Advertisment

ରାମ ମନ୍ଦିରକୁ ମୋବାଇଲ୍‌ ମନା; ଟ୍ରଷ୍ଟ ପକ୍ଷରୁ ନିୟମ ଲାଗୁ

ରାମ ମନ୍ଦିର ପରିସରକୁ ଏବେ ମୋବାଇଲ୍‌ ଫୋନ୍‌ ନେବା ନିଷେଧ କରାଯାଇଛି। ପୂର୍ବରୁ ସାଧାରଣ ଜନତାଙ୍କୁ ମନ୍ଦିର ପରିସରକୁ ମୋବାଇଲ ନେବା ମନା ହୋଇଥିଲା।

author-image
Manoranjan Behera
Ayodhya Ram mandir

Ayodhya Ram mandir

ଅଯୋଧ୍ୟା ରାମ ମନ୍ଦିରରେ ବ୍ୟାନ୍‌ ହେଲା ମୋବାଇଲ ଫୋନ୍‌। ଭିଆଇପି ହୁଅନ୍ତା ବା ସାଧାରଣ ଜନତା ସଭିଁଙ୍କ ପାଇଁ ନୂଆ ନିୟମ ଲାଗୁ କରିଛି ଶ୍ରୀରାମ ମନ୍ଦିର ପ୍ରଶାସନ। ମନ୍ଦିର ପରିସରରେ ମୋବାଇଲ ଫୋନ୍‌ ନିଷେଧ କରାଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶନିବାର ଏନେଇ ନିଷ୍ପତ୍ତି ନିଆଯାଇଛି।

Advertisment

ଅଯୋଧ୍ୟା ରାମ ମନ୍ଦିରକୁ ଏବେ ମୋବାଇଲ୍‌ ମନା। ଏହି ମନ୍ଦିର ପରିସରକୁ ଏବେ ମୋବାଇଲ୍‌ ଫୋନ୍‌ ନେବା ନିଷେଧ କରାଯାଇଛି। ପୂର୍ବରୁ ସାଧାରଣ ଜନତାଙ୍କୁ ମନ୍ଦିର ପରିସରକୁ ମୋବାଇଲ ନେବା ମନା ହୋଇଥିଲା। ଏବେ କିନ୍ତୁ ଭିଆଇପି ଓ ଭିଭିଆଇପିଙ୍କୁ ମଧ୍ୟ ବାରଣ କରାଯାଇଛି। ଶନିବାର ଠାରୁ ଏହି କଡ଼ା ନିୟମ ଲାଗୁ କରାଯାଇଛି।

ଶୁକ୍ରବାର ନୃପେନ୍ଦ୍ର ମିଶ୍ରାଙ୍କ ଅଧ୍ୟକ୍ଷତାରେ ରାମ ମନ୍ଦିର ଟ୍ରଷ୍ଟ ବୋର୍ଡର ବୈଠକ ବସିଥିଲା। ଏଥିରେ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ୟାପକ ଆଲୋଚନା ମଧ୍ୟ ହୋଇଥିଲା। ଏଥିସହ ମନ୍ଦିର ଭିତରକୁ ମୋବାଇଲ୍‌ ଫୋନ୍‌କୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରଷ୍ଟି ଅନୀଲ ମିଶ୍ରା କହିଛନ୍ତି, ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଛି। ସମସ୍ତ ଭକ୍ତଙ୍କୁ ଏହି ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି।

Advertisment

ଟ୍ରଷ୍ଟି ଅନୀଲ ମିଶ୍ରାଙ୍କ କହିବା ମୁତାବକ, ରାମ ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ମୋବାଇଲ ଫୋନ୍‌ ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। ଭକ୍ତମାନେ ଲକର୍‌ ସୁବିଧା ପାଇବେ। ଏଥିରେ ସେମାନେ ନିଜର ମୋବାଇଲ୍‌ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ରଖିପାରିବେ।

ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ପରେ ଡିସେମ୍ବର ୨୦୨୪ ସୁଦ୍ଧା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ମାର୍ଚ୍ଚ ୨୦୨୫ ସୁଦ୍ଧା ମନ୍ଦିର ଚାରିପାଟର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହେବ ବୋଲି ଟ୍ରଷ୍ଟି ଅନୀଲ ମିଶ୍ରା କହିଛନ୍ତି।

Mobile Phone Ayodhya Ram Mandir
Advertisment
Advertisment