Advertisment

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ; ସମସ୍ତ ଯାତ୍ରୀ ସୁରକ୍ଷିତ, ଚାଲିଛି ତନାଘନା

ଯାଞ୍ଚ ପାଇଁ ଆଇସୋଲେସନ୍ ବେକୁ ସ୍ଥାନାନ୍ତର କରାଯାଇଛି ବିମାନ। ଘଟଣାସ୍ଥଳରେ ପହଞ୍ଚିଛି କୁଇକ୍ ରିଆକ୍ସନ ଟିମ୍। ସେହିପରି ବିମାନ ଚଳାଚଳ ସୁରକ୍ଷା ଓ ବୋମା ନିଷ୍କ୍ରିୟକାରୀ ଟିମ୍ ବି ଘଟଣାସ୍ଥଳରେ ଅଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Indigo flight Bomb Scare

Bomb Threat

ବିମାନରେ ବୋମା ଧମକ। ଦିଲ୍ଲୀ-ବାରଣାସୀ ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଧମକ ମିଳିଛି। ସକାଳ ୫ଟା ୩୫ ମିନିଟରେ ଦିଲ୍ଲୀ ଇନ୍ଦିରା ଗାନ୍ଧି ଏୟାରପୋର୍ଟରେ ବିମାନ ଉଡ଼ାଣ କରିବାର କିଛି ସମୟ ପୂର୍ବରୁ ବୋମା ଥିବା ନେଇ ଖବର ମିଳିଥିଲା। ଏହାପରେ ସମସ୍ତ ଯାତ୍ରୀଙ୍କୁ ଏମର୍ଜେନ୍ସି ଗେଟ୍ ଦେଇ ସୁରକ୍ଷିତ ଭାବରେ ବାହାରକୁ ଅଣାଯାଇଥିଲା।

Advertisment

CISF ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିମାନର ଶୌଚାଳୟରୁ 'ବୋମା' ଲେଖାଯାଇଥିବା ଏକ ଟିସୁ ପେପର ମିଳିଥିଲା। ତୁରନ୍ତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛିଲା। ମାତ୍ର ଏହା ଏକ ଗୁଜବ ପରି ମନେହଉଥିଲା। ତେବେ ବିମାନର ଯାଞ୍ଚ ପାଇଁ ବିମାନ ଚଳାଚଳ ସୁରକ୍ଷା ଟିମ୍‌ ଏବଂ ଏକ ବୋମା ନିଷ୍କାସନକାରୀ ଟିମ୍‌ ଉପସ୍ଥିତ ଅଛନ୍ତି।

ଅଧିକ ପଢ଼ନ୍ତୁ: ଘୁରି ଘୁରି ତଳେ ପଡ଼ିଲା ହେଲିକପ୍ଟର; ଭୟରେ ଦୌଡ଼ିଲେ ଲୋକେ, ଦେଖନ୍ତୁ ଭିଡ଼ିଓ...

Advertisment

ଯାଞ୍ଚ ପାଇଁ ଆଇସୋଲେସନ୍ ବେକୁ ସ୍ଥାନାନ୍ତର କରାଯାଇଛି ବିମାନ। ଘଟଣାସ୍ଥଳରେ ପହଞ୍ଚିଛି କୁଇକ୍ ରିଆକ୍ସନ ଟିମ୍। ସେହିପରି ବିମାନ ଚଳାଚଳ ସୁରକ୍ଷା ଓ ବୋମା ନିଷ୍କ୍ରିୟକାରୀ ଟିମ୍ ବି ଘଟଣାସ୍ଥଳରେ ଅଛନ୍ତି। ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ସାମଗ୍ରୀ ବି ବିମାନ ଭିତରୁ ମିଳିନାହିଁ।

ସୋମବାର ମୁମ୍ବାଇର ତାଜମହଲ ପ୍ୟାଲେସ ହୋଟେଲ ଏବଂ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଥିବା ଧମକ ମିଳିଥିଲା। କିନ୍ତୁ ଉଭୟ ସ୍ଥାନରେ ଅନୁସନ୍ଧାନ ପରେ ଏହା ଗୁଜବ ବୋଲି ଜଣାପଡିଥିଲା। କିଛିଦିନ ତଳେ ରାଜଧାନୀ ଦିଲ୍ଲୀର ସ୍କୁଲ ସମେତ ଦିଲ୍ଲୀ ବିମାନବନ୍ଦର ଓ ୧୦ଟି ହସ୍ପିଟାଲରେ ବିସ୍ଫୋରଣ ନେଇ ସମାନ ଧରଣର ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଏହି ଧମକ ପରେ ବିମାନବନ୍ଦର ଓ ବିଭିନ୍ନ ହସ୍ପିଟାଲରେ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ସହ ଦମକଳ ବାହିନୀକୁ ପଠାଯାଇ ଯାଞ୍ଚ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ବାୟୁସେନାକୁ ବଡ଼ ସଫଳତା; ନାଇଟ୍‌ ଭିଜନ୍‌ ଗଗଲ୍ସ ସହାୟତାରେ ଅବତରଣ କଲା ବିମାନ...

ସେହିଭଳି ସଂଜୟ ଗାନ୍ଧି ମେମୋରିଆଲ ହସ୍ପିଟାଲ, ପରେ ପରେ ରାଜଧାନୀରେ ଏଭଳି ୧୦ଟି ହସ୍ପିଟାଲ ଓ ଦିଲ୍ଲୀ ବିମାନବନ୍ଦରରେ ବିସ୍ଫୋରଣ ନେଇ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଏଭଳି ଧମକପୂର୍ଣ୍ଣ ମେଲ୍ ପରେ ଦିଲ୍ଲୀ ପୋଲିସ ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ୍, ଦମକଳ ବାହିନୀକୁ ବିଭିନ୍ନ ସ୍ଥାନକୁ ପଠାଇଥିଲା।ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଛାନଭିନ୍ କରିଥିଲେ ବି କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲା।ଏଭଳି ମେଲ ପରେ ସୁରକ୍ଷା ବାହିନୀର ତତ୍ପରତା ଯୋଗୁଁ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଉଛି।

Bomb Threat IndiGo Flight
Advertisment
Advertisment