• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ହିନ୍ଦୁ-ମୁସଲିମ ଭାଇଚାରାର ଅପୂର୍ବ ନିଦର୍ଶନ। ମୁସଲମାନ ଶିଳ୍ପୀ ନିର୍ମାଣ କରୁଛନ୍ତି ପ୍ରଭୁ ଜଗନ୍ନାଥଙ୍କ ରଥ। ଦୀର୍ଘ ୪୦ବର୍ଷ ପରେ ନିର୍ମାଣ ହେଉଛି ମହାବାହୁ ଜଗନ୍ନାଥଙ୍କ ରଥ। ରଥ ନିର୍ମାଣରେ ମଗ୍ନ ଅଛନ୍ତି ମୁସଲମାନ କାରିଗର। ଘଟଣାଟି ହେଉଛି ଛତିଶଗଡ଼ ରାୟପୁର ଅଞ୍ଚଳର । ରଥ କାରିଗର ହବିବ ଖାନ ମହାବାହୁ ଜଗନ୍ନାଥଙ୍କ ରଥ ନିର୍ମାଣ କରି ବହୁତ ଖୁସିଥିବା ମଧ୍ୟ ପ୍ରକାଶ କରିଛନ୍ତି ।

ମୁସଲିମ୍‌ ପରିବାରରୁ ଆସିଥିଲେ ବି ରଥ ନିର୍ମାଣ କରିବା ତାଙ୍କର ପ୍ରତିଭା ବୋଲି ହବିବ କହିଛନ୍ତି । ୨୯ ବର୍ଷ ଧରି ସେ ଏହି କାମ କରୁଛନ୍ତି । ୪୦ ବର୍ଷ ପରେ ନିର୍ମାଣ କରାଯାଇଥିବା ଏହି ରଥକୁ ସେ ସ୍ୱତନ୍ତ୍ର ଭାବେ ନିର୍ମାଣ କରୁଛନ୍ତି । ୧୬ ଫୁଟର ଏହି ରଥରେ ସେ ପାଓ୍ୱାର ଷ୍ଟିଅରିଂରୁ ନେଇ ବ୍ରେକ୍ ଲଗାଉଛନ୍ତି, ଯାହାଦ୍ୱାରା ଶ୍ରଦ୍ଧାଳୁଙ୍କୁ ରଥ ଟାଣିବାକୁ ସୁବିଧା ହେବ।   

କାଠ ଓ ଲୁହାରେ ଗଡ଼ା ଯାଇଛି ରଥ। ସୁନ୍ଦର କାରୁକାର୍ଯ୍ୟରେ ସଜାଯାଉଛି। ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି ପୂଜାରୀ ତିଲକ ଦାସ ତ୍ୟାଗୀ। 

ପାଖେଇ ଆସିଲାଣି ରଥଯାତ୍ରା। ସେଥିପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ। ହିନ୍ଦୁ-ମୁସଲିମ ଭାଇଚାରରେ ତିଆରି ଏହି ରଥରେ ବସି ମାଉସୀ ଘରକୁ ବୁଲିଯିବେ ମହାପ୍ରଭୁ ।

 

OTV is now on Whatsapp

Join and get latest news update delivered to you via whatsapp

Join Now