବି ଭୟ ନଥିଲା। 

ଅଧିକ ପଢ଼ନ୍ତୁ: ଭ୍ୟୁଜ୍ ପାଇବା ପାଇଁ ୧୦୦ ଫୁଟ୍ ଉଚ୍ଚରୁ ଡେଇଁଲେ ଯୁବକ, ତା’ପରେ ଯାହା ହେଲା...

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପୋଲିସ ବାରଣ କରିବା ସତ୍ତ୍ୱେ ଅନେକ ଯୁବକ ବାଇକ୍ ଷ୍ଟଣ୍ଟ୍ ପ୍ରଦର୍ଶନ କରିଥିଲେ ଏବଂ ରାସ୍ତାରେ ଦ୍ରୁତ ଗତିରେ ମଧ୍ୟ ଆସୁଥିଲେ । ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ ଭାଇରାଲ ହେବା ପରେ ବହୁ ସ୍ଥାନୀୟ ଲୋକ ଏପରି ବିପଜ୍ଜନକ ବାଇକ୍ ଷ୍ଟଣ୍ଟ ପାଇଁ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଏହି ଭିଡିଓ ଭାଇରାଲ ହେବାର ଗୋଟିଏ ସପ୍ତାହ ପୂର୍ବରୁ ବେଙ୍ଗାଲୁରୁରେ ଏମିତି ଏକ ବିପଜ୍ଜନକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଜଣେ ଯୁବକ ମହିଳାଙ୍କୁ ତାଙ୍କ କୋଳରେ ବସାଇ ବାଇକ ଚଲାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣାଟି ଉତ୍ତର ବେଙ୍ଗାଲୁରୁର ହେବାଲ ଫ୍ଲାଏ ଓଭର ଅଞ୍ଚଳର ହୋଇଥିବା କୁହାଯାଉଛି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ୍‌ ଉଭୟଙ୍କୁ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

Viral Video
Advertisment
Advertisment